ETV Bharat / state

ଘର ଘର ବୁଲି ବିଜୁ ପକ୍କା ଘର ହିତାଧିକାରୀଙ୍କୁ ସହାୟତା ରାଶି ବାଣ୍ଟିଲେ ମନ୍ତ୍ରୀ

author img

By

Published : Jan 8, 2022, 8:07 PM IST

ଘର ଘର ବୁଲି ବିଜୁ ପକ୍କା ଘର ହିତାଧିକାରୀଙ୍କୁ ସହାୟତା ରାଶି ବାଣ୍ଟିଲେ ମନ୍ତ୍ରୀ
ଘର ଘର ବୁଲି ବିଜୁ ପକ୍କା ଘର ହିତାଧିକାରୀଙ୍କୁ ସହାୟତା ରାଶି ବାଣ୍ଟିଲେ ମନ୍ତ୍ରୀ

ମାଲକାନଗିରିରେ ଘରକୁ ଘର ବୁଲି ବିଜୁ ପକ୍କା ଘର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢନ୍ତୁ

ମାଲକାନଗିରି: ଘର ବୁଲି ବିଜୁ ପକ୍କା ଘର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କଲେ ମନ୍ତ୍ରୀ। ପଡିଆ ଓ କାଲିମେଳା ବ୍ଲକରେ ଘରକୁ ଘର ବୁଲି ବିଜୁ ପକ୍କା ଘର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ଘର ଘର ବୁଲି ବିଜୁ ପକ୍କା ଘର ହିତାଧିକାରୀଙ୍କୁ ସହାୟତା ରାଶି ବାଣ୍ଟିଲେ ମନ୍ତ୍ରୀ
ଘର ଘର ବୁଲି ବିଜୁ ପକ୍କା ଘର ହିତାଧିକାରୀଙ୍କୁ ସହାୟତା ରାଶି ବାଣ୍ଟିଲେ ମନ୍ତ୍ରୀ

ରାଜ୍ୟ ସରକାରଙ୍କ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ମାଲକାନଗିରି ଜିଲ୍ଲାର ପଡିଆ ଓ କାଲିମେଳା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତ ଅଧୀନରେ ଥିବା ବିଜୁ ପକ୍କାଘର ଯୋଜନା ହିତାଧିକାରୀଙ୍କୁ ତିନି ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି। ମନ୍ତ୍ରୀ ଆଜି ଜିଲ୍ଲାର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ହିତାଧିକାରୀଙ୍କ ଘରକୁ ଘର ବୁଲି ସହାୟତା ରାଶି ପ୍ରଦାନ କରିଥିଲେ । ଏଥି ସହିତ ମନ୍ତ୍ରୀ ବେହେରା ହିତାଧିକାରୀଙ୍କୁ ସେମାନଙ୍କ ସୁଖଦୁଃଖ ପଚାରି ବୁଝିବା ସହ ମୁଖ୍ୟମନ୍ତ୍ରୀ ନବୀନଙ୍କ ଏହି ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ବୁଝାଇଥିଲେ ।

ଘର ଘର ବୁଲି ବିଜୁ ପକ୍କା ଘର ହିତାଧିକାରୀଙ୍କୁ ସହାୟତା ରାଶି ବାଣ୍ଟିଲେ ମନ୍ତ୍ରୀ
ଘର ଘର ବୁଲି ବିଜୁ ପକ୍କା ଘର ହିତାଧିକାରୀଙ୍କୁ ସହାୟତା ରାଶି ବାଣ୍ଟିଲେ ମନ୍ତ୍ରୀ

ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିବା ମନ୍ତ୍ରୀ ବେହେରା ଗତକାଲି ମାଲକାନଗିରି ବ୍ଲକର ବିଭିନ୍ନ ହିତାଧିକାରୀଙ୍କୁ ନିଜ ହାତରେ ଏହି ସହାୟତା ରାଶି ପ୍ରଦାନ କରିଥିଲେ। ଗରିବ କଲ୍ୟାଣକାରୀ ଯୋଜନା ବାବଦ ଅର୍ଥକୁ ହିତାଧିକାରୀଙ୍କ ଘରେ ପହଂଚାଇବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା ଗାଁ କୁ ଗାଁ ବୁଲୁଥିବା ଦେଖି ଅଞ୍ଚଳରେ ବେଶ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା।

ମାଲକାନଗିିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.