ETV Bharat / state

ଗ୍ରାମ୍ୟ ଉନ୍ନୟନ ବିଭାଗରେ କାମ ଦେବା ନାଁରେ 10 ଲକ୍ଷ ଠକେଇ, ଦଲାଲ ଗିରଫ

author img

By

Published : Jun 19, 2023, 11:41 AM IST

Updated : Jun 19, 2023, 1:47 PM IST

man arrested over job scam in malkangiri
man arrested over job scam in malkangiri

ଗ୍ରାମ୍ୟ ଉନ୍ନୟନ ବିଭାଗରେ କାମ ଦେବା ଆଳରେ ଟଙ୍କା ଠକେଇ । ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

କାମ ଦେବା ନାଁରେ 10 ଲକ୍ଷ ଠକେଇ

ମାଲକାନଗିରି: ଗ୍ରାମ୍ୟ ଉନ୍ନୟନ ବିଭାଗରେ କାମ ଦେବା ନାଁରେ ଠକେଇ । ଲକ୍ଷେ କି ଦୁଇ ଲକ୍ଷ ନୁହଁ ବରଂ କାମ ଦେବା କହି 10 ଲକ୍ଷ ଟଙ୍କା ଠକେଇ ହୋଇଛି । ମାଲକାନଗିରି ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ । ଏନେଇ ଥାନାରେ ଅଭିଯୋଗ ପରେ ଦଲାଲକୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ । ଠକେଇର ଶିକାର ହୋଇଥିବା ଯୁବକ ହେଉଛନ୍ତି ବିବେନ୍ଦୁ ଭକ୍ତ । ଗିରଫ ଦଲାଲ ହେଉଛି ସୁରେଶ କୁମାର ପାଲ ।

ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ଥାନା ଏମଭି ୭ ଗ୍ରାମର ଦିବେନ୍ଦୁ ଭକ୍ତ ୨୦୨୨ ନଭେମ୍ବର ୧୫ ତାରିଖରେ ରାଉରକେଲା ଅଞ୍ଚଳର ସୁରେଶ କୁମାର ପାଲଙ୍କୁ ଭେଟିଥିଲେ । ସୁରେଶ ଗ୍ରାମ୍ୟ ଉନ୍ନୟନ ବିଭାଗରେ କାମ ସୁବିଧାରେ ଯୋଗାଇଦେବା ପାଇଁ କହିଥିଲେ । ଏହି ବିଭାଗରେ କାମ କଲେ ଭଲ ଟଙ୍କା ମିଳିବ ବୋଲି ଯୁବକଙ୍କୁ ପ୍ରଲୋଭନ ଦେଖାଇଥିଲେ ଦଲାଲ ସୁରେଶ । ଏଥିପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଥିଲେ । ଏହାପରେ ଭୁବନେଶ୍ଵରରେ ଅଧିକାରୀଙ୍କ ସହାୟତାରେ କାମ ହାତେଇବା ପାଇଁ ଟଙ୍କା ମାଗିଥିଲେ ।

ଏଥି ପାଇଁ ଦିବେନ୍ଦୁ ଓ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ଭୁବନେଶ୍ଵର ନେଇ ସେଠାରେ ବିଭିନ୍ନ ସ୍ଥାନ ବୁଲାଇଥିଲେ ସୁରେଶ ପାଲ । କିନ୍ତୁ ଟଙ୍କା ନଦେଇ ଉଭୟ ଗାଁକୁ ଫେରି ଆସିଥିଲେ । ସୁରେଶ ପୁଣି ଥରେ ଦିବେନ୍ଦୁଙ୍କୁ ଫୋନ୍ କରି କାମ ନ ପାଇଲେ ୧୦ଲକ୍ଷ ଟଙ୍କା ଫେରସ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ଦିବେନ୍ଦୁ ସୁରେଶଙ୍କ ଆକାଉଣ୍ଟରେ ୧୦ଲକ୍ଷ ଟଙ୍କା ଜମା କରିଥିଲେ । ହେଲେ ଟଙ୍କା ପାଇବା ପରେ ସୁରେଶ ଆଉ ଧରା ଛୁଆଁ ଦେଇନଥିଲେ ।

ଏପରିକି ଦିବେନ୍ଦୁ ବାରମ୍ବାର ଟଙ୍କା ମାଗିବା ପରେ ସୁରେଶ ସାଢ଼େ ୪ଲକ୍ଷ ଫେରାଇଥିଲେ । କିନ୍ତୁ ବଳକା ସାଢ଼େ ୫ଲକ୍ଷ ଟଙ୍କା ଫେରାଇ ନଥିଲେ । ବାରମ୍ବାର କହିବା ପରେ ମଧ୍ୟ ସୁରେଶ ଟଙ୍କା ଦେଉନଥିବାରୁ ଦିବେନ୍ଦୁ ମାଲକାନଗିରି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଦର୍ଶ ଥାନା ପୋଲିସ କେସ୍ ନମ୍ବର ୩୩୮/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଘଟଣାର ସତ୍ୟାସତ୍ୟ ଜାଣିବାପରେ ଆଇପିସି ୧୮୬୦ ଅନୁଯାୟୀ ୪୨୦ ଓ ୫୦୬ ଦଫା ଲଗାଇ ଠକ ଦଲାଲ ସୁରେଶ କୁମାର ପାଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଏନେଇ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ୍ କୁଣ୍ଡ ସୂଚନା ଦେଇଛନ୍ତି । ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଥାନା ଅଧିକାରୀ ।

ଇଟିଭି ଭାରତ, ମାଲକାନଗିରି

Last Updated :Jun 19, 2023, 1:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.