ETV Bharat / state

ଦୁର୍ଘଟଣାରେ ଜଳିଗଲା ବାଇକ, ଚାଲିଗଲା 2 ଜୀବନ

author img

By

Published : Feb 21, 2021, 7:53 AM IST

କାର ବାଇକ ମୁହାଁମୁହିଁ ଧକ୍କା, ଦୁଇ ବାଇକ ଆରୋହୀ ମୃତ
କାର ବାଇକ ମୁହାଁମୁହିଁ ଧକ୍କା, ଦୁଇ ବାଇକ ଆରୋହୀ ମୃତ

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଝିଙ୍କିରିଆ ନିକଟରେ କାର ସହ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଳିଗଲା ବାଇକ । ଦୁଇ ଜଣ ବାଇକ ଆରୋହୀ ମୃତ। ଅଧିକ ପଢନ୍ତୁ...

ବାରିପଦା: ଜିଲ୍ଲାର ମୋରଡା ଥାନା ଝିଙ୍କିରିଆ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣାରେ ବାଇକଟି ସମ୍ପୂର୍ଣ୍ଣ ଭାବେ ଜଳିପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି।

କାର ବାଇକ ମୁହାଁମୁହିଁ ଧକ୍କା, ଦୁଇ ବାଇକ ଆରୋହୀ ମୃତ
କାର ବାଇକ ମୁହାଁମୁହିଁ ଧକ୍କା, ଦୁଇ ବାଇକ ଆରୋହୀ ମୃତ

୬୧ ନଂ ରାଜ୍ୟ ରାଜପଥ ଚିତ୍ରଡା-ଅମରଦା ରୋଡ଼ ଝିଙ୍କିରିଆ ନିକଟରେ ଶନିବାର ପାଖାପାଖି ରାତି ୧୦.୩୦ ମିନିଟ ସମୟରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୂଚନା ମୁତାବକ, ଓଡ଼ି୦୨ଭି୦୪୪୦ ମାରୁତି ସୁଜୁକି ସୁଇଫ୍ଟ କାରରେ ବାରିପଦାରୁ ବାଲେଶ୍ଵର ଅଭିମୁଖେ କାରଟି ଯାଉଥିବା ସମୟରେ ଝିଙ୍କିରିଆ ବାଙ୍କ ରାସ୍ତାରେ ରାସଗୋବିନ୍ଦପୁର ପଟୁ ଆସୁଥିବା ଏକ ବାଇକ ସହିତ ଧକ୍କା ହୋଇଥିଲା ।

ଯାହା ଫଳରେ ଘଟଣାସ୍ଥଳରେ ବାଇକଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ବାଇକରେ ଥିବା ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବରପାଇ ରାସଗୋବିନ୍ଦପୁର ଅଗ୍ନିଶମ ବିଭାଗ ପହଁଞ୍ଚି ତାଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାକୁ ନେଇ ଯାଇଛନ୍ତି । ମୃତ ବ୍ୟକ୍ତିଙ୍କ ନାମ ଠିକଣା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ । ଅନ୍ୟପକ୍ଷରେ ମୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.