ETV Bharat / state

ମାଲକାନଗିରିରେ ପକ୍ଷୀଗଣନା ଶେଷ

author img

By

Published : Jan 12, 2023, 9:25 PM IST

complete the bird count
ପକ୍ଷୀଗଣନା ଶେଷ

ମାଲକାନଗିରି ବନଖଣ୍ଡ ତରଫରୁ ଚଳିତ ବର୍ଷର ପକ୍ଷୀଗଣନା କାର୍ଯ୍ୟକ୍ରମ ଶେଷ ହୋଇଛି। ଅଧିକ ପଢ଼ନ୍ତୁ

ପକ୍ଷୀଗଣନା ଶେଷ

ମାଲକାନାଗିରି: ଜିଲ୍ଲାରେ ପ୍ରତି ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ବନବିଭାଗ ତରଫରୁ ଜଳଚର ପକ୍ଷୀ ଗଣନା କରାଯାଇଥାଏ । ସେହିପରି ମାଲକାନଗିରି ବନଖଣ୍ଡରେ ପକ୍ଷୀଗଣନା କାର୍ଯ୍ୟ ବର୍ତ୍ତମାନ ସମାପ୍ତ ହୋଇଯାଇଛି । ହେଲେ ଚଳିତ ଜାନୁଆରୀ ମାସରେ ୯ଗୋଟି ସ୍ଥାନରେ ୧୦ ଗୋଟି ବନକର୍ମଚାରୀ ଦଳକୁ ନେଇ ପକ୍ଷୀ ଗଣନା କାର୍ଯ୍ଯ ସମ୍ପନ୍ନ କରାଯାଇଥିଲା । ମାଲକାନଗିରି ବନଖଣ୍ଡରେ ଏଥର ୧୪, ୨୩୦ ପକ୍ଷୀଙ୍କ ଆଗମନ ହୋଇଥିବା ପକ୍ଷୀଗଣନାରୁ ଜଣା ପଡ଼ିଛି । ଏଥିରେ ୪୪ଟି ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥିଲା । ସେଥିମଧ୍ଯରୁ ୨୨ ପ୍ରଜାତିର ପକ୍ଷୀ ବିଦେଶାଗତ ବୋଲି ଚିହ୍ନଟ ହୋଇଛି । ମାଲକାନଗିରି ବନାଞ୍ଚଳର ସତୀଗୁଡା ବନ୍ଧ, ମାଥିଲି ବନାଞ୍ଚଳର ଶିବନାଞ୍ଚ, ଚିତ୍ରକୁଣ୍ଡା ଜଳଭଣ୍ଡାର ଏବଂ ବାଲିମେଳା ମାଟି ବନ୍ଧରେ ସର୍ବାଧିକ ବିଦେଶାଗତ ପକ୍ଷୀ ଦୃଷ୍ଟିଗୋଚର ହୋଇଥିଲା ।

ଏମାନଙ୍କ ସୁରକ୍ଷା ଲାଗି ବନ ବିଭାଗ ଅଧିକ ସତର୍କତା ଅବଲମ୍ବନ କରିଛି । ପକ୍ଷୀ ଗଣନା ପାଇଁ ଜାନୁଆରୀ ୨ ତାରିଖରୁ ପ୍ରସ୍ତୁତି ଚାଲିଥିବା ବେଳେ କ୍ଷେତ୍ର କର୍ମଚାରୀମାନଙ୍କୁ ବନ୍ଯପ୍ରାଣୀ ବିଶେଷଜ୍ଞ ଡକ୍ଟର ନିମାଇଁ ଚରଣ ପଲାଇ ଏବଂ ଶ୍ରୀଭକ୍ତ ପଦାରବିନ୍ଦ ତାମିଲ ପ୍ରଦାନ କରିଥିଲେ । ପକ୍ଷୀ ଗଣନାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କୋଟ୍ଟାପଲ୍ଲୀ ଏବଂ ସହକାରୀ ବନସଂରକ୍ଷକ କନ୍ଦନ ସିଂ ପରାମର୍ଶ ଦେଇଥିଲେ । ଏହି ଗଣନାରେ ମାଲକାନଗିରି ବନଖଣ୍ଡରେ ଥିବା ସମସ୍ତ ବନାଞ୍ଚଳ ଅଧିକାରୀ, ବନାପାଳ ବନରକ୍ଷୀମାନେ ସୂଚାର ରୂପେ ଦାୟିତ୍ୱ ନିର୍ବାହ କରିଥିଲେ । ପ୍ରକାଶ ଥାଉକି, ଗତ ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ମାଲକାନଗିରି ବନଖଣ୍ଡରେ ୧୦,୧୦୪ ପକ୍ଷୀ ଗଣନା କରାଯାଇଥିଲା ଏବଂ ୪୩ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥିଲା ।

ମାଲକାନଗିରି ବନାଞ୍ଚଳର ସତୀଗୁଡା ଡ୍ୟାମ, ମାଥିଲି ବନାଞ୍ଚଳର ଶିବ ସାଗର ଏବଂ ବାଲିମେଳା ମାଟିବନ୍ଧ ଚିତ୍ରକୋଣ୍ଡା ଠାରେ ସର୍ବାଧିକ ବିଦେଶୀ ପକ୍ଷୀଙ୍କର ଆଗମନ ହୋଇଥିବା ଜଣାପଡିଛି। ବିଗତ ବର୍ଷମାନଙ୍କ ମଧ୍ୟରୁ ଚଳିତ ବର୍ଷ ସର୍ବାଧୀକ ପକ୍ଷୀ ଏବଂ ବିଦେଶୀ ପକ୍ଷୀଙ୍କର ଆଗମନ ହୋଇଥିବାରୁ ପକ୍ଷୀପ୍ରେମୀ, ପରିବେଶବିତ୍‌, ବନବିଭାଗର କର୍ମଚାରୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଏହି ପକ୍ଷୀମାନଙ୍କର ସୁରକ୍ଷା ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

ଟଳିତ ବର୍ଷ ପକ୍ଷୀ ଗଣନା ଜାନୁଆରୀ ୨ ତାରିଖରୁ ଆରମ୍ଭ ହୋଇଥିଲା । ପକ୍ଷୀ ଗଣନା ଯେପରି ନିର୍ଭୁଲ ଭାବେ ହେବ ସେନେଇ ବନଖଣ୍ଡ ଅଧିକାରୀ ସହଯୋଗୀ ବନସଂରକ୍ଷକଙ୍କ ସହଯୋଗରେ ତଦାରଖ କରିଥିଲେ। ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ସମସ୍ତ ବନାଞ୍ଚଳ ଅଧିକାରୀ, ବନପାଳ, ବନରକ୍ଷୀମାନେ ଦାୟୀତ୍ବ ନେଇଥିଲେ । ଏଥିସହ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୃଷ୍ଟିର କର୍ମକର୍ତ୍ତାମାନେ ମଧ୍ୟ ସହଯୋଗ କରିଥିଲେ।

ଇଟିଭି ଭାରତ, ମାଲକାନାଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.