ETV Bharat / state

ପୋଖରୀରେ ମାଛ ଚାଷକୁ ନେଇ ବିବାଦ, ହନ୍ତସନ୍ତ ହେଲେ SHG ମହିଳା

author img

By

Published : Dec 27, 2021, 7:44 PM IST

SHG women facing problem in malkangiri for the dispute ponds
ପୋଖରୀରେ ମାଛ ଚାଷକୁ ନେଇ ବିବାଦ, ହନ୍ତସନ୍ତ ହେଲେ SHG ମହିଳା

ମାଲକାନଗିରିରେ ମାଛ ଚାଷ କରି ହନ୍ତସନ୍ତ ହେଲେ SHG ମହିଳା । ନ୍ୟାୟ ପାଇଁ ବିତିଲାଣି ଚାରି ବର୍ଷ । ମିଶନ୍ ଶକ୍ତି କାର୍ଯ୍ୟକ୍ରମକୁ ଦୁର୍ବଳ କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ମାଲକାନଗିରି: ମାଛ ଚାଷ କରି ହନ୍ତସନ୍ତ ହେଲେ SHG ମହିଳା । ପ୍ରଶାସନକୁ ଗୁହାର କରି ନ୍ୟାୟ ପାଇଁ ଚାରିବର୍ଷ ଜଗିଲେଣି SHG ମହିଳା ମିଳୁନି ନ୍ୟାୟ, ଶୁଣିଲେନି ପ୍ରଶାସନ ଅଧିକାରୀ ଓ ପୋଲିସ ବାବୁ । ଶେଷରେ ବାଧ୍ୟହୋଇ ନ୍ୟାୟାଳୟର ଦ୍ବାରସ୍ତ ହୋଇଛନ୍ତି ମହିଳାମାନେ।

ପୋଖରୀରେ ମାଛ ଚାଷକୁ ନେଇ ବିବାଦ, ହନ୍ତସନ୍ତ ହେଲେ SHG ମହିଳା

ମାଲକାନଗିରି ଜିଲ୍ଲା ବୀରଲକ୍ଷଣପୁରୁ ପଞ୍ଚାୟତର ଗୁଡୁମପଦର ଗାଁର ଗୁପ୍ତେଶ୍ଵର SHG ମହିଳାମାନେ 2017 ମସିହାରେ ନିଜ ଗାଁରେ ଥିବା ଏକ ପୋଖରୀରେ ମାଛ ଚାଷ ପାଇଁ ପଞ୍ଚାୟତରେ ବାହାରିଥିବା ପୋଖରୀ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିଲେ । ମାଛ ଚାଷ କରିବା ପାଇଁ ୯ ହଜାର ଟଙ୍କାରେ ମାଲକାନଗିରି ଉପଜିଲ୍ଲାପାଳଙ୍କ ଠାରୁ ପତ୍ର ସଂଖ୍ୟା 2885/17 ରେ ଅନୁୟାୟୀ ନିର୍ଦ୍ଦେଶ ପାଇଥିଲେ । ଏହା ପରେ ମହିଳାମାନେ ପୋଖରୀରେ ମାଛ ବି ଛାଡିଲେ ହେଲେ ମାଛ ବଡହୋଇ ଧରି ବିକିବାକୁ ଯିବା ସମୟରେ ମାର୍କାପାଲି ପଞ୍ଚାୟତର କିଛି ଗ୍ରାମବାସୀ ଆସି ଏହି ପୋଖରୀ ସେମାନଙ୍କ ଗାଁର ପୂର୍ବ ପୁରୁଷମାନଙ୍କର କହି ମହିଳାମାନଙ୍କ ସହ ଗଣ୍ଡଗୋଳ କରି ପୋଖରୀରେ ଛଡାଯାଇଥିବା ସମସ୍ତ ମାଛକୁ ଜୋରଜବରଦସ୍ତ ନେଇଯାଇଥିଲେ । ଏହାପରେ SHG ମହିଳାମାନେ ନିଜ ପଞ୍ଚାୟତରେ ଅଭିଯୋଗ କରିଥିଲେ । ପଞ୍ଚାୟତରେ ସେମାନଙ୍କୁ ନ୍ୟାୟ ନ ମିଳିବାରୁ ସେମାନେ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଥାନା ବାବୁ ସେମାନଙ୍କ ଅଭିଯୋଗକୁ ଗ୍ରହଣ ନକରି ଏହି କେସ୍ ତହସିଲର କହି ତହସିଲଦାରଙ୍କ ପାଖକୁ ମହିଳାମାନଙ୍କୁ ପଠାଇ ଦେଇଥିଲେ ।

ସେଠାରେ ତହସିଲଦାର ଏହି ମାମଲା ତୁମ ପଞ୍ଚାୟତର କହି ସେମାନଙ୍କୁ ସେଠାରୁ ବିଦା କରିବାପରେ ନିରାଶ ହୋଇ SHG ମହିଳା ମାନେ ମାଲକାନଗିରି ଆରକ୍ଷୀ ଅଧୀକ୍ଷକଙ୍କ ଦ୍ବାରସ୍ତ ହୋଇଥିଲେ ସେଠାରେ ମଧ୍ୟ ନ୍ୟାୟ ପାଇପାରିନାହାଁନ୍ତି । ଶେଷରେ ନିରାଶ ହୋଇ ବରିଷ୍ଠ ଓକିଲଙ୍କ ସହାୟତାରେ ନିୟମ ମୁତାବକ ଉପଜିଲ୍ଲାପାଳଙ୍କ କୋର୍ଟରେ ଗଣ୍ଡଗୋଳକୁ ଆଶଙ୍କା କରି 144 ଧାରାକୁ ଆଧାର କରି ଏକ ମାମଲା ରୁଜୁ କରାଯାଇଥିଲା କିନ୍ତୁ ତତ୍କାଳୀନ ଉପଜିଲ୍ଲାପାଳ ଏହା ଉପରେ କୌଣସି ବିଚାର କରିନଥିବା ମହିଳାମାନେ ଅଭିଯୋଗ ଆଣିଛନ୍ତି ।

ଏହି ସମସ୍ୟା ବିଷୟରେ ବର୍ତ୍ତମାନ ଉପଜିଲ୍ଲାପାଳଙ୍କୁ ପଚାରି ବୁଝିବାରୁ ସେ ଏହି ଘଟଣା ଉପରେ ଅବଗତ ଥିବା ସହ ତହସିଲଦାର ଓ ଥାନା ଅଧିକାରୀଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ଦୁଇଦିନ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷରେ ଅଭିଯୋଗକାରୀଙ୍କ ଓକିଲ କହିଛନ୍ତି ମହିଳାମାନେ ଜିଲ୍ଲାପାଳଙ୍କୁ ଗ୍ରୀଭାନ୍ସରେ ଅଭିଯୋଗ କରିଲା ପରେ ଉପଜିଲ୍ଲାପାଳ ତତ୍ପର ହୋଇଛନ୍ତି କନ୍ତୁ ଉପଜିଲ୍ଲାପାଳଙ୍କ ପାଖରେ ବର୍ଷ ବର୍ଷ ଧରି ପଡିରହିଥିବା କେସ୍ ର କୌଣସି ବିଚାର ନକରାଯିବାରୁ ଜନସାଧାରଣଙ୍କୁ ତୁରନ୍ତ ନ୍ୟାୟମିଳିବା ବିଳମ୍ବ ହେଉଥିବା ବରିଷ୍ଠ ଓକିଲ କହିଛନ୍ତି ।

ମାଲକାନଗିରରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.