ETV Bharat / state

ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା; ରଦ୍ଦ ହେଲା ଆନ୍ଧ୍ର କମ୍ପାନୀର solvency ସାର୍ଟିଫିକେଟ

author img

By

Published : Aug 9, 2021, 8:19 PM IST

Irregularities of Malkangiri tender process; Solvency  Certificate Reject By malkangiri collector
ମାଲକାନଗିରି ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା; ରଦ୍ଦ ହେଲା solvency ସାର୍ଟିଫିକେଟ

ମାଲକାନଗିରି ଜିଲ୍ଲାରେ ଲଘୁ ଖଣିଜ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ । ଜିଲ୍ଲାରେ ଲଘୁ ଖଣିଜ ଟେଣ୍ଡର ବେଳେ ଜିଲ୍ଲା ପ୍ରଶାସନ ଅନିୟମିତତା ନେଇ ଘେରିଥିଲା କଂଗ୍ରେସ ନେତା ପ୍ରଦୀପ ମାଝୀ । ଏଥିରେ ପୂର୍ବତନ ଜିଲ୍ଲାପାଳ ୱାଇ ବିଜୟଙ୍କ ସିଧାସଳଖ ସମୃକ୍ତି ରହିଥିବା ଅଭିଯୋଗ କରିଥିଲେ ପ୍ରଦୀପ ମାଝୀ । ସେପଟେ ଆଝି Solvency ସାର୍ଟିଫିକେଟକୁ ରଦ୍ଦ କରିଛନ୍ତି ବର୍ତ୍ତମାନର ଜିଲ୍ଲାପାଳ । ଅଧିକ ପଢନ୍ତୁ...

ମାଲକାନଗିରି: ଜିଲ୍ଲା ଲଘୁ ଖଣିଜ ଟେଣ୍ଡର ପ୍ରକ୍ରିୟାରେ ରଦ୍ଦ ହେଲା ଆନ୍ଧ୍ର କମ୍ପାନୀର Solvency ସାର୍ଟିଫିକେଟ୍ । କିଛିମାସ ତଳେ ଲଘୁ ଖଣିଜ ଟେଣ୍ଡର ବେଳେ ଜିଲ୍ଲା ପ୍ରଶାସନ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା । ଆଜି ତାହା ସ୍ପଷ୍ଟ ପ୍ରମାଣିତ ହୋଇଛି ।

ମାଲକାନଗିରି ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା; ରଦ୍ଦ ହେଲା solvency ସାର୍ଟିଫିକେଟ

ଆନ୍ଧ୍ରପ୍ରଦେଶର ଜଣେ ଠିକାଦାର୍ ଭୁଲ୍ ତଥ୍ୟ ଦେଇ କୋଟିଏ ଟଙ୍କାର Solvency ହାତେଇଥିବାର ଅଭିଯୋଗ ହେଇଥିଲା । ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ୟେଦୁଲା ବିଜୟ ଟେଣ୍ଡର ବାକ୍ସକୁ ତିନିଦିନ ନିଜ ବାସଭବନରେ ରଖିଥିବା ଅଭିଯୋଗ ହୋଇଥିଲା । ଏହା ପରେ ଜିଲ୍ଲାପାଳ ଏହାକୁ ସ୍ବୀକାର କରିଥିଲେ । ଏହି ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଉପଜିଲ୍ଲାପାଳ ଦେଇଥିବା solvency ସାର୍ଟିଫିକେଟ୍ କୁ ବର୍ତ୍ତମାନର ଜିଲ୍ଲାପାଳ ଭିଶାଲ୍ ସିଂହ ରଦ୍ଦ କରିଛନ୍ତି । ଲଘୁ ଖଣିଜ ଟେଣ୍ଡର ପ୍ରକ୍ରିୟାରେ ଭାଗନେଇଥିବା ପୂର୍ବତନ ଲିଜ୍ ଧାରୀ ମାନେ କହିବା ଅନୁସାରେ ରଦ୍ଦ ହୋଇଥିବା ଲିଜ୍ ଧାରୀଙ୍କ solvency ସାର୍ଟିଫିକେଟର ପରବର୍ତ୍ତୀ ଯୋଗ୍ୟ ବିବେଚିତ ଲିଜ୍ ଧାରୀ ମାନଙ୍କୁ ଦେବାପାଇଁ ଦାବି କରିଛନ୍ତି ।

ଅନ୍ୟ ପଟେ ଆନ୍ଧ୍ର ଠିକାଦାର ମଟୁ ତହସିଲ୍ ଅନ୍ତର୍ଗତ ପୁରୁସୁଗୁଡା ଠାରେ ଭି ଜି ଗ୍ରାନାଇଟ୍ ନାଁରେ ଦଶ ଏକରରୁ ଉର୍ଦ୍ଧ ସରକାରି ଓ ଜଙ୍ଗଲ ଜମି ହାତେଇଥିବା କଂଗ୍ରେସ ନେତା ପ୍ରଦୀପ ମାଝୀ ପୁଣି ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଜିଲ୍ଲାରେ 6 ମାସରୁ ଉର୍ଦ୍ଧ୍ବ ସମୟ ହେବ କୌଣସି ପ୍ରକାର ଉନ୍ନୟନ କାମ ହେଉନଥିବା ବେଳେ solvency ସାର୍ଟିଫିକେଟ ରଦ୍ଦ ହେଇଛି । ସତ ବର୍ତମାନ ଜିଲ୍ଲାପାଳ ଟେଣ୍ଡର ପ୍ରକ୍ରିୟାକୁ କେଉଁ ମୋଡ ଦେଉଛନ୍ତି ଏବଂ ଜିଲ୍ଲାର ଉନ୍ନୟନ ମୂଳକ କାମ ପାଇଁ କଞ୍ଚା ମାଲ୍ କେବେ ମିଳିବ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.