ETV Bharat / state

ମୋଟର ଲଞ୍ଚରେ ବିଚ୍ଛିନ୍ନାଞ୍ଚଳରେ ଟୀକାକରଣ

author img

By

Published : Dec 1, 2019, 12:06 AM IST

ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ସହ ବିଚ୍ଛିନ୍ନାଞ୍ଚଳକୁ ଶନିବାର ମିଶନ ଇନ୍ଦ୍ରଧନୁଷ ଟିମ ଗସ୍ତ । ବିଚ୍ଛିନ୍ନାଞ୍ଚଳର ଜଳ ଘେରରେ ରହିଥିବା ପାଞ୍ଚଟି ପଞ୍ଚାୟତର ସମସ୍ତ ଶିଶୁ ଓ ପ୍ରସୂତୀ ମହିଳାଙ୍କୁ ମିଶନ ଇନ୍ଦ୍ରଧନୁ ମାଧ୍ୟମରେ ଟୀକାକରଣ କରାଯିବ ।

mission indradhanush in malkanagir
ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନାଗିରି

ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ସହ ବିଚ୍ଛିନ୍ନାଞ୍ଚଳକୁ ଶନିବାର ମିଶନ ଇନ୍ଦ୍ରଧନୁଷ ଟିମ ଗସ୍ତ କରିଛନ୍ତି । ଏହାର ମୂଳ ଲକ୍ଷ୍ୟ ସ୍ୱାଭିମାନ ଅଞ୍ଚଳ ସହ ବିଚ୍ଛିନ୍ନାଞ୍ଚଳର ଜଳ ଘେରରେ ରହିଥିବା ପାଞ୍ଚଟି ପଞ୍ଚାୟତର ସମସ୍ତ ଶିଶୁ ଓ ପ୍ରସୂତୀ ମହିଳାଙ୍କୁ ମିଶନ ଇନ୍ଦ୍ରଧନୁ ମାଧ୍ୟମରେ ଟୀକାକରଣ କରାଯିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନାଗିରି

ଏହି ଟୀକାକରଣ 0-୨ବର୍ଷ ଓ ପ୍ରସୂତୀ ମହିଳାଙ୍କୁ ଟୀକା ଦେବା ସହ ନୂତନ ଶିଶୁ ଓ ମହିଳାଙ୍କ ପଞ୍ଜିକରଣ କରିବା ଉପରେ ମିଶନ ଇନ୍ଦ୍ରଧନୁଷ ଟିମ ଗୁରୁତ୍ଵ ଦେବେ । ଡାକ୍ତର ସନ୍ତୋଷ କୁମାର ଷଡଙ୍ଗୀଙ୍କ ନେତୃତରେ ଏହି ମିଶନ ଇନ୍ଦ୍ରଧନୁଷ ଏକ ସପ୍ତାହ ଧରି ସ୍ୱାଭିମାନ ଅଞ୍ଚଳ ସହ ବିଚ୍ଛିନ୍ନାଞ୍ଚଳର ଦୁର୍ଗମ ଅଞ୍ଚଳର ସମସ୍ତ ଗ୍ରାମକୁ ବୁଲି ଟୀକାକରଣ କରିବେ । ସ୍ୱାଭିମାନ ଅଞ୍ଚଳରେ ଯାତାୟତ ସୁବିଧା ଥିବା ବେଳେ ବିଚ୍ଛିନ୍ନାଞ୍ଚଳରେ ଯାତାୟାତ ସୁବିଧା ନଥିବାରୁ ସ୍ଵତନ୍ତ୍ର ତିନୋଟି ଆମ୍ବୁଲାନ୍ସ ମୋଟର ଲଞ୍ଚ୍ ଯୋଗେ ଶନିବାର ସ୍ବାସ୍ଥ୍ୟ କର୍ମୀ ମାନେ ଗସ୍ତ କରିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲୋକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ସହ ବିଚ୍ଛିନ୍ନାଞ୍ଚଳକୁ ଆଜି ମିଶନ ଇନ୍ଦ୍ରଧନୁ ଟିମ ଗସ୍ତ କରିଛନ୍ତି । ଏହାର ମୂଳ ଲକ୍ଷ ସ୍ୱାଭିମାନ ଅଞ୍ଚଳ ସହ ବିଚ୍ଛିନ୍ନାଞ୍ଚଳର ଜଳ ଘେରରେ ରହିଥିବା ପାଞ୍ଚଟି ପଞ୍ଚାୟତର ସମସ୍ତ ଶିଶୁ ଓ ପ୍ରସୂତୀ ମହିଳାଙ୍କୁ ମିଶନ ଇନ୍ଦ୍ରଧନୁ ମାଧ୍ୟମରେ ଟୀକାକରଣ କରାଯିବ ।Body:ଏହି ଟୀକାକରଣ ୦ରୁ ୨ବର୍ଷ ଓ ପ୍ରସୂତୀ ମହିଳାଙ୍କୁ ଟୀକା ଦେବା ସହ ନୂତନ ଶିଶୁ ଓ ମହିଳାଙ୍କ ପଞ୍ଜିକରଣ କରିବା ଉପରେ ମିଶନ ଇନ୍ଦ୍ରଧନୁ ଟିମ ଗୁରୁତ୍ଵ ଦେବେ । ଡାକ୍ତର ସନ୍ତୋଷ କୁମାର ଷଡଙ୍ଗୀଙ୍କ ନେତୃତରେ ଏହି ମିଶନ ଇନ୍ଦ୍ରଧନୁ ଏକ ସପ୍ତାହ ଧରି ସ୍ୱାଭିମାନ ଅଞ୍ଚଳ ସହ ବିଚ୍ଛିନ୍ନାଞ୍ଚଳର ଦୁର୍ଗମ ଅଞ୍ଚଳର ସମସ୍ତ ଗ୍ରାମକୁ ବୁଲି ଟୀକାକରଣ କରିବେ । ଦିଆଯିବ। ସ୍ୱାଭିମାନ ଅଞ୍ଚଳରେ ଯାତାୟତ ସୁବିଧା ଥିବା ବେଳେ ବିଚ୍ଛିନ୍ନାଞ୍ଚଳରେ ଯାତାୟାତ ସୁବିଧା ନଥିବାରୁ ସ୍ଵତନ୍ତ୍ର ତିନୋଟି ଆମ୍ବୁଲାନ୍ସ ମୋଟର ଲଞ୍ଚ ଯୋଗେ ଆଜି ସ୍ବାସ୍ଥ୍ୟ କର୍ମୀ ମାନେ ଗସ୍ତ କରିଛନ୍ତି ।

Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ............
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.