ETV Bharat / state

ମାଲକାନଗିରିରେ ୫ଟି ସଚିବଙ୍କ ଦ୍ବିତୀୟ ଦିନ, ଉନ୍ନତିମୂଳକ କାର୍ଯ୍ୟର କଲେ ସମୀକ୍ଷା

author img

By

Published : Mar 29, 2023, 5:10 PM IST

pandian reviews development work in malkangiri
pandian reviews development work in malkangiri

ଆଜି ମାଲକାନଗିରିରେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଦ୍ବିତୀୟ ଦିନ । ଅନେକ ସ୍ଥାନ ପରିଦର୍ଶନ କରି ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

୫ଟି ସଚିବଙ୍କ ଦ୍ବିତୀୟ ଦିନ

ମାଲକାନଗିରି: ଦୁଇଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଅଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ଗତକାଲି(ମଙ୍ଗଳବାର)ଠାରୁ ଯାଇଥିବା ବେଳେ ଆଜି ଦ୍ବିତୀୟ ଦିନ । 5t ସଚିବ ଭିକେ ପାଣ୍ଡିଆନ, CMO ସ୍ୱତନ୍ତ୍ର ସଚିବ ଆର୍ ଭିନିଲ କ୍ରୀଷ୍ଣା ଓ ଉନ୍ନୟନ ସଚିବ ଅନୁ ଗର୍ଗ ପ୍ରମୁଖ ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ପ୍ରଥମ ଦିନରେ ମାଥିଲି ବ୍ଲକ, ଖଇରପୁଟ ବ୍ଲକ ଓ ଚିତ୍ରକୁଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳ ପରିଦର୍ଶନ କରିବା ସହ ଉନ୍ନୟନ କାମର ସମିକ୍ଷା କରିଥିଲେ ଏବଂ ବଡପଡାଠାରେ ସ୍କୁଲ ଛାତ୍ରୀମାନଙ୍କ ସହ ରାତ୍ର ଭୋଜନ କରିଥିଲେ । ଆଜି ଗସ୍ତର ଦ୍ବିତୀୟ ଦିନରେ ବଡପଡାଠାରୁ ଗୁରପ୍ରିୟା ସେତୁ ଦେଇ ରାସ୍ତାରେ ଚିତ୍ରକୋଣ୍ଡାରେ ପହଞ୍ଚିଥିଲେ । ସେଠାରେ କିଛି ସମୟ ମିଶନ ଶକ୍ତି କାଫେ ଦେଖିବାସହ ଚିତ୍ରକୋଣ୍ଡା ୫ଟି ହାଇସ୍କୁଲ ବୁଲି ଦେଖିଥିଲେ ।

ହାଇସ୍କୁଲ ବୁଲି ଦେଖିବା ପରେ ମାଲକାନଗିରିର ନିର୍ମାଣାଧୀନ ଏଆର୍ ଷ୍ଟ୍ରିପରେ ପହଞ୍ଚି ଏୟାର୍ ଷ୍ଟ୍ରିପ୍‌ର ସମିକ୍ଷା କରିଥିଲ । ପରେ ସେ ମାଲକାନଗିରି ପ୍ରସିଦ୍ଧ ଶୈବପୀଠ ମଲିକେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଏବଂ ମନ୍ଦିରର ଉନ୍ନୟନ କାମ ଉପରେ ସମୀକ୍ଷା କରିଥିଲେ । ସେଠାରୁ ସତୀଗୁଡା ସ୍ଥିତ ଇକୋପାର୍କ ଯାଇ ଇକୋ ଟୁରିଜିମର ଉନ୍ନତି କରଣ ପାଇଁ ମାଲକାନଗିରି ଡିଏଫଓ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଏହାସହ ସାତ ମହଲା ବିଶିଷ୍ଟ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ବୁଲି କିଛି ରୋଗୀଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ଏମ୍‌ଭି-୩ ସ୍ଥିତ BSF କ୍ୟାମ୍ପ ହେଲିପ୍ୟାଡ୍ରେ ପହଞ୍ଚି ଚପର୍ ଯୋଗେ କାଲିମେଳା ବ୍ଳକର ମାନ୍ୟମକୋଣ୍ଡା ପହଞ୍ଚିଥିଲେ ।

ମାନ୍ୟମକୋଣ୍ଡା ଗୁମ୍ଫା ଦେଖିଥିଲେ ଏବଂ ଗୁମ୍ଫାର କିଭଳି ଉନ୍ନତୀକରଣ କରାଯିବ ସେଥିନେଇ ଆଲୋଚନା କରିଥିଲେ । ସେଠାରୁ ଚପର୍ ଯୋଗେ ମୋଟୁ ପହଞ୍ଚି ମୋଟୁର ମୁଗି ପଏଣ୍ଟ ଯେଉଁଠି ଆନ୍ଧ୍ର, ଓଡିଶା ଓ ଛତିଶଗଡ ରାଜ୍ୟର ସଙ୍ଗମ ସ୍ଥଳ ସେହି ସ୍ଥାନକୁ ବୁଲି ଦେଖିଥିଲେ ଏବଂ ମୋଟୁରେ ଚାଲିଥିବା ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ।

ସେଠାରୁ କାଲିମେଳା ପହଞ୍ଚି ସାଥି ସେଣ୍ଟର ବୁଲିଦେଖିବା ସହ କାଲିମେଳା ଓ ପଡିଆ ଅଞ୍ଚଳର ଲୋକଙ୍କ ସହ ସାକ୍ଷାତ କରି ଅଞ୍ଚଳର ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ସଠାରୁ ସେ କାଲିମେଳାର ୫ଟି ହାଇସ୍କୁଲ ପରିଦର୍ଶନ କରିଥିଲେ । ପରେ କାଲିମେଳାରେ ମହିଳାମାନଙ୍କ ଦ୍ବାରା କରାଯାଇଥିବା ମିଶନ୍ ଶକ୍ତି କାଫେ ବୁଲି ଦେଖିଥିଲେ । ପରେ ସହିଦ୍ ତାମାଦୋରା ପାର୍କ ବୁଲିଦେଖିବା ସହ ପାର୍କର ଉନ୍ନତି କରଣ ଉପରେ ସମୀକ୍ଷା କରିଥିଲେ । ସେଠାରୁ ହରିଚନ୍ଦନ ଆଶ୍ରମରେ ପହଞ୍ଚି ଆଶ୍ରମ ବୁଲିଦେଖିଥିଲେ ଏବଂ ହରିଚାନ୍ଦ ଆଶ୍ରମର କମିଟି ମେମ୍ବରଙ୍କ ସହ ଆଲୋଚନା କରିଥିଲେ । ପରେ ନିକଟରେ ଥିବା ନରନାରାୟଣ ଆଶ୍ରମ ବୁଲିଦେଖିବା ସହ ଆଶ୍ରମର କମିଟି ମେମ୍ବରଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ଜିଲ୍ଲା ପୋଲିସ ଗେଷ୍ଟ୍‌ ହାଉସ ଆସି ପହଞ୍ଚିଥିଲେ । ସେଠାରେ ମାଲକାନଗିରିର ବହୁ ଜନସାଧାରଣ ୫ଟି ସଚିବ ଭିକେ ପାଣ୍ଡିଆନ ଓ ମୁଖ୍ଯମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆର୍ ଭିନିଲ୍ କ୍ରୀଷ୍ଣାଙ୍କ ସହ ଆଲୋଚନା କରି ଅଞ୍ଚଳର ସମସ୍ୟା ବିସୟରେ ଜଣାଇ ଥିଲେ । ପରେ ମାଲକାନଗିରି ଜିଲ୍ଲା ଲାଇବ୍ରେରୀ ବୁଲି ଦେଖଥିଲେ ।


ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.