ETV Bharat / state

ଛୁରୀ ଦେଖାଇ ବ୍ୟବସାୟୀଙ୍କଠୁ ୬ ଲକ୍ଷ ଲୁଟ୍

author img

By

Published : Nov 24, 2020, 2:17 PM IST

ଛୁରୀ ଦେଖାଇ  ବ୍ୟବସାୟଙ୍କ ଠାରୁ ଲୁଟି ନେଲେ ୬ଲକ୍ଷ
ଛୁରୀ ଦେଖାଇ ବ୍ୟବସାୟଙ୍କ ଠାରୁ ଲୁଟି ନେଲେ ୬ଲକ୍ଷ

ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଜଣେ ବ୍ୟବସାୟୀଙ୍କ ଠାରୁ 2ଜଣ ଦୁର୍ବୃତ୍ତ 6 ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।

ମାଲକାନଗିରି: ଦିନ ଦ୍ବିପ୍ରହରରେ ଛୁରୀ ଦେଖାଇ ୬ଲକ୍ଷ ଲୁଟି ନେଲେ । ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଜଣେ ବ୍ୟବସାୟୀଙ୍କ ଠାରୁ 2ଜଣ ଦୁର୍ବୃତ୍ତ 6 ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।

ସୂଚନାଯୋଗ୍ୟ, ସୋମବାର ମଧାହ୍ନ ପ୍ରାୟ 3ଟା ସମୟରେ ମାଲକାନଗିରି ସଦର ମହକୁମାସ୍ଥିତ ଆଇଏମ ଏସଟି ଛକ ନିକଟରେ ଥିବା ଗୋପାଳ କ୍ରିଷ୍ଣା ହାର୍ଡୱେର ଦୋକାନର କାମ କରୁଥିବା ମ୍ୟାନେଜର ରବି ପ୍ରଧାନ 6ଲକ୍ଷ ଟଙ୍କା ଧରି ବ୍ୟାଙ୍କ ଯାଉଥିଲେ ।

ସ୍ଥାନୀୟ ପିଡବ୍ଲୁଡି ଅଫିସ ନିକଟରେ ଏକ ଅପାଚି ବାଇକରେ 2ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ରବିଙ୍କୁ ଅଟକାଇ ଥିଲେ । ପରେ ତାଙ୍କୁ ମାଡ ମାରିବା ସହ ଛୁରୀ ଦେଖାଇ ତାଙ୍କ ଠାରୁ 6ଲକ୍ଷ ଟଙ୍କା ନେଇ ପଳାଇଥିଲେ । ଏ ସଂକ୍ରାନ୍ତରେ ମାଲକାନଗିରି ଥାନାରେ ଅଭିଯୋଗ ହେବା ପରେ ଆଇଆଇସି ରାମପ୍ରସାଦ ନାଗ ଘଟଣାର ତଦନ୍ତ କରୁଥିବାବେଳେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ କୌଣସି ସନ୍ଧାନ ମିଳିନାହିଁ । ତେବେ ପିଡବ୍ଲୁଡି କାର୍ଯ୍ୟଳୟ ସମ୍ମୁଖରେ ଥିବା ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ କରୁଥିବା ଜଣାପଡିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.