ETV Bharat / state

ପୁଅକୁ କିଡନୀ ଦେବ ମା’ ! ଅର୍ଥ ପାଇଁ ଅଟକିଛି ଚିକିତ୍ସା

author img

By

Published : Jun 21, 2021, 8:34 PM IST

Updated : Jun 21, 2021, 8:44 PM IST

ପୁଅର ଚିକିତ୍ସା ପାଇଁ ଅର୍ଥ ସାହାଯ୍ୟ ମାଗିଛନ୍ତି ମା’ । ଟଙ୍କା ଯୋଗାଡ ହେଲେ ପୁଅର ହେବ କିଡନୀ ଟ୍ରାନ୍ସପ୍ଲାଣ୍ଟ । ଅଧିକ ପଢନ୍ତୁ...

ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ପୁଅକୁ କିଡନୀ ଦାନ କରିବ ମା
ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ପୁଅକୁ କିଡନୀ ଦାନ କରିବ ମାଚିକିତ୍ସାରେ ଅର୍ଥ ସାଜିଛି ବାଧକ, ପୁଅକୁ କିଡନୀ ଦାନ କରିବ ମା

ମାଲକାନଗିରି: ଏ ସଂସାରରେ ସବୁଠାରୁ ସ୍ନେହୀ, ତ୍ୟାଗୀ ଓ ସହିଷ୍ଣୁର ପରିଚୟ ହେଉଛି ମା’ । ସତରେ ମା’ ଭଳି କିଏ ବା ହୋଇପାରିବ । ଦଶ ମାସ ଦଶ ଦିନ ଗର୍ଭରେ ଧାରଣ କରି ପିଲାଟିକୁ ଜନ୍ମ ଦେଇଥାଏ ସେ । ଆଉ ନିଜ ଆଖି ଆଗରେ ପିଲାଟିର ସବୁ ଅଳି ସାଙ୍ଗକୁ ଦୁଃଖ ଯନ୍ତ୍ରଣାକୁ ମଧ୍ୟ ସହିଥାଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା mv 87 ଗାଁରେ ।

ଅଲିଅଳି ପୁଅର ଜୀବନ ବଞ୍ଚାଇବା ପାଇଁ ନିଜ ଅଙ୍ଗଦାନ କରିବାକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ମା’ । ହେଲେ ଏଥିପାଇଁ ଅର୍ଥ ସାଜିଛି ବାଧକ । ଆଉ ଟଙ୍କା ଯୋଗାଡ ହୋଇ ନ ପାରିଲେ ନିଜ ଜନ୍ମିତ ପୁଅକୁ କିଡନୀ ଦାନ କରିପାରିବନି ମା’ । କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ଆବଶ୍ୟକ 3 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା । ସେପଟେ ଓଳିଏ ଖାଇଲେ ଓଳିଏ ଭୋକରେ ରହୁଛନ୍ତି ପରିବାର ଲୋକେ । କିପରି ହେବ ଲକ୍ଷାଧିକ ଟଙ୍କା ଯୋଗାଡ ସେନେଇ ଚିନ୍ତାରେ ପରିବାର ।

ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ପୁଅକୁ କିଡନୀ ଦାନ କରିବ ମା

MV-87 ଗାଁରେ ଅବସ୍ଥିତ ଦିନେଶ ମାଲାକାରଙ୍କ ପରିବାର । ପରିବାର କହିଲେ ବୁଢୀ ମା, ସ୍ତ୍ରୀ ଏବଂ ଅଢେ଼ଇ ବର୍ଷର ଝିଅ । ବାପା ତାଙ୍କର ଦୀର୍ଘ 15 ବର୍ଷ ହେବ ପରିବାର ଛାଡି ଅନ୍ୟତ୍ର ବିବାହ କରିଛନ୍ତି । ଆଉ ମାଆ ଶ୍ୟାମଳି ଏକାକୀ କୁଲି ମଜୁରୀ କରି ତିନି ପୁଅଙ୍କୁ ଧରି ବହୁ କଷ୍ଟେମଷ୍ଟେ ପରିବାର ଚଳାଇ ଚଳାଇ ଆସୁଛନ୍ତି । ସମୟକ୍ରମେ ଦୁଇ ପୁଅ ଅଲଗା ରହୁଥିବା ବେଳେ ସାନପୁଅ ଦିନେଶ ମା ପାଖରେ ରହି ଆସୁଛନ୍ତି । ଆଉ ବହୁ କଷ୍ଟରେ ଧାର କରଜ କରି ଅଟୋଟିଏ କିଣି ପରିବାର ଚଳାଇ ଆସୁଥିଲେ ଦିନେଶ । ବେଶ୍ ଖୁସି ବାସିରେ ସଂସାର ଚାଲିଥିବା ବେଳେ ହଠାତ୍ ସଂସାର ଭିତରକୁ ଘୋଟି ଆସିଲା ଅନ୍ଧାରର ବୁକୁଫଟା କଳା ବାଦଲ । ଆଉ ଦିନକୁ ଦିନ ତାଙ୍କର ସ୍ବାସ୍ଥ୍ୟବସ୍ଥା ଜଟିଳ ହେବାରେ ଲାଗିଲା । ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ନରେଶଙ୍କ ଡାଏଲିସିସ କରାଯାଇଥିଲେ ସୁଦ୍ଧା ତୁରନ୍ତ କିଡନୀ ପ୍ରତି ରୋପଣ କରିବାକୁ ଡାକ୍ତର ପରାମର୍ଶ ତେଇଛନ୍ତି । ଆଉ ଏଥିପାଇଁ ଶେଷରେ ବହୁ କଷ୍ଟରେ କିଣିଥିବା ଅଟୋଟିକୁ ମଧ୍ୟ ବିକ୍ରି କରିଛନ୍ତି ଦିନେଶ ।

ଦିନେଶଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ବିଗିଡିବାରେ ଲାଗିଛି । ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଡାଇଲିସିସ ଚିକିତ୍ସା ଜାରି ରହିଛି । ଆଉ ତାଙ୍କର ଚିକିତ୍ସା ପାଇଁ ଯଦି କୌଣସି ବଦାନ୍ୟ ବ୍ୟକ୍ତି ସାହାର୍ଯ୍ୟ କରିବାକୁ ଚାହାନ୍ତି ତେବେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର- 33900170500, IFSC Code-SBIN 0001325 ଜରିଆରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ଦିନେଶଙ୍କ ପରିବାର ଲୋକେ । ଆପଣଙ୍କ ଆର୍ଥିକ ସାହାର୍ଯ୍ୟ ଦ୍ବାରା ଦିନେଶଙ୍କୁ ମିଳିପାରିବ ନୂଆ ଜୀବନ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Jun 21, 2021, 8:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.