ETV Bharat / state

ଦିନିକିଆ ମାଲକାନଗିରି ଗସ୍ତରେ OSDA ଅଧ୍ୟକ୍ଷ ସୁବ୍ରତ ବାଗଚି

author img

By

Published : Jan 20, 2021, 6:38 PM IST

ଦିନିକିଆ ମାଲକାନଗିରି ଗସ୍ତରେ OSDA ଅଧ୍ୟକ୍ଷ ସୁବ୍ରତ ବାଗଚି
ଦିନିକିଆ ମାଲକାନଗିରି ଗସ୍ତରେ OSDA ଅଧ୍ୟକ୍ଷ ସୁବ୍ରତ ବାଗଚି

ଆଜି ଦିନିକିଆ ମାଲକାନଗିରି ଗସ୍ତରେ ଆସିଛନ୍ତି ଓଡିଶା ଦକ୍ଷତା ବିକାଶ ପ୍ରାଧୀକରଣ (OSDA) ଅଧ୍ୟକ୍ଷ ସୁବ୍ରତ ବାଗଚି । ଅଧିକ ପଢନ୍ତୁ .....

ମାଲକାନଗିରି: ଆଜି ଦିନିକିଆ ଗସ୍ତରେ ମାଲକାନଗିରିରେ ଆସିଛନ୍ତି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (OSDA) ଅଧ୍ୟକ୍ଷ ସୁବ୍ରତ ବାଗଚି । ସେ ଚିତ୍ରକୋଣ୍ଡା ଓ ମାଲକାନଗିରି ଆଇଟିଆଇ କେନ୍ଦ୍ର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । କିଛି ବର୍ଷ ତଳେ ସେ ମାଲକାନଗିରି ଗସ୍ତରେ ଆସିଥିବା ବେଳେ ଆଇଟିଆଇ କେନ୍ଦ୍ର ପରିଦର୍ଶନ କରିଥିଲେ । ସେତେବେଳେ ଏହି ଆଇଟିଆଇ କେନ୍ଦ୍ରର ପୁନଃଉଦ୍ଧାର ଓ ଏହା ଦ୍ବାରା ଛାତ୍ରଛାତ୍ରୀ କିଭଳି ସୁବିଧା ପାଇ ପାରିବେ ତାକୁ ନେଇ ଆଲୋଚନା ମଧ୍ୟ କରିଥିଲେ ।

କିନ୍ତୁ ଆଜି ୫ ବର୍ଷ ପରେ ଯେତେବେଳେ ସେ ମାଲକାନଗିରି ଗସ୍ତରେ ଆସିଲେ ଏବଂ ମାଲକାନଗିରି ଜିଲ୍ଲାର ତିନୋଟି ଆଇଆଇଟି କେନ୍ଦ୍ର ମାଲକାନଗିରି,ଚିତ୍ରକୋଣ୍ଡା ଓ ମାଥିଲିର ସ୍ଥିତି ଦେଖି ବେସ ପ୍ରଶଂସା କରିଥିଲେ ।

ଏପଟେ ମାଲକାନଗିରି ଆଟିଆଇରେ ଜଣେ ପୁରାତନ ଛାତ୍ରୀ କିଭଳି ପାଠପଢି ଓ ପରବର୍ତ୍ତୀ ସମୟରେ ଲୋନ ନେଇ ୫ଟି ସିଲାଇ ମେସିନ କିଣି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ମାନଙ୍କୁ ରୋଜଗାର ଯୋଗାଇଛି ତାକୁ ନେଉ ବାଗଚି ପ୍ରଶଂସା ମଧ୍ୟ କରିଛନ୍ତି । ସେ ଉକ୍ତ ଯୁବତୀଙ୍କ ସହ ଆଲୋଚନା ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.