ETV Bharat / state

ମାଲକାନଗିରିରେ ହୋମଗାର୍ଡଙ୍କୁ ହତ୍ୟା ଘଟଣା, 36 ଗିରଫ

author img

By

Published : Sep 7, 2020, 2:10 PM IST

death of home guard in malkangiri, murder of home guard in mathili, malkangiri latest news, ମାଲକାନଗିରିରେ ହୋମଗାର୍ଡଙ୍କୁ ହତ୍ୟା, ମାଥିଲିରେ ହୋମଗାର୍ଡଙ୍କୁ ହତ୍ୟା, ଗଞ୍ଜେଇ ଚାଲାଣ ରୋକି ହୋମଗାର୍ଡଙ୍କ ମୃତ୍ୟୁ, ମାଲକାନଗିରି ଲାଟେଷ୍ଟ ନ୍ୟୁଜ୍‌
ମାଲକାନଗିରିରେ ହୋମଗାର୍ଡଙ୍କୁ ହତ୍ୟା ଘଟଣା, 36 ଗିରଫ

ସ୍ଥାନୀୟ ଓରକେଲ ଥାନାର ହୋମଗାର୍ଡ ବନବାସୀ ମହାରଣାଙ୍କ ହତ୍ୟା ଘଟଣାରେ ପୋଲିସ ସୋମବାର 36 ଜଣଙ୍କୁ ଗିରଫ କରିଛି । ନବରଙ୍ଗପୁର ଓ କୋଟପାଡ଼ ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଥିବା ବେଳେ ଫେରାର ଥିବା ଅନ୍ୟ ଆକ୍ରମଣକାରୀମାନଙ୍କୁ ପୋଲିସ ଖୋଜା ଜାରି ରଖିଛି।

ମାଲକାନଗିରି: ସ୍ଥାନୀୟ ଓରକେଲ ଥାନାର ହୋମଗାର୍ଡ ବନବାସୀ ମହାରଣାଙ୍କ ହତ୍ୟା ଘଟଣାରେ ପୋଲିସ ସୋମବାର 36 ଜଣଙ୍କୁ ଗିରଫ କରିଛି । ନବରଙ୍ଗପୁର ଓ କୋଟପାଡ଼ ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଥିବା ବେଳେ ଫେରାର ଥିବା ଅନ୍ୟ ଆକ୍ରମଣକାରୀମାନଙ୍କୁ ପୋଲିସ ଖୋଜା ଜାରି ରଖିଛି। ଗଞ୍ଜେଇ ଚାଲାଣ ବେଳେ ବାଧା ଦେବାରୁ ବନବାସୀଙ୍କୁ ଟାଙ୍ଗିଆରେ ହାଣି ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ସ୍ଥାନୀୟ ମାଥିଲି ଥାନା ଅନ୍ତର୍ଗତ ଚାଉଳମେନ୍ଦୀ ଜଙ୍ଗଲରେ ଶନିବାର ରାତିରେ ଏହି ଘଟଣା ଘଟିଥିଲା।

ମାଲକାନଗିରିରେ ହୋମଗାର୍ଡଙ୍କୁ ହତ୍ୟା ଘଟଣା, 36 ଗିରଫ

ସୂଚନା ଅନୁଯାୟୀ ଶନିବାର ରାତିରେ କିଛି ଲୋକ ଚିତ୍ରକୋଣ୍ଡାରୁ ଭାରରେ ଗଞ୍ଜେଇ ନେଇ ଜଙ୍ଗଲ ରାସ୍ତା ଦେଇ ଛତିଶଗଡ଼କୁ ଯାଉଥିବା ସଂପର୍କରେ ପୋଲିସ କୌଣସି ସୂତ୍ରରୁ ସୂଚନା ପାଇଥିଲା । ଏହାପରେ ବାଲିମେଳା ଓ ମାଥିଲି ମଧ୍ୟରେ ପୋଲିସ ଜଗି ବସିଥିବା ବେଳେ ସେମାନଙ୍କ ସହିତ ମୁହାଁମୁହିଁ ହୋଇଥିଲା । ପୋଲିସର ସୂଚନା ଅନୁସାରେ 100ରୁ ଅଧିକ ଲୋକ ଭାରରେ ଗଞ୍ଜେଇ ବୋହି ନେଉଥିଲେ। ତେବେ ପୋଲିସ ସହ ମୁହାଁମୁହିଁ ହୋଇଯିବା ପରେ ସେମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ। ଆଉ ଏଥିରେ ହୋମଗାର୍ଡ ବନବାସୀ ମହାରଣା ଆହତ ହୋଇଥିଲେ।

ବନବାସୀଙ୍କ ମୁଣ୍ଡରେ ଟାଙ୍ଗିଆ ଚୋଟ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ମାଥିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.