ETV Bharat / state

ମାଲକାନଗିରିରେ ବିଷାକ୍ତ ଫଳ ଖାଇ ୧୧ ଶିଶୁ ଅସୁସ୍ଥ

author img

By ETV Bharat Odisha Team

Published : Nov 30, 2023, 12:38 PM IST

children ill after eating poisonous fruit
children ill after eating poisonous fruit

ମାଲକାନଗିରି ଝରାପାଲି ପଞ୍ଚାୟତର ତେଲିମେଟା ଗାଁରେ ବିଷାକ୍ତ ଫଳ ଖାଇ ୧୧ ଶିଶୁ ଅସୁସ୍ଥ । ଅଧିକ ପଢ଼ନ୍ତୁ

ବିଷାକ୍ତ ଫଳ ଖାଇ ୧୧ ଶିଶୁ ଅସୁସ୍ଥ

ମାଲକାନଗିରି: ବିଷାକ୍ତ ଫଳ ଖାଇ ୧୧ ଶିଶୁ ଅସୁସ୍ଥ । ମାଲକାନଗିରି ଜିଲ୍ଲା ସଦର ମାଲକାନଗିରି ବ୍ଲକ ଅନ୍ତର୍ଗତ ତେଲିମେଟା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତେବେ ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ - ଗୁପଚୁପ ଖାଇ ଅସୁସ୍ଥ ଘଟଣା, ବିଭିନ୍ନ ସ୍ଥାନରେ ଖାଦ୍ୟ ନିରାପତ୍ତା ବିଭାଗର ଚଢାଉ

ସୂଚନା ମୁତାବକ, ଗତକାଲି ଗାଁର ପିଲାମାନେ ବିଦ୍ୟାଳୟ ଛୁଟି ହେବା ପରେ ପିଲାମାନେ ଘରକୁ ଫେରି ଗାଁ ପଡ଼ିଆରେ ଖେଳାଖେଳି କରୁଥିଲେ । ସେହି ସମୟରେ ସେଠାରେ ଥିବା ଏକ ଗଛରୁ ବିଷାକ୍ତ ଫଳ ଖାଇଥିଲେ । ଫଳ ଖାଇବା ପରେ ସମସ୍ତ 11 ଜଣ ଅସୁସ୍ଥ ହୋଇ ପଡ଼ିଥିଲେ । ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ପରିବାର ଲୋକେ ଗତକାଲି ରାତିରେ ସେମାନଙ୍କୁ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆକ୍ରାନ୍ତଙ୍କ ଭିତରେ ୪ ପୁଅ ଓ ୭ ଝିଅ ରହିଛନ୍ତି । ସମସ୍ତଙ୍କ ବୟସ ୫ରୁ ୬ ବର୍ଷ ଭିତରେ ଜଣା ପଡ଼ିଛି । ଚିକିତ୍ସା ପରେ ବର୍ତ୍ତମାନ ସମସ୍ତେ ସୁସ୍ଥ ହୋଇଥିବା ଜଣା ପଡ଼ିଛି । ତେବେ ପିଲାମାନେ ଜଡ଼ା ଫଳ ଖାଇଥିବା ଗ୍ରାମବାସୀ ଅନୁମାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ୧୧ ଜଣ ଛାତ୍ରଛାତ୍ରୀ ହଠାତ ଅସୁସ୍ଥ, ଅଭିଭାବକ ମହଲରେ ଅସନ୍ତୋଷ

ଏହା ମଧ୍ୟ ପଢନ୍ତୁ-ଠେଲାଗାଡିରୁ ଗୁପଚୁପ ଖାଇ ଅସୁସ୍ଥ ! ହସ୍ପିଟାଲରେ ଭର୍ତ୍ତି ହେଲେ ୬ ଯୁବତୀ

ଏନେଇ ଡାକ୍ତର କହିଛନ୍ତି, ଗତକାଲି ରାତି ୯ଟାରୁ ୯.୩୦ ମିନିଟ୍‌ ମଧ୍ୟରେ କିଛି ଶିଶୁ ଅସୁସ୍ଥ ହେବାରୁ ଡାକ୍ତରଖାନା ଭର୍ତ୍ତି ହୋଇଥିଲେ । ପରିବାର ଲୋକ କହିବା ଅନୁସାରେ ସେମାନେ ଅଜଣା ବିଷାକ୍ତ ଫଳ ସନ୍ଧ୍ୟା ବେଳେ ଖାଇଥିଲେ । ଯାହା ଫଳରେ ସେମାନଙ୍କ ମଧ୍ୟରେ ଝାଡାବାନ୍ତି ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥିଲା । ପରିବାର ଲୋକେ ଏହା ଦେଖି ତୁରନ୍ତ ଡାକ୍ତଖାନାରେ ଭର୍ତ୍ତି କରିଥିବା ବେଳେ ସେମାନଙ୍କର ତୁରନ୍ତ ଚିକିତ୍ସା କରିଥିଲେ ମାଲକାନଗିରି ମୁଖ୍ୟ ଡାକ୍ତରଖାନା ଡାକ୍ତର । ଗତକାଲି ତୁଳନାରେ ବର୍ତ୍ତମାନ ସମସ୍ତ ଶିଶୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ତେବେ ପଲାମାନେ କଣ ଖାଇଛନ୍ତି ଆମେ ସେ ବିଷୟରେ ପରିବାର ବର୍ଗ ଜାଣିନଥିବା କଥା କହିଛନ୍ତି । ଏଣୁ ଏହାର ବି ତଦନ୍ତ କରାଯିବ । ପିଲାମାନେ ବିପଦମୁକ୍ତ ଥିବା ଜାଣିବା ପରେ ଆଶ୍ୱସ୍ତ ପ୍ରକାଶ କରିଛନ୍ତି ପରିବାର ଲୋକେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.