ETV Bharat / state

୧୦ କୋଟି ୫୦ ଲକ୍ଷ ଟଙ୍କା ବଜେଟ ପ୍ରସ୍ତାବ ଆଗତ, ଆଦିବାସୀଙ୍କ ଉନ୍ନତି କରିବ ସ୍ବତନ୍ତ୍ର ଉନ୍ନୟନ ପରିଷଦ

author img

By ETV Bharat Odisha Team

Published : Oct 1, 2023, 2:07 PM IST

zilla parishad meeting
zilla parishad meeting

ପରିଷଦର ଅଧକ୍ଷ ଆଡମା ରାବାଙ୍କ ଅଧ୍ୟକ୍ଷତାରେ ମାଲକାନଗିରି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଦ୍ଵିତୀୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

zilla parishad meeting

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଦ୍ଵିତୀୟ ପରିଷଦ ବୈଠକ ଅନୁଷ୍ଠିତ । ପରିଷଦର ଅଧକ୍ଷ ଆଡମା ରାବାଙ୍କ ଅଧ୍ୟକ୍ଷତାରେ ଓଟିଇଏଲପି ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନେଇ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜିଲ୍ଲାପାଳ ବିଶାଲ ସିଂ ଉକ୍ତ ବୈଠକରେ ଯୋଗ ଦେଇ ସମୀକ୍ଷା କରିଥିଲେ ।

ତେବେ ଗତକାଲିର ଏହି ବୈଠକରେ ୧୦ କୋଟି ୫୦ ଲକ୍ଷ ଟଙ୍କା ବଜେଟ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ଜିଲ୍ଲାର ଆଦିବାସୀ ସାଂସ୍କୃତିକ ଉତ୍ସବ ନିମନ୍ତେ ବ୍ଲକ ସ୍ତରରେ ୫ ଲକ୍ଷ ଲେଖାଏଁ ୩୫ ଲକ୍ଷ, ଜିଲ୍ଲାସ୍ତରରେ ୭୦ ଲକ୍ଷ, ବାଦ୍ୟ ଯନ୍ତ୍ର ଓ ଅଳଙ୍କାର ନିମନ୍ତେ ୨୧ଟି ଗ୍ରୁପକୁ ୨ ଲକ୍ଷ ଲେଖାଏଁ ୪୨ ଲକ୍ଷ, ୨୦ଟି ନୃତ୍ୟ କଳାକାର ମାନଙ୍କୁ ୧ ଲକ୍ଷ ଲେଖାଏଁ ୨୦ ଲକ୍ଷ, ୧୦୦୦ ପୂଜାରୀ ଦିସରି ମାନଙ୍କୁ ପରିଚୟ ପତ୍ର ୨୦୦ ଟଙ୍କା ଲେଖାଏଁ ୨ ଲକ୍ଷ ଖର୍ଚ୍ଚ ହେବ l ଆଦିବାସୀ ଚିତ୍ରକଳାର ଉନ୍ନତି ପାଇଁ ୪୦ ଜଣ ଯୁବକଙ୍କୁ ୩୦,୦୦୦ ଲେଖାଏଁ ୧୨ ଲକ୍ଷ ଦିଆଯିବ l ଏପରିକି ନିଜ ଆଦିବାସୀଙ୍କ ସଂସ୍କୃତି ବିଷୟରେ ଅନ୍ୟ ରାଜ୍ୟ ପରିଭ୍ରମଣ କରି ଆଉ ଅଧିକ ଜାଣିବା ପାଇଁ ୨୮୦ ଜଣଙ୍କୁ ୮୦୦୦ ଲେଖାଏଁ ୨୨ ଲକ୍ଷ ୪୦ ହଜାର ଖର୍ଚ୍ଚ ବରାଦ ରଖାଯାଇଛି l

ଏହା ମଧ୍ୟ ପଢନ୍ତୁ- ଜିଲ୍ଲା ପରିଷଦ ବୈଠକ ସରିଲା, ଅନୁଦାନ ଓ ବିକାଶ ମୁଖ୍ୟ ପ୍ରସଙ୍ଗ ଅନ୍ୟପଟେ ଦୁର୍ନୀତିକୁ ନେଇ ତେଜିଲା ସ୍ବର

ସେହିପରି ଆଦିବାସୀ କ୍ରୀଡ଼ା ଉନ୍ନତି ବ୍ଲକ୍ ସ୍ତର ପ୍ରତିଯୋଗିତାରେ ୩ ଲକ୍ଷ ଲେଖାଏଁ ମୋଟ ୨୧ ଲକ୍ଷ, ଜିଲ୍ଲାସ୍ତରରେ ୨୦ ଲକ୍ଷ, ରାଜ୍ୟସ୍ତରରେ ୨୦ ଲକ୍ଷ ଖର୍ଚ୍ଚ ହେବାକୁ ସ୍ଥିର ହୋଇଛି । ଏଥିସହ ଜିଲ୍ଲାରେ ଖେଳ ଉପକରଣ ବାବଦରେ ପ୍ରତି ବ୍ଲକର ୧୦ ଲକ୍ଷର କ୍ରୀଡ଼ା ଉପକରଣ ଓ କ୍ଳବ୍ ନିର୍ମାଣ ନିମନ୍ତେ ମୋଟ ୭୦ ଲକ୍ଷ ଟଙ୍କା ଦିଆ ହେବ । ଏଥିସହ ପ୍ରଚାର ପ୍ରସାର ନିମନ୍ତେ ୨୧ ଲକ୍ଷ ଟଙ୍କା ମଧ୍ୟ ରଖା ହୋଇଛି । ତେବେ ବିଭିନ୍ନ ସ୍ଥାନରେ ହୁଣ୍ଡି ଘର ଓ କମ୍ୟୁନିଟି ସେଣ୍ଟରଗୁଡ଼ିକ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସମସ୍ତ କାର୍ଯ୍ୟ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ସଭାପତି ଆଡମା ରାବା ସୂଚନା ଦେଇଛନ୍ତି । ସମସ୍ତ ଆଦିବାସୀ ଜନଜାତି ପ୍ରତିନିଧିଙ୍କୁ ନିଜ ନିଜ ଉନ୍ନତି ନିମନ୍ତେ ଆଉ ଯଦି କିଛି ଆବଶ୍ୟକ ହୁଏ ତେବେ ଜିଲ୍ଲା ପ୍ରଶାସନ ସବୁବେଳେ ଆମ ସହିତ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଏହି ବୈଠକରେ ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ଜୟଶ୍ରୀ, ଏସଡିସି ଉପାଧକ୍ଷା ରଇଲା ନାୟକ, ସହକାରୀ ଯନ୍ତ୍ରୀ ସୁରେନ୍ଦ୍ରନାଥ କର, ଡିପିସି ଲକ୍ଷ୍ମୀ ନାରାୟଣ ହୋତା ଏବଂ ପରିଷଦର ୧୭ ଜଣ ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ରହିଥିଲେ ।
ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.