ETV Bharat / state

ମାଲକାନଗିରିରେ "ମୋ ମାଟି ମୋ ଦେଶ" ଅଭିଯାନ, କଳସ ଶୋଭାଯାତ୍ରାରେ ଯୋଗ ଦେଲେ ଶତାଧିକ

author img

By ETV Bharat Odisha Team

Published : Oct 27, 2023, 2:14 PM IST

ମାଲକାନଗିରିରେ "ମୋ ମାଟି ମୋ ଦେଶ" ଅଭିଯାନ
ମାଲକାନଗିରିରେ "ମୋ ମାଟି ମୋ ଦେଶ" ଅଭିଯାନ

ମାଲକାନଗିରିରେ "ମୋ ମାଟି ମୋ ଦେଶ ଅଭିଯାନ" ଅନୁଷ୍ଠିତ ହୋଇଯାଇଛି । ସଦର ମହକୁମାଠାରେ ସ୍ଥାନୀୟ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ "ମୋ ମାଟି ମୋ ଦେଶ" କାର୍ଯ୍ୟକ୍ରମର ଅମୃତ କଳସ ଶୋଭାଯାତ୍ରା କରାଯାଇଥିଲା । ଅଧିକ ପଢନ୍ତୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ସ୍ଥାନୀୟ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ "ମୋ ମାଟି ମୋ ଦେଶ" କାର୍ଯ୍ୟକ୍ରମର ଅମୃତ କଳସ ଶୋଭାଯାତ୍ରା କରାଯାଇଛି। ଏହାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏଭଳି କାର୍ଯ୍ୟକ୍ରମ ଜନ ସାଧାରଣଙ୍କ ମଧ୍ୟରେ ଜାତୀୟତା ଭାବନା ସୃଷ୍ଟି କରିବା ସହ ଉତ୍ତରପିଢୀଙ୍କୁ ଦେଶ ମାତୃକାର ସୁରକ୍ଷା ଯୋଗାଇବା ପାଇଁ ପ୍ରେରଣା ଯୋଗାଇବ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରକାଶ କରିଛନ୍ତି ।

ମାଲକାନଗିରିରେ
ମାଲକାନଗିରିରେ "ମୋ ମାଟି ମୋ ଦେଶ" ଅଭିଯାନ ଶୁଭାରମ୍ଭ

ଏହାମଧ୍ୟ ପଢନ୍ତୁ..Mo mati mo desha: ଶହୀଦ ଶ୍ରୀନିବାସଙ୍କ ଗାଁରୁ ମାଟି ସଂଗ୍ରହ କଲେ ରାଜ୍ୟ ବିଜେପି ସଭାପତି

ମାଲକାନଗିରିରେ "ମୋ ମାଟି ମୋ ଦେଶ" କାର୍ଯ୍ୟକ୍ରମର ଅମୃତ କଳସ ଶୋଭାଯାତ୍ରା କରାଯାଇଛି । ସଦର ମହକୁମାଠାରେ ସ୍ଥାନୀୟ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା କରାଯାଇଥିଲା । ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ଏହାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସାତଟି ବ୍ଲକ୍‌ ଏବଂ ୧୧୧ଟି ଗ୍ରାମ ପଞ୍ଚାୟତରୁ ମାଟି ସଂଗ୍ରହ କରାଯାଇଛି । ପ୍ରତ୍ୟେକ ଜିଲ୍ଲାରୁ ଜଣେ ଅଧିକାରୀ ଏବଂ ଜଣେ ନେହୁରୁ ଯୁବ କେନ୍ଦ୍ର ସ୍ବେଚ୍ଛାସେବୀ ଏହି ମାଟି ନେଇ ଦିଲ୍ଲୀ ଗସ୍ତ କରିବେ ।

ମାଲକାନଗିରିରେ
ମାଲକାନଗିରିରେ "ମୋ ମାଟି ମୋ ଦେଶ" ଅଭିଯାନ ଶୁଭାରମ୍ଭ

ଆସନ୍ତା ୩୦ ଓ ୩୧ ଅକ୍ଟୋବରରେ ଦିଲ୍ଲୀର କର୍ତ୍ତବ୍ୟ ପଥଠାରେ ଏହି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଆୟୋଜନ ହେବ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ ଏବଂ ଏନୱାଇକେ ସ୍ବେଚ୍ଛାସେବୀ ଜଗନ୍ନାଥ ହନ୍ତାଳ ମାଲକାନଗିରିରୁ ଅମୃତ କଳସ ନେଇ ଭୁବନେଶ୍ୱର ଗସ୍ତ କରିଥିଲେ ଏବଂ ରାଜଧାନୀରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ୪୫ରୁ ଉର୍ଦ୍ଧ୍ବ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ, ଏନ୍‌ୱାଇକେ ସ୍ବେଚ୍ଛାସେବୀ ସମସ୍ତେ ସ୍ଲୋଗାନ ଦେଇ ଅମୃତ କଳସ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ ।

ଏହାମଧ୍ୟ ପଢନ୍ତୁ..ସଂଗ୍ରହ ହେଲା ‘ମୋ ଦେଶ ମୋ ମାଟି’ କଳସ, ଅମୃତ ବାଟିକା ପାଇଁ ମାଟି ନେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ସେଠାରେ କଳସଟିକୁ ଜିଲ୍ଲାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଦୁଇ ପ୍ରତିନିଧିଙ୍କୁ ହସ୍ତାନ୍ତର କରଯାଇଥିଲା । ଜିଲ୍ଲା ଯୁବ ରେଡକ୍ରସ୍ ଆବାହକ ତଥା ସମ୍ପାଦକ ଡଃ ରଞ୍ଜନ ସ୍ୱାଇଁ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ହରେକୃଷ୍ଣ କୀର୍ତ୍ତନିଆ, ରଞ୍ଜନ ମହାନ୍ତି ଓ ଏନୱାଇକେରୁ ସନ୍ତୋଷ ପାତ୍ର ସହଯୋଗ କରିଥିଲେ ।

ସୂଚନା ଥାଉ କି, ଦେଶର ସ୍ଵାଧୀନତା ଏବଂ ପ୍ରଗତିର ଯାତ୍ରାକୁ ସ୍ମରଣ କରି "ମୋ ମାଟି ମୋ ଦେଶ" କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି। ଏହା ମାଧ୍ୟମରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀରପୁରୁଷ ଓ ବୀରଙ୍ଗନା ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । "ଆଜାଦି କା ଅମୃତ ମହୋତ୍ସବ"ର ଉଦଯାପନୀ କାର୍ଯ୍ୟକ୍ରମ ସ୍ଵରୂପ ୯ ଅଗଷ୍ଟ ୨୦୨୩ରେ ଏହି ଅଭିଯାନର ପରିକଳ୍ପନା କରାଯାଇଥିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.