ETV Bharat / state

ସ୍ଵାଭିମାନ ହଳଦୀ କିଣିଲେ 7ଟି ରାଷ୍ଟ୍ରର କୃଷି ମନ୍ତ୍ରୀ

author img

By

Published : Jun 18, 2023, 8:54 PM IST

union agricultural minister praised malkangiri turmeric
G20 ସମ୍ମିଳନୀରେ ମାଲକାନଗିରି ହଳଦୀକୁ ପ୍ରଶଂସା

G20 ସମ୍ମିଳନୀରେ ଆୟୋଜିତ କୃଷି ମନ୍ତ୍ରୀମାନଙ୍କ ବୈଠକରେ ପ୍ରଶଂସିତ ହେଲା ସ୍ଵାଭିମାନ ଅଞ୍ଚଳର ହଳଦୀ । ଜୈବିକ ହଳଦୀ ଗୁଣ୍ଡକୁ ପ୍ରଶଂସା କରି ସାତଟି ରାଷ୍ଟ୍ରର କୃଷି ମନ୍ତ୍ରୀ ଏହାକୁ କିଣିଛନ୍ତି । ଅଧିକ ପଢ଼ନ୍ତୁ

ମାଲକାନଗିରି: ସ୍ଵାଭିମାନ ଅଞ୍ଚଳର ହଳଦୀ ଚାଷ ଦେଶ ବିଦେଶରେ ଜିଲ୍ଲାକୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । ନିକଟରେ ହାଇଦ୍ରାବାଦଠାରେ ଅନୁଷ୍ଠିତ ହୋଇଥିବା G20 ସମ୍ମିଳନୀରେ ଆୟୋଜିତ କୃଷିମନ୍ତ୍ରୀ ମାନଙ୍କର ବୈଠକରେ ସ୍ଵାଭିମାନ ଅଞ୍ଚଳରେ ଉତ୍ପାଦନ ହେଉଥିବା ହଳଦୀ ଗୁଣ୍ଡକୁ ଆଦୃତି ମିଳିଛି । ଏହି ସମ୍ମିଳନୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ, ନରେନ୍ଦ୍ର ସିଂ ତୋମାର ସ୍ଵାଭିମାନ ଅଞ୍ଚଳରେ ଉତ୍ପାଦିତ ହେଉଥିବା ଜୈବିକ ହଳଦୀକୁ ଖୁବ ପ୍ରଶଂସା କରିଛନ୍ତି । ଉତ୍ତମ ଗୁଣବତ୍ତା ସମ୍ପନ୍ନ ଜୈବିକ ହଳଦୀ ଚାଷକୁ ପ୍ରୋତ୍ସାହନ କରି ଉତ୍ପାଦକୁ ସୁନ୍ଦର ପାକେଜିଂ ସହ ଜାତୀୟ ବଜାରରେ ବିକ୍ରି ପାଇଁ ପ୍ରସ୍ତୁତ କରୁଥିବାରୁ ଜିଲ୍ଲା ପ୍ରଶାସନକୁ କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିଛନ୍ତି ।

union agricultural minister praised malkangiri turmeric
G20 ସମ୍ମିଳନୀରେ ମାଲକାନଗିରି ହଳଦୀକୁ ପ୍ରଶଂସା

ଦିଲ୍ଲୀରେ ମଧ୍ୟ ଏହି ସ୍ଵାଭିମାନ ହଳଦୀର ବିକ୍ରିବଟା ପାଇଁ ଏକ ଆଉଟଲେଟ ଖୋଲାଯିବ ବୋଲି ସୂଚନା ମିଳିଛି । ଏହା ଦ୍ବାରା ଆଦିବାସୀ ଅଧ୍ୟୁଷିତ ସ୍ଵାଭିମାନ ଅଞ୍ଚଳରେ ମହିଳା ମାନଙ୍କୁ ଜୀବନ ଜୀବିକା ଯୋଗାଇବାରେ ସହଯୋଗ ହୋଇ ପାରିଛି । ସେମାନଙ୍କୁ ସଶକ୍ତିକରଣ କରିବାରେ ସହାୟକ ହେବା ସହ ବିଶ୍ବ ଦରବାରରେ ଉତ୍ପାଦର ବିକ୍ରି ଜିଲ୍ଲା ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ ବୋଲି ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ସୂଚନା ଦେଇଛନ୍ତି । ସୂଚନା ଥାଉକି, ସ୍ଵାଭିମାନ ଅଞ୍ଚଳରେ ଚାଷ ହେଉଥିବା ହଳଦୀରେ ସାଧାରଣତଃ ୬ରୁ ୮ ପ୍ରତିଶତ କର୍କୁମିନ୍‌ ରହିଥାଏ । ଯାହା ଅନ୍ୟ ହଳଦୀରେ ୧ରୁ ୩ ପ୍ରତିଶତ କର୍କୁମିନ ଥାଏ । ସ୍ଵାଭିମାନ ଅଞ୍ଚଳର ଗଡପଦର, ବଡ଼ପଡ଼ା, ପାପରମେଟଲା, ଜଡ଼ାଆମ୍ୱ ଓ ରାଲେଗଡ଼ା ଅଞ୍ଚଳର ଜଙ୍ଗଲ ଜମିରେ ଏହି ଚାଷ କରାଯାଉଛି । ଉକ୍ତ ଅଞ୍ଚଳର ୫୦୦ରୁ ଅଧିକ ଆଦିବାସୀ ମହିଳା ୬ଟି ଉତ୍ପାଦକ ଗ୍ରୁପରେ ସାମିଲ ହୋଇ ଚାଷ କରୁଛନ୍ତି ।

union agricultural minister praised malkangiri turmeric
G20 ସମ୍ମିଳନୀରେ ମାଲକାନଗିରି ହଳଦୀକୁ ପ୍ରଶଂସା

ଏଥି ନିମନ୍ତେ ଓରମାସ ତରଫରୁ ସମସ୍ତ ସହାୟତା ଯୋଗାଇ ଦିଆଯାଇଛି । ଏହି ହଳଦୀକୁ ଓରମାସ ପକ୍ଷରୁ ସ୍ଵାଭିମାନ ହଳଦୀ ନାମରେ ପାକେଜିଂ କରାଯାଇଛି । ବିଶେଷ କରି ଆଦିବାସୀ ମହିଳାଙ୍କ ଦ୍ଵାରା ପ୍ରସ୍ତୁତ ଏବଂ ସମୂର୍ଣ୍ଣ ରୂପେ ଜୈବିକ ହୋଇଥିବାରୁ ଜର୍ମାନୀ, ଇଟାଲୀ, ଫ୍ରାନ୍ସ, ହଲାଣ୍ଡ, ନେଦରଲାଣ୍ଡ, ଓମାନ ଏବଂ ୟୁଏଇ ରାଷ୍ଟ୍ରର କୃଷିମନ୍ତ୍ରୀମାନେ ସ୍ଵାଭିମାନ ହଳଦୀକୁ କିଣି ଖୁବ ପ୍ରଶଂସା କରିଛନ୍ତି । ଆୟୋଜିତ ସମ୍ମିଳନୀରେ କୃଷିର ବିକାଶରେ ମହିଳା ମାନଙ୍କର ନେତୃତ୍ୱ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି । ସ୍ଵାଭିମାନ ଅଞ୍ଚଳରେ ହଳଦୀ କ୍ଲଷ୍ଟର କରାଯାଇ ଓରମାସ ପକ୍ଷରୁ ସମସ୍ତ ପ୍ରକାର ସାଧନ ଯୋଗାଇ ଦିଆଯାଉଛି । ସ୍ଵାଭିମାନ ଅଞ୍ଚଳରେ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍ ମେଡିସିନାଲ୍ ଏଣ୍ଡ୍‌ ଏରୋମେଟିକ ପ୍ଲାଣ୍ଟସ୍‌ (ସିମାପ) ସହ ଯୋଗାଯୋଗ କରାଯାଇ ସିମ୍ ପିତାମ୍ବର ନାମକ ଏକ ନୂଆ କିସମର ହଳଦୀ ଚାଷ ଆରମ୍ଭ କରାଯାଇଛି । ଯେଉଁଥିରେ କର୍କୁମିନ୍‌ ଅଧିକ ପରିମାଣରେ ରହିଥାଏ । ଏନେଇ ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ପ୍ରେସମିଟ ଯୋଗେ ସୂଚନା ଦେଇଛନ୍ତି ।

union agricultural minister praised malkangiri turmeric
G20 ସମ୍ମିଳନୀରେ ମାଲକାନଗିରି ହଳଦୀକୁ ପ୍ରଶଂସା

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.