ମିଥ୍ୟା ଏନକାଉଣ୍ଟର ଘଟଣାରେ ଶରତ ବୁରୁଦା ଗିରଫ, ତୀବ୍ର ନିନ୍ଦା କଲା କଂଗ୍ରେସ

author img

By

Published : Nov 14, 2022, 8:28 PM IST

ମିଥ୍ୟା ଏନକାଉଣ୍ଟର ଘଟଣାରେ ବରିଷ୍ଠ ନେତା ଶରତ ବୁରୁଦାଙ୍କୁ ଗିରଫ, ତୀବ୍ର ନିନ୍ଦା କଲା କଂଗ୍ରେସ

ମିଥ୍ୟା ଏନକାଉଣ୍ଟର ଘଟଣାରେ ଶରତ ବୁରୁଦା ଗିରଫ । ମିଥ୍ୟା ଏନକାଉଣ୍ଟର ଘଟଣାରେ ବରିଷ୍ଠ ନେତା ଶରତ ବୁରୁଦାଙ୍କୁ ମାଲକାନଗିରି ପୋଲିସ ଗିରଫ କରିଛି । ଏହାକୁ ତୀବ୍ର ନିନ୍ଦା କଲା ମାଲକାନଗିରି ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ

ମାଲକାନଗିରି: ମିଥ୍ୟା ଏନକାଉଣ୍ଟର ଘଟଣାରେ ଶରତ ବୁରୁଦା ଗିରଫ । କୋରାପୁଟ ଜିଲ୍ଲା ମାଳିପଦରରେ ମିଥ୍ୟା ଏନକାଉଣ୍ଟର ଘଟଣାରେ ମାଲକାନଗିରି ଜିଲ୍ଲା ୩୨୬ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ ଆନ୍ଦୋଳନକାରୀ । ଏମାନଙ୍କ ମଧ୍ୟରେ ଥିବା ସମାଜସେବୀ ତଥା ବରିଷ୍ଠ କଂଗ୍ରେସ ନେତା ଶରତ ବୁରୁଦା (Senior Congress Sarat Buruda)ଙ୍କୁ ରାତି ଅଧିଆ ଉଠାଇ ନେଇଥିଲା ପୋଲିସ । ଏହି ଘଟଣାକୁ ଜିଲ୍ଲା କଂଗ୍ରେସ ତୀବ୍ର ନିନ୍ଦା କରିଥିବା କହିଛନ୍ତି ସଭାପତି ଗୋବିନ୍ଦ ପାତ୍ର । ଆନ୍ଦୋଳନକାରୀଙ୍କ ମଧ୍ୟରେ ବିଜେଡି ନେତା ସାମିଲ ଥିବା ବେଳେ ପୋଲିସ କେବଳ କଂଗ୍ରେସ ନେତାଙ୍କୁ ଗିରଫ କରିଥିବା ନେଇ ଅଭିଯୋଗ କରିଛନ୍ତି ।

ସାମାଜସେବୀ ତଥା କଂଗ୍ରେସ ନେତା ଶରତଙ୍କ ସହିତ ଅନେକ ଆନ୍ଦୋଳନକାରୀଙ୍କୁ ରାତି ଅଧିଆ ଗିରଫ କରିଥିଲା ମାଲକାନଗିରି ପୋଲିସ । ଏମାନଙ୍କ ମଧ୍ୟରୁ ବରିଷ୍ଠ ନେତା ଶରତଙ୍କ ସହିତ ୩ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ୧୯ ଜଣଙ୍କୁ ଅଟକ ରଖି ପଚରାଉଚାରା କରାଯାଉଥିବା ମାଲକାନଗିରି ଆଇଆଇସି (Malkangiri IIC) ପ୍ରକାଶ କରିଛନ୍ତି । ଏହି ଘଟଣା ଘଟିବା ପରେ ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟିର ଏକ ଟିମ ମାଲକାନଗିରି ଥାନା ଆସି ଆଇଆଇସିଙ୍କ ସହ ଆଲୋଚନା କରିଥିଲେ ।

ଏହା ବି ପଢନ୍ତୁ- ମିଥ୍ୟା ଏନକାଉଣ୍ଟର ଅଭିଯୋଗ, ଆନ୍ଦୋଳନକାରୀଙ୍କୁ ରାତି ଅଧିଆ ଉଠାଇନେଲା ପୋଲିସ

ପରେ ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଗଣମାଧ୍ୟମକୁ କହିଥିଲେ ଏହିଭଳି ଗିରଫ ଘଟଣାକୁ କଂଗ୍ରେସ ନିନ୍ଦା କରୁଛି । ପୂର୍ବରୁ ଚିତ୍ରକୁଣ୍ଡା ଥାନା ଭଙ୍ଗାରୁଜା ଘଟଣାକୁ କେନ୍ଦ୍ରକରି ମାଲକାନଗିରି ଜିଲ୍ଲା ପୋଲିସ କଂଗ୍ରେସ କର୍ମୀ ମାନଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଗୋବିନ୍ଦ ପାତ୍ର । ଏହା ସହ ଏହି ରାସ୍ତା ଅବରୋଧ ଘଟଣାରେ କେବଳ କଂଗ୍ରେସ କର୍ମୀ ନୁହେଁ ବିଜେଡି ନେତା ମାନେ ବି ସାମିଲ ଥିଲେ । କିନ୍ତୁ ବିଜେଡି ନେତାଙ୍କୁ ଛାଡି କେବଳ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ପୋଲିସ ବୋଲି ସେ ଅଭିଯୋଗ ଆଣିଛନ୍ତି ।

ସୂଚନା ଥାଉକି, ଗତ ନଭେମ୍ବର ୧୦ ତାରିଖରେ ୨ଜଣ ବ୍ୟକ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡା ମାଲିଗୁଡ଼ା ଜଙ୍ଗଲରେ କାଉଡି ଯୋଗେ ଗଞ୍ଜେଇ ନେଇ ଯାଉଥିଲେ । ସେହି ସମୟରେ କୋରାପୁଟ ପୋଲିସ ତଥା ଯବାନ ପକ୍ଷରୁ ଦୁହିଁଙ୍କ ଉପରକୁ ଗୁଳିଚାଳନା କରିଥିଲେ । ପୋଲିସ ଗୁଳିରେ ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସରଗିଗୁଡ଼ା ଗ୍ରାମର ଧନ କମାର(୪୧) ନାମକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ ।

ଆହାତ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ନୁଆଗୁଡା ଗାଁର ଜୟକୁମାର ନାଗ । ମିଛରେ ତାଙ୍କୁ ମାଓବାଦୀ ଦର୍ଶାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ମୃତକଙ୍କ ପରିବାର ଓ ଗ୍ରାମବାସୀ ମାଲକାନଗିରି ଜିଲ୍ଲା କୋତାମାଟା ଗ୍ରାମ ନିକଟ ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ମୃତଦେହକୁ ଖୁବଶୀଘ୍ର ହସ୍ତାନ୍ତର କରିବା ପାଇଁ ଗ୍ରାମବାସୀ ଦାବି କରିଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.