ETV Bharat / state

ମାଲକାନଗିରି ଡ୍ରାଇଭର ମହାସଂଘର ବିକ୍ଷୋଭ, ଦାବି ପୂରଣ ନହେଲେ ତୀବ୍ର ଆନ୍ଦୋଳନ ଚେତାବନୀ

author img

By

Published : Mar 15, 2023, 7:39 PM IST

ଦାବି ପୂରଣ ନହେଲେ ତୀବ୍ର ହେବ ଆନ୍ଦୋଳନ
ଦାବି ପୂରଣ ନହେଲେ ତୀବ୍ର ହେବ ଆନ୍ଦୋଳନ

ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟରେ ଓଡ଼ିଶା ଡ୍ରାଇଭର ମହାସଂଘ । ମାଲକାନଗିରି ଡ୍ରାଇଭର ମହାସଂଘ ଧାରଣାକୁ ସମର୍ଥନ କରି ମାଲକାନଗିରି ଅଟୋ ଡ୍ରାଇଭରମାନେ ମଧ୍ୟ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅଧିକ ପଢ଼ନ୍ତୁ

ଓଡ଼ିଶା ଡ୍ରାଇଭର ମହାସଂଘ ଦାବି ଆନ୍ଦୋଳନ, ପୂରଣ ନହେଲେ ତୀବ୍ର ହେବ ଆନ୍ଦୋଳନ

ମାଲକାନଗିରି: ରାଜ୍ୟବ୍ୟାପି ଅଖ ଚକ ବନ୍ଦ ଡାକରା । ୧୦ ଦଫା ଦାବିରେ ରାସ୍ତାକୁ ଓହ୍ଲାଇଲା ବସ ଡ୍ରାଇଭର ସଙ୍ଘ । ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର । ଯାହାର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି । ଦାବି ପୂରଣ ନହେବା ଯାଇଁ ଧର୍ମଘଟର ଚେତାବନୀ ଦେଲା ସଂଘ । ତେବେ ଡ୍ରାଇଭର ସଙ୍ଘ ୧୦ ଦଫା ଦାବି ହେଉଛି । ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ତିଆରି, ପ୍ରତି ୧୦୦ କିଲୋମିଟରରେ ବିଶ୍ରାମଗାର, ଶୌଚାଳୟ, ୫୫ ବର୍ଷ ପରେ ପେନସନ ଦାବି କରିଛନ୍ତି । ଏହାସହ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୨୦ ଲକ୍ଷ, ଅକ୍ଷମ ହେଇଗଲେ ୧୦ ଲକ୍ଷ ସହ ଚିକିତ୍ସା ପାଇଁ ୫ ଲକ୍ଷ ଦାବି କରିଛନ୍ତି । ଏହାସହ ଆବାସ ଯୋଜନାରେ ସାମିଲ, ପିଲାଙ୍କ ଲାଗି ଉଚ୍ଚ ଶିକ୍ଷାର ବ୍ୟବସ୍ତା, ଲାଇସେନ୍ସ ପାଇଁ ଫାଇନ ୧୫ ହଜାର ଟଙ୍କା ହଟା ଯାଉ ଦାବି ନେଇ ରାଜ ରାସ୍ତାରେ ଅବରୋଧ କରିଛନ୍ତି ବସ ଡ୍ରାଇଭର ସଙ୍ଘ ।

ମାଲକାନଗିରି ଡ୍ରାଇଭର ମହାସଂଘର ସଦସ୍ୟ ଆଜି ରାଜରାସ୍ତାରେ ପିକେଟିଂ କରିଥିଲେ । ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଡାକରା ପରେ ମାଲକାନଗିରି ଜିଲ୍ଲା ସଦରମହକୁମା ବସଷ୍ଟାଣ୍ଡଠାରେ ଡ୍ରାଇଭର ସଂଘ ଧାରଣା ଦେଇଥିଲେ । ଏହି ଧାରଣାକୁ ସମର୍ଥନ କରି ମାଲକାନଗିରି ଅଟୋ ଡ୍ରାଇଭରମାନେ ମଧ୍ୟ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଓଡ଼ିଶା ଡ୍ରାଇଭର ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋରଦାର କରିଥିବା ଦେଖିବାକୁ ମିଳିଛି । ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ଶହଶହ ଡ୍ରାଇଭର ଏକତ୍ରିତ ହେବାସହ ଆନ୍ଦୋଳନ କରିଛନ୍ତି । ବିଗତ ଦିନରେ ଓଡ଼ିଶା ଡ୍ରାଇଭରମାନଙ୍କୁ ତରଫରୁ ବିଭିନ୍ନ ଦାବି ରାଜ୍ୟ ସରକାରଙ୍କ ପାଖରେ ରଖିଥିଲେ । ରାଜ୍ୟ ସରକାର ଦାବି ପୂରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ ସୁଧା ସରକାର ନିଜ ପ୍ରତିଶୃତି ପୂରଣ କରି ନାହାନ୍ତି ।

ଯାହାକୁ ନେଇ ସରକାରଙ୍କ ବିରୁଦ୍ଧରେ ରାଜ୍ୟରେ ସମସ୍ତ ଡ୍ରାଇଭର ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସରକାର ଯଦି ସେମାନଙ୍କ ଦାବି ନପୂରଣ କରନ୍ତି ତେବେ ଏହି ଆନ୍ଦୋଳନ ଯୋରଦାର କରାଯିବ କହିଛି ଡ୍ରାଇଭର ମହାସଂଘ । ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି, ବାଲିମେଳା, କୁଡୁମୁଲୁଗୁମ୍ମା, କାଲିମେଳା ଓ ମଟୁରେ ଡ୍ରାଇଭରମାନେ ରାସ୍ତା ଉପରେ ବସି ଆନ୍ଦୋଳନ କରୁଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଯାତ୍ରୀମାନେ । ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ଗାଁକୁ ଯିବା ଗାଡି ନମିଳିବାରୁ ହନ୍ତସନ୍ତ ହୋଇଥିବା କହିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.