ETV Bharat / state

4 ଦଫା ଦାବିରେ ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

author img

By ETV Bharat Odisha Team

Published : Jan 19, 2024, 11:12 AM IST

4 ଦଫା ଦାବିରେ ରାଜ୍ୟବ୍ୟାପୀ ପ୍ରାଣୀ ଚିକିତ୍ସକମାନଙ୍କ ଆନ୍ଦୋଳନ
4 ଦଫା ଦାବିରେ ରାଜ୍ୟବ୍ୟାପୀ ପ୍ରାଣୀ ଚିକିତ୍ସକମାନଙ୍କ ଆନ୍ଦୋଳନ

Veterinary doctors stage protest: 4 ଦଫା ଦାବି ନେଇ ରାଜ୍ୟବ୍ୟାପୀ ପ୍ରାଣୀ ଚିକିତ୍ସକମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଦାବି ପୂରଣ ନହେବା ଯାଏ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ଆନ୍ଦୋଳନ ଚେତାବନୀ । ଅଧିକ ପଢନ୍ତୁ

କାର୍ଯ୍ୟବନ୍ଦ କଲେ ଭେଟନାରି ଡାକ୍ତର

ମାଲକାନଗିରି: କଳାବ୍ୟାଚ ପରିଧାନ କରି ରାଜ୍ୟବ୍ୟାପୀ ପ୍ରାଣୀ ଚିକିତ୍ସକଙ୍କ ସାମୁହିକ ଧାରଣା । 4 ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରାଣୀ ଚିକିତ୍ସକ । ସେପଟେ ଚିକିତ୍ସା ଅଭାବରୁ ଗାଈଗୋରୁ ଛଟପଟ ହେଉଥିବା ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ଜିଲ୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଏକ ଚିତ୍ର ସାମ୍ନାକୁ ଆସିଛି । ଗୋଟିଏ ପଟେ ଭେଟେନାରୀ ଡାକ୍ତରମାନେ ଆନ୍ଦୋଳନ କରୁଥିବା ବେଳେ, ଅନ୍ୟପଟେ ନିଜ ଗୃହପାଳିତ ପଶୁଙ୍କୁ ନେଇ ଚିକିତ୍ସା ପାଇଁ ଛିଡ଼ା ହୋଇଛନ୍ତି ମାଲିକ ।

୪ ଦଫା ଦାବି ନେଇ ଗୁରୁବାରଠାରୁ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରାଜ୍ୟ ପ୍ରାଣୀ ଚିକିତ୍ସକ ସଂଘ । ପ୍ରାଣୀ ସେବା କ୍ଷେତ୍ରରେ ୮ ଘଣ୍ଟା ପରିବର୍ତ୍ତେ ୨୪ ଘଣ୍ଟା ସେବା ବ୍ୟବସ୍ଥା, କେନ୍ଦ୍ରୀୟ ପ୍ରାଣୀ ଚିକିତ୍ସକଙ୍କ ଭଳି ପଦୋନ୍ନତି ବ୍ୟବସ୍ଥା ଭଳି ୪ ଦଫା ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଭେଟେନାରୀ ଡାକ୍ତର । ଯେପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବି ପୂରଣ ନ କରିଛନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛିି ।

ଏହାମଧ୍ୟ ପଢନ୍ତୁ... ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଣୀ ଚିକିତ୍ସକ

ପ୍ରାଣୀ ଚିକିତ୍ସକଙ୍କ ପକ୍ଷରୁ ଜାରି ପ୍ରେସ ରିଲିଜ ଅନୁଯାୟୀ, ରାଜ୍ୟରେ ୧୯୧୦ ଡାକ୍ତରଙ୍କ କାମ ୧୩୦୦ ଡାକ୍ତର ତୁଲାଉଥିବା ବେଳେ ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁବିଧା ନାହିଁ । ଦୀର୍ଘ ୨୨-୨୩ ବର୍ଷ ସେମାନଙ୍କୁ ଗୋଟିଏ ଦରମା ହାରରେ କାର୍ଯ୍ୟ କରିବାକୁ ପଡୁଛି । ପାଖାପାଖି ୪୦% ଅଧସ୍ତନ କର୍ମଚାରୀ ପଦବୀ ମଧ୍ୟ ଖାଲି ପଡିଥିବା ବେଳେ ପ୍ରାଣୀ ଚିକିତ୍ସକମାନଙ୍କୁ ଅଧିକ ଚାପଗ୍ରସ୍ତ ହୋଇ କାମ କରିବାକୁ ପଡୁଛି । ସେହିପରି କାର୍ଯ୍ୟ ସମୟ ପରେ ଓ ଛୁଟି ଦିନରେ ମଧ୍ୟ ସରକାରୀ କାମ ପାଇଁ ବାଧ୍ୟ କରାଯାଉଛି । କାର୍ଯ୍ୟ ସମୟ ପରେ ପ୍ରାଇଭେଟ ପ୍ରାକ୍ଟିସ କରୁଥିବା ପ୍ରାଣୀ ଚିକିତ୍ସକମାନଙ୍କୁ ହଇରାଣ ହରକତ କରାଯିବା ଯୋଗୁଁ ରାଜ୍ୟର ପ୍ରାଣୀ ଚିକିତ୍ସକମାନେ ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି ବୋଲି ସଂଘ ପକ୍ଷରୁ ପ୍ରକାଶ କରାଯାଇଛି ।

ତେବେ ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଥିବା ବେଳେ ଏନେଇ ସଂଘ ପକ୍ଷରୁ ବର୍ଷ ବର୍ଷ ଧରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିବା ବେଳେ ରାଜ୍ୟ ସରକାର ଏ ଦିଗରେ କୌଣସି ଦୃଷ୍ଟ ଦେଉନଥିବା କୁହାଯାଇଛି । ପ୍ରାଣୀ ପାଳନ ବିଭାଗର ସମ୍ପୂର୍ଣ୍ଣ ରୂପାନ୍ତରଣ ସହିତ ସେଥିପାଇଁ ଆବଶ୍ୟକ କ୍ୟାଡ଼ର ପୁନର୍ଗଠନ ପାଇଁ ସଂଘ ଦାବି କରିଛି । ଆଉ ମଧ୍ୟ କେନ୍ଦ୍ରୀୟ ହାରରେ ଡିଏସିପି ଏବଂ ଏନପିଏ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ଶିକ୍ଷାଗତ ଓ ବୃତ୍ତିଗତ ସମାନତା ଆଧାରରେ ଦରମା ଦେବାକୁ ଦାବି କରାଯାଇଛି ।

ବେତନ କମିଶନ ସାଧାରଣ ବର୍ଗ ଡାକ୍ତର ଓ ପ୍ରାଣୀ ଚିକିତ୍ସକମାନଙ୍କ ପାଇଁ ସମାନ ଦରମା ଓ ପଦୋନ୍ନତି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଦେଶର ଅନ୍ୟ ରାଜ୍ୟଗୁଡିକରେ ଏହି ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ କେବଳ ଓଡ଼ିଶାରେ ଏହା ଲାଗୁ ହୋଇନଥିବା ଅଭିଯୋଗ କରିଛନ୍ତି ଧାରଣାରେ ବସିଥିବା ଡାକ୍ତରମାନେ । 4 ଦଫା ଦାବି ନେଇ ଧାରଣାକୁ ଓହ୍ଲାଇଛନ୍ତି ଭେଟନାରୀ ଡାକ୍ତର ସଂଘ । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.