ETV Bharat / state

ଜାତୀୟ ମତଦାତା ଦିବସ: ରାଜ୍ୟସ୍ତରରେ ପୁରସ୍କୃତ ହେଲେ ମାଲକାନଗିରି ଉପଜିଲ୍ଲାପାଳ

author img

By

Published : Jan 26, 2023, 10:21 AM IST

Sub Collector awarded
ପୁରସ୍କୃତ ହେଲେ ଉପଜିଲ୍ଲାପାଳ

ରାଜ୍ୟସ୍ତରରେ ପୁରସ୍କୃତ ହେଲେ ଉପଜିଲ୍ଲପାଳ । ଜାତୀୟ ମତଦାତା ଦିବସରେ କରାଗଲା ପୁରସ୍କୃତ । ଅଧିକ ପଢ଼ନ୍ତୁ

ମାଲକାନଗିରି : ଜାତୀୟ ମତଦାତା ଦିବସରେ ମାଲକାନାଗିରି ଜିଲ୍ଲା ରାଜ୍ୟସ୍ତରରେ ଦୁଇଟି ପୁରସ୍କାର ହାସଲ କରିଛି । ସ୍ୱତନ୍ତ୍ର ସଂକ୍ଷୀପ୍ତ ଅଭିଯାନ କାର୍ଯ୍ୟକ୍ରମରେ ଭୋଟର ଶିକ୍ଷା ଏବଂ ନିର୍ବାଚନରେ ଅଂଶ ଗ୍ରହଣ ପାଇଁ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁଙ୍କୁ ସମ୍ମାନିତ କରାଯାଇଛି । ଭୁବନେଶ୍ୱରରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସମ୍ମାନିତ କରିଛନ୍ତି ।

ସେହିପରି ତୁମାସପଲ୍ଲୀ ଆଶ୍ରମ ବିଦ୍ୟାଳୟର ସହାୟକ ଶିକ୍ଷକ ଶାମ ପଡ଼ିଆମୀଙ୍କୁ ବୁଥସ୍ତରୀୟ ଅଧିକାରୀ ଭାବେ ପୁରସ୍କୃତ କରାଯାଇଛି । ମାଲକାନଗିରି ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର ୧୧୫ ଓ ୧୪୬ରେ ୧୮ରୁ ୧୯ ବର୍ଷର ଯୁବ ମତଦାତାଙ୍କ ପଞ୍ଜିକରଣ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି, ଖୋର୍ଦ୍ଧା ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ପୁରସ୍କାର ପାଇବା ପରେ ପ୍ରତିକ୍ରିୟା ରଖି ଉପଜିଲ୍ଲାପାଳ କହିଛନ୍ତି "ନିଶ୍ଚିତ ଭାବେ ଏହା ଜିଲ୍ଲାର ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ । ସୁପରଭାଇଜର ଓ ବୁଥସ୍ତରୀୟ ଅଧିକାରୀଙ୍କୁ ଉତ୍ସାହିତ କରିବ। ଯେଉଁମାନେ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ନିର୍ବାଚନ ତାଲିକା ପ୍ରସ୍ତୁତରେ କାର୍ଯ୍ୟ କରୁଛନ୍ତି । ମାଲକାନଗିରି ଏବଂ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଯୁବ ଭୋଟରଙ୍କ ପଞ୍ଜୀକରଣ ପାଇଁ କାର୍ଯ୍ୟ କରିଥିବା ସମସ୍ତ କର୍ମଚାରୀଙ୍କୁ ସେ ଏହି ପୁରସ୍କାରକୁ ଉତ୍ସର୍ଗ କରିଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୁବ ଭୋଟରଙ୍କ ପଞ୍ଜିକରଣରେ ମାଲକାନଗିରି ଜିଲ୍ଲାର ପ୍ରଦର୍ଶନ ସର୍ବୋତ୍ତମ ରହିଥିଲା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲପାଳ ବିଶାଲ ସିଂ ଉପଜିଲ୍ଲପାଳ ଓ ବୁଥସ୍ତରୀୟ ଅଧିକାରୀ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ଦିନରେ ମଧ୍ୟ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତରେ ସମାନ ଉତ୍ସାହ ଏବଂ ଯୋଗଦାନ ଦେବା ପାଇଁ ସମସ୍ତ କ୍ଷେତ୍ର ଅଧିକାରୀଙ୍କୁ କହିଛନ୍ତି ।

ଆଜି ହେଉଛି ଜାତୀୟ ମତଦାତା ଦିବସ । ଦେଶର ପ୍ରତିଟି ନାଗରିକ କିପରି ଗଣତନ୍ତ୍ରର ମୁଖ୍ୟ ପର୍ବରେ ସାମିଲ ହେବେ, ଅବାଧ ଓ ମୁକ୍ତ ମତଦାନ କରିବେ ତାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଆଜି(ଜାନୁଆରୀ 25) ଦିନରେ ପାଳନ ହୁଏ ଜାତୀୟ ମତଦାତା ଦିବସ । ଏହି ଅବସରରେ ଜିଲ୍ଲାରେ ପ୍ରଥମଥର ପାଇଁ ଆୟୋଜିତ ହୋଇଯାଇଛି ସର୍ବବୃହତ ମାନବ ଶୃଙ୍ଖଳାର ଚେନ । ଭୋଟରଙ୍କୁ ସଚେତନ କରିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆଜି ଜାତୀୟ ଭୋଟର ଦିବସ ପାଳନ କରାଯାଇଛି । ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ତଥା ନୂତନ ଭୋଟରଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.