ETV Bharat / state

ପରଜା ସମାଜର ବିଶାଳ ଶୋଭାଯାତ୍ରା, ଜନଜାତିଙ୍କ ସର୍ବାଙ୍ଗୀନ ଉନ୍ନତି ଦାବି

author img

By ETV Bharat Odisha Team

Published : Oct 14, 2023, 7:44 AM IST

ପରଜା ସମାଜ ପକ୍ଷରୁ ବିରାଟ ଶୋଭାଯାତ୍ରା, ଜନଜାତିଙ୍କ ସର୍ବାଙ୍ଗୀନ ଉନ୍ନତି ଦାବି
ପରଜା ସମାଜ ପକ୍ଷରୁ ବିରାଟ ଶୋଭାଯାତ୍ରା, ଜନଜାତିଙ୍କ ସର୍ବାଙ୍ଗୀନ ଉନ୍ନତି ଦାବି

ପରଜା ସମାଜ ବିକାଶ ପରିଷଦର ବିଭିନ୍ନ ସମମ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ । ପରଜା ଭାଷା ଓ ସଂସ୍କୃତିକୁ ସରକାରୀ ମାନ୍ୟତା ଦାବି । ଅଧିକ ପଢନ୍ତୁ

ପରଜା ସମାଜ ପକ୍ଷରୁ ବିରାଟ ଶୋଭାଯାତ୍ରା, ଜନଜାତିଙ୍କ ସର୍ବାଙ୍ଗୀନ ଉନ୍ନତି ଦାବି

ମାଲକାନଗିରି: ମାଲକାନଗିରି ଏକ ଆଦିବାସୀ ଆଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ଏଠିକାର ଭାଷା, ସଂସ୍କୃତି ଏବଂ ପରମ୍ପରା ସବୁଠାରୁ ନିଆରା । କିନ୍ତୁ ଦିନକୁ ଦିନ ଏହା ଲୋପ ପାଇବାରେ ଲାଗିଛି । ତେଣୁ ଶୁକ୍ରବାର ଜିଲ୍ଲାର ପରଜା ସମାଜ ବିକାଶ ପରିଷଦ ପକ୍ଷରୁ ଭାଷା, ସଂସ୍କୃତି, ପରମ୍ପରାକୁ ସୁରକ୍ଷା ଏବଂ ସରକାରୀ ସ୍ୱୀକୃତି ପ୍ରଦାନ କରିବା ପାଇଁ ଏକ ବିରାଟ ଶୋଭାଯାତ୍ରାରେ ଆୟୋଜନ କରାଯାଇଥିଲା । ପରଜା ସମାଜର ପ୍ରାୟ ୨ ହଜାରୁ ଅଧିକ ପୁରୁଷ ଏବଂ ମହିଳା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଥିଲେ ।

ପରଜା ସମାଜ ସବୁବେଳେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇ ଆସୁଥିବାବେଳେ, ସେମାନଙ୍କ ସମସ୍ୟାକୁ ବାରମ୍ବାର ସରକାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । ତେଣୁ ଆଜି ଆଦିବାସୀ ନେତା ଘେନୁ ମୁଦୁଲି, ଶ୍ରୀନିବାସ ମୁଦୁଲି, ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ପରଜା ସମାଜ ଦାବିଗୁଡିକ ହେଲା
୧. ବହୁ ଭାଷା ଶିକ୍ଷକ ନିଯୁକ୍ତି ଭିତ୍ତିରେ ପାରେଙ୍ଗା ପରଜା ଭାଷାରେ ଶିକ୍ଷାଦାନ ଓ ଶିକ୍ଷକ ନିଯୁକ୍ତି କରାଯାଉ ।
୨. ଲୋପ ପାଇ ଯାଉଥିବା ପାରେଙ୍ଗା ପରଜା ଭାଷା ଓ ସଂସ୍କୃତିର ପୁନରୁଦ୍ଧାର କରାଯାଇ ସରକାରୀ ମାନ୍ୟତା ଓ ବିକାଶ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉ ।
୩. ପାରେଙ୍ଗା ପରଜା ଜନଜାତିଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ପାରେଙ୍ଗା ପରଜା ପ୍ରକଳ୍ପ ସ୍ଥାପନ କରାଯାଉ ।
୪. ପାରେଙ୍ଗା ପରଜା ଜନଜାତିଙ୍କୁ ଜନଗଣନା ତାଲିକାଭୁକ୍ତ କରାଯାଉ ସେମାନଙ୍କ ଜନସଂଖ୍ୟା ପ୍ରକାଶ କରାଯାଉ ।

ଏହା ମଧ୍ୟ ପଢନ୍ତୁ...ବଣ୍ଡାଘାଟିରେ ପିଭିଟିଜି ଭୋଟରଙ୍କ ପାଇଁ ସଚେତନ କାର୍ଯ୍ୟକ୍ରମ

୫. ଆଦିମ ପାରେଙ୍ଗା ପରଜା ଭାଷାକୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ସାମିଲ କରାଯାଉ ।
୬. କୃଷି କ୍ଷେତ୍ରକୁ ଜଳସେଚନର ସୁବିଧା କରାଯାଉ ।
୭. ପାରେଙ୍ଗା ପରଜା ଜନଜାତିରେ ଥିବା ଭୂମିହୀନ ପରିବାରଙ୍କୁ ତୁରନ୍ତ ଚାଷ ଜମି ଯୋଗାଇ ଦିଆଯାଉ ।
୮. ପାରେଙ୍ଗା ପରଜା ସମାଜ ପାଇଁ ଏକ ଗୃହ ନିର୍ମାଣ କରାଯାଉ ।
୯. ପ୍ରକୃତ ଆଦିବାସୀମାନଙ୍କୁ ଚିହ୍ନଟ କରି ସରକାରୀ ସୁବିଧା ସୁଯୋଗ ଦିଆଯାଉ ।

୧୦. ବିସ୍ଥାପିତ, ପାରେଙ୍ଗା ପରଜା ସମାଜର ଅନେକ ପରିବାରଙ୍କୁ ତୁରନ୍ତ ଜମି ପଟ୍ଟା ପ୍ରଦାନ କରାଯାଉ ।

ଏଭଳି ବହୁ ଦାବି ପରଜା ସମାଜ ବିକାଶ ପରିଷଦ ପ୍ରଧାନମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.