ETV Bharat / state

ସରକାରଙ୍କ ବିକାଶର ନଗ୍ନଚିତ୍ର, କାଉଡିଆରେ 8 କିମି ଯାଏଁ ହସ୍ପିଟାଲକୁ ବୁହାହେଲେ ଆହତ ବ୍ୟକ୍ତି

author img

By

Published : May 30, 2023, 1:02 PM IST

injured person carried in cart
injured person carried in cart

ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ରାସବେଡା ପଞ୍ଚାୟତରେ ଆମ୍ବୁଲାନ୍ସ ନ ଆସିବାରୁ ଜଣେ ଆହତ ବ୍ୟକ୍ତିଙ୍କୁ କାଉଡିଆରେ ବୋହି ୮କିଲୋମିଟର ଆଣି ହସ୍ପିଟାଲରେ ଚିକିତ୍ସା କରାଇଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

8 କିମି ଯାଏଁ ହସ୍ପିଟାଲକୁ ବୁହାହେଲେ ଆହତ ବ୍ୟକ୍ତି

ମାଲକାନଗିରି: ପୁଣି ସରକାରଙ୍କ ବିକାଶର ନଗ୍ନଚିତ୍ର ସାମ୍ନାକୁ ଆସିଛି । ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ ପହଞ୍ଚାଇବାକୁ ଆସିଲାନି ଆମ୍ବୁଲାନ୍ସ । କାଉଡିଆରେ ହସ୍ପିଟାଲ ବୁହାହେଲେ ବ୍ୟକ୍ତି ଜଣକ । ଏହି ଚିତ୍ର ହିଁ ବୟାନ କରୁଛି ସରକାରଙ୍କ ବିକାଶମୂଳକ କାର୍ଯ୍ୟ କେତେ ସଫଳ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ରାସବେଡା ପଞ୍ଚାୟତରେ । ଆମ୍ବୁଲାନ୍ସ ନ ଆସିବାରୁ ଜଣେ ଆହତ ବ୍ୟକ୍ତିଙ୍କୁ କାଉଡିଆରେ ବୋହି ୮ କିଲୋମିଟର ଆଣି ହସ୍ପିଟାଲରେ ଚିକିତ୍ସା କରାଇଛନ୍ତି ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ- ଜାପାନରେ ଓଡ଼ିଶା ମହୋତ୍ସବ, ସହଭାଗିତା ବଳରେ ଓଡ଼ିଶା-ଜାପାନ ସମ୍ପର୍କ ଦୃଢ଼ ହେବ କହିଲେ ଅଶୋକ ପଣ୍ଡା

ତେବେ ସୂଚନା ମୁତାବକ, ଗତକାଲି ତାଗାବେଡା ଗ୍ରାମର ମଙ୍ଗଳା ମୁଦୁଲି ନାମକ ଜଣେ ବଣ୍ଡା ଯୁବକ ଗଛରୁ ପଡି ଗୁରୁତର ଆହତ ହୋଇଥିଲେ । ହେଲେ ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଶେଷରେ ତାଗାବେଡା ଗ୍ରାମର କିଛି ଯୁବକ ଓ ପରିବାରବର୍ଗ ମିଶି ଖାଲଢିପ, ଜଙ୍ଗଲର ପାହାଡ଼ିଆ ରାସ୍ତାରେ ୮ କିଲୋମିଟର କାଉଡିରେ ବୋହି ରାସବେଡା ପହଞ୍ଚିଥିଲେ । ସେଠାରୁ ଏକ ଗାଡି ଦ୍ବାରା ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ଖଇରପୁଟ ଡାକ୍ତର ମଙ୍ଗଳା ମୁଦୁଲିଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରତ କରିଥିଲା। ପରେ ମଙ୍ଗଳାଙ୍କ ପରିବାର ଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଉଥିବା ସୂଚନା ମିଳିଛି ।

ଦୀର୍ଘ ଦିନ ହେବ ତାଗାବେଡା ରାସ୍ତା ପାଇଁ ଗ୍ରାମବାସୀ ବ୍ଲକ ଓ ଜିଲ୍ଲା ପ୍ରଶାସନ ପାଖରେ ଦାବି କରି ଆସୁଥିଲେ ମଧ୍ୟ ସେମାନଙ୍କ ଗୁହାରି ସରକାର ଶୁଣୁ ନାହାନ୍ତି । ଫଳରେ ରାସବେଡା ପଞ୍ଚାୟତର ତାଗାବେଡା ଭଳି ଅନେକ ଗାଁରେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି । ଯାହା ଫଳରେ କେବେ ଗର୍ଭବତୀ ତ ଆଉ କେବେ ଗୁରୁତର ରୋଗୀ ତ ଆଉ କେବେ ଗୁରୁତର ଆହତଙ୍କୁ କାଉଡିରେ ବୋହି ଖଇରପୁଟ ଚିକିତ୍ସାଳୟକୁ ନିଆଯାଉଥିବା ନଜରକୁ ଆସିଛି ।

ଏହା ମଧ୍ୟ ପଢନ୍ତୁ-ଯୁବପିଢିଙ୍କ ଦକ୍ଷତା ବିକାଶ ପାଇଁ ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର, ITI ଓ ଡିପ୍ଲୋମା ପିଲାଙ୍କୁ ମିଳିବ ନିଯୁକ୍ତି ସୁଯୋଗ

କାଉଡିଆ, ଟ୍ରଲି, ଭାରାରେ ରୋଗୀ ବୁହା ହେବା ଦୃଶ୍ୟ ନୂଆ ନୁହଁ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଭଳି ରୋଗୀ ବୁହା ହେବାର ଅନେକ ଦୃଶ୍ୟ ସାମ୍ନାକୁ ଆସୁଛି । ତଥାପି ସରକାରଙ୍କ ନିଦ ଭାଙ୍ଗୁନାହିଁ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.