ETV Bharat / state

ଦିନିକିଆ ମାଲକାନଗିରି ଗସ୍ତରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଉନ୍ନୟନମୂଳକ ପ୍ରକଳ୍ପର କଲେ ସମୀକ୍ଷା

author img

By

Published : May 26, 2023, 9:35 PM IST

ଯୋଜନା ଏବଂ ସଂଯୋଜନ ମନ୍ତ୍ରୀଙ୍କ ଦିନିକିଆ ମାଲକାନଗିରି ଗସ୍ତ । ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

ମାଲକାନଗିରି ଗସ୍ତରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ
ମାଲକାନଗିରି ଗସ୍ତରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

ମାଲକାନଗିରି ଗସ୍ତରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

ମାଲକାନଗିରି: ଦିନିକିଆ ମାଲକାନଗିରି ଗସ୍ତରେ ଯୋଜନା ଏବଂ ସଂଯୋଜନ ମନ୍ତ୍ରୀ । ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ପାଇଁ ଏହି ଗସ୍ତ କରିଛନ୍ତି । ଏହି ପରିପେକ୍ଷୀରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ଢୋଲକିଆ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍ ପି ଏଫ୍) ଅଧୀନରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଉପରେ ସମୀକ୍ଷା କରିଛନ୍ତି ।

ଏହି ଅବସରରେ ଜିଲ୍ଲାପାଳ ଜିଲ୍ଲାପାଳ ବିଶାଲ ସିଂ କହିଛନ୍ତି, ମାଲକାନଗିରି ଜିଲ୍ଲାରେ ୨୩ ଗୋଟି ମହାବିଦ୍ୟାଳୟ ପାଇଁ ୧୦ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ଜିଲ୍ଲାର ୭୪ ଗୋଟି ମନ୍ଦିରର ବିକାଶ ପାଇଁ ୧୪ କୋଟି ଟଙ୍କା ମଞ୍ଜୁର କରାଯାଇଛି । ନବରଙ୍ଗପୁର ଜିଲ୍ଲାର ୯୧ ଗୋଟି ପ୍ରକଳ୍ପ ପାଇଁ ୧୦ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ୧୬ ଗୋଟି ମହାବିଦ୍ୟାଳୟଗୁଡିକର ଉନ୍ନୟନ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । କୋରାପୁଟ ଜିଲ୍ଲାର ୧୪୪ ଗୋଟି ପ୍ରକଳ୍ପ ପାଇଁ ୪୩ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।

ସୂଚନା ଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5ଟି ସବିବ ଭିକେ ପାଣ୍ଡିଆନ ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସବୁ ସମୀକ୍ଷା କରିଛନ୍ତି । ଲୋକଙ୍କ ଅଭିଯୋଗଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ମଧ୍ୟ ନିଆଯାଇଛି । ତେଣୁ ଜିଲ୍ଲା ତରଫରୁ ସମସ୍ତ ଉପସ୍ଥିତ ଜନ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ବିଜୁଳି, ସଡ଼କ ଏବଂ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମକୁ ତ୍ବରାନିତ କରି କିଭଳି ଜିଲ୍ଲାର ବିକାଶ ହୋଇପାରିବ ସେଥ୍ ନିମନ୍ତେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଗୁରୁତ୍ବାରୋପ କରିଥିଲେ । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ କରି ଅର୍ଥ ରାଶି ବିନିଯୋଗ କରିବାକୁ ସମସ୍ତ ଜନ ପ୍ରତିନିଧି ଗୁରୁତ୍ବାରୋପ କରିଥିଲେ।

ବୈଠକରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଆଡମା ରାବା, ସମାରୀ ତାଙ୍ଗୁଲ, ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲାପାଳ ବିଶାଲ ସିଂ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ ।

ଇଟିିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.