ETV Bharat / state

କୋଭିଡ କଟକଣାରେ ପାଳନ ହେବ ମାଲକାନଗିରି ବଡ଼ଯାତ୍ରା

author img

By

Published : Mar 20, 2021, 7:48 AM IST

malkangiri Bada jatra meeting
କୋଭିଡ କଟକଣାରେ ପାଳନ ହେବ ମାଲକାନଗିରି ବଡ଼ଯାତ୍ରା

ଚଳିତ ବର୍ଷ କୋରୋନା କଟକଣା ମଧ୍ୟରେ ପାଳିତ ହେବ ମାଲକାନଗିରିର ବଡଯାତ୍ରା । ଏ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସର ପ୍ରସ୍ତୁତି ବୈଠକ ହୋଇଯାଇଛି । ଅଧିକ ପଢନ୍ତୁ...

ମାଲକାନଗିରି: କୋଭିଡ କଟକଣାରେ ପାଳନ ହେବ ମାଲକାନଗିରି ବଡ଼ଯାତ୍ରା । ମାଲକାନଗିରି ଜିଲ୍ଲା ସଦର ମହାକୁମା ତହସିଲ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

କୋଭିଡ କଟକଣାରେ ପାଳନ ହେବ ମାଲକାନଗିରି ବଡ଼ଯାତ୍ରା

ଚଳିତବର୍ଷ ମାଲକାନଗିରିର ବଡଯାତ୍ରା କୋରୋନା କଟକଣା ମଧ୍ୟରେ ପାଳନ କରାଯିବ । ପ୍ରଶାସନ ପକ୍ଷରୁ ବଳିପ୍ରଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହ ସହରରେ ମଦ ଦୋକାନ ବନ୍ଦ କରାଯାଇଛି । ପୋଲୁରୁ ଠାରେ କିପରି ବ୍ୟାରିକେଟ କରାଯିବ ଭକ୍ତମାନେ ସୁବିଧାରେ ନଦୀପାର ହେବେ ସେହି ବ୍ୟବସ୍ଥା କରାଯାଇଛି । ଯାତ୍ରା ସମୟରେ ସହରରେ କିପରି ଭିଡ଼ ନହେବ ଏବଂ ସମସ୍ତେ କୋଭିଡ ନିୟମ ପାଳନ କରିବେ ମାସ୍କ ବ୍ୟବହାର କରିବେ ସାମାଜିକ ଦୂରତା ମାନିବେ ତାହା ପୋଲିସ ପକ୍ଷରୁ ବ୍ୟବସ୍ଥା କରିବା ସୂଚନା ଦେଇଛନ୍ତି ।

ଏହି ବୈଠକଲେ ଜିଲ୍ଲା ପ୍ରଶାସନ ତରଫରୁ ମାଲକାନଗିରି ତହସିଲଦାର ଡ଼ଃ ଗୁଣନିଧି ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଦାୟିତ୍ୱରେ ଥିବା ସ୍ନିଗ୍ଧା ଚୌଧୁରୀ ପୋଲିସ ପ୍ରଶାସନ ପକ୍ଷରୁ ଏସଡିପିଓ ଅଂଶୁମାନ ଦ୍ବିବେଦୀ,ଆଦର୍ଶ ଥାନା ଅଧିକାରୀ ରାମ ପ୍ରସାଦ ନାଗ ଉପସ୍ଥିତ ରହିଛନ୍ତି । ଆଗାମୀ ଦିନରେ ହେବାକୁ ଥିବା ବଡ଼ଯାତ୍ରା କିପରି ସୁରୁଖୁରୁରେ ପାଳିତ ହେବ ଏବଂ ଏହି ବଡ଼ଯାତ୍ରାକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନକୁ ସବୁ ସମୟରେ ଜିଲ୍ଲାବାସୀ ଓ ଗଣମାଧ୍ୟମ ପକ୍ଷରୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.