ETV Bharat / state

ଆକାଶରୁ ଖସିଲା ମୃତ୍ୟୁ ! ଚାଲିଗଲା 2 ଜୀବନ

author img

By

Published : Jul 7, 2021, 8:32 AM IST

2 killed in lighting strike in mayurbhanj
ଚାଷ ଜମିରେ କାମ କରୁଥିବା ବଜ୍ରାଘାତ ନେଲା ଦୁଇ ଜୀବନ

ବଜ୍ରାଘାତ ନେଲା 2 ଜୀବନ । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା । ଅଧିକ ପଢନ୍ତୁ...

ବାରିପଦା: ବଜ୍ରାଘାତ ନେଲା 2 ଜୀବନ । ବେତନଟୀ ଥାନା ବେଢାସାହିରେ ଚାଷ ଜମିରେ କାମ କରୁଥିବା ବେଳେ ଜଣେ ମହିଳାଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି । ପ୍ରାଣ ହରାଇଥିବା ମହିଳା ଜଣଙ୍କ ସେହି ବେତନଟୀ ଥାନା କୁଣ୍ଢେଇର ସୁଲୋଚନା ମହାନ୍ତ । ସେ ନିଜ ଝିଆରୀ ଘରକୁ ଆସି ଚାଷ ଜମିରେ କାର୍ଯ୍ୟ କରୁଥିବା ବେଳେ ବଜ୍ରାଘାତରେ ମୃତ୍ୟୁବରଣ କରିଛନ୍ତି ।

ଚାଷ ଜମିରେ କାମ କରୁଥିବା ବଜ୍ରାଘାତ ନେଲା ଦୁଇ ଜୀବନ

ସେହିପରି ବୈଶିଙ୍ଗା ଥାନା କଦଳିଆ ଗ୍ରାମର ରମା ବିନ୍ଧାଣି ନାମକ ଜଣେ ଯୁବକ ମଧ୍ୟ ଚାଷ ଜମିରେ କାର୍ଯ୍ୟ କରୁଥିବା ବେଳେ ବଜ୍ରାଘାତରେ ମୃତ୍ୟୁବରଣ କରିଛନ୍ତି । ବଜ୍ରାଘାତ ଶିକାର ହେବାପରେ ଉଭୟଙ୍କୁ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଉଭୟଙ୍କ ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଦୁଇଟି ପୃଥକ ପୃଥକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.