ETV Bharat / state

ମିନି ଷ୍ଟାଡିୟମ ବିକ୍ରି ପ୍ରତିବାଦରେ କାଲିମେଳା ବନ୍ଦ

author img

By

Published : Aug 5, 2022, 11:35 AM IST

ମିନି ଷ୍ଟାଡିୟମ ବିକ୍ରି ପ୍ରତିବାଦରେ କାଲିମେଳା ମାର୍କେଟ ବନ୍ଦ
ମିନି ଷ୍ଟାଡିୟମ ବିକ୍ରି ପ୍ରତିବାଦରେ କାଲିମେଳା ମାର୍କେଟ ବନ୍ଦ

କାଲିମେଳା ମିନି ଷ୍ଟାଡିୟମରେ ଚାଷ କାମ । ନଷ୍ଟ ହେଉଛି ଷ୍ଟାଡିୟମର ସୌନ୍ଦର୍ଯ୍ୟକରଣ । ଏନେଇ ପ୍ରତିବାଦ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢ଼ନ୍ତୁ

ମାଲକାନଗିରି: କାଲିମେଳା ମିନି ଷ୍ଟାଡିୟମକୁ ବିକ୍ରି ପ୍ରତିବାଦରେ କାଲିମେଳା ବନ୍ଦ ଡାକରା ଦେଇଛନ୍ତି କାଲିମେଳା ଜନସାଧାରଣ । ଏହି ବନ୍ଦ ଡ଼ାକରାରେ କାଲିମେଳାର ସମସ୍ତ ଯୁବକ ସହ କାଲିମେଳାବାସୀ ଏହି ଡାକରାକୁ ସଫଳ କରିବା ପାଇଁ ଧାରଣା ମଧ୍ୟ ଦେଇଛନ୍ତି । ସୂଚନା ଅନୁଯାୟୀ କାଲିମେଳାରେ ଥିବା ମିନି ଷ୍ଟାଡିୟମରେ କେହି ଜଣେ ଜମି ଦଲାଲ ନିଜ ନାମକୁ ନେଇ ଚାଷ କରୁଛି । ଯାହା ଫଳରେ କାଲିମେଳାରେ ଥିବା ଏହି ଗୋଟିଏ ମାତ୍ର ମିନି ଷ୍ଟାଡିୟମ ବର୍ତ୍ତମାନ ବନ୍ଦ ହେବାକୁ ଯାଉଛି ।

ମିନି ଷ୍ଟାଡିୟମ ବିକ୍ରି ପ୍ରତିବାଦରେ କାଲିମେଳା ମାର୍କେଟ ବନ୍ଦ

ଏଥିସହ ଏହି ଷ୍ଟାଡିୟମରେ କାଲିମେଳାର ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ହେଉଥିଲା । କିନ୍ତୁ ସେଠାରେ ବର୍ତ୍ତମାନ ଚାଷ ହେବା ଦ୍ୱାରା ସେହି ଷ୍ଟାଡିୟମଟି ନଷ୍ଟ ହେବାକୁ ଯାଉଛି । ଯାହାର ପ୍ରତିବାଦରେ ଆଜି କାଲିମେଳା ବାସୀ ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦ ଡ଼ାକରାରେ ସ୍ଥାନୀୟ ଅଞ୍ଚଳର ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.