ଭୁଶୁଡିଲା ମାଲକାନଗିରି ଆଇସିଡିଏସ ବିଲ୍ଡିଂ ଛାତ କଂକ୍ରିଟ, ଜଣେ କର୍ମଚାରୀ ଆହତ

author img

By

Published : Sep 6, 2022, 11:23 AM IST

Updated : Sep 6, 2022, 2:34 PM IST

ଭୁଶୁଡିଲା ମାଲକାନଗିରି ଆଇସିଡିଏସ ବିଲ୍ଡିଂ ଛାତ କଂକ୍ରିଟ, ଜଣେ କର୍ମଚାରୀ ଆହତ

ମାଲକାନଗିରିର ଆସିଡିଏସ ବିଲ୍ଡିଂ ଛାତ ଭୁଶୁଡି ଜଣେ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ମାଲକାନଗିରିର: ସଦରମହକୁମାରରେ ଥିବା ଆସିଡିଏସ ବିଲ୍ଡିଂରେ ଅଘଟଣ । ଆସିଡିଏସ ବିଲ୍ଡିଂର ମିଶନ ଶକ୍ତି ରୁମର ଛାତର କଂକ୍ରିଟ ଖସି ଜଣେ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଛାତର କିଛି ଅଂଶ ଖସିପଡିବାରୁ ସେଠାରେ ବସିଥିବା ଜଣେ କର୍ମଚାରୀଙ୍କ ମୁଣ୍ଡରେ ଆଘାତ ଲାଗିଛି । ଆହତ କର୍ମଚାରୀ ଜଣକ ହେଲେ ମିଶନ ଶକ୍ତିର ବିପିସିଏ ଦୁର୍ଯ୍ୟୋଧନ କାଙ୍କିଆ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭୁଶୁଡିଲା ମାଲକାନଗିରି ଆଇସିଡିଏସ ବିଲ୍ଡିଂ ଛାତ କଂକ୍ରିଟ, ଜଣେ କର୍ମଚାରୀ ଆହତ

ଏନେଇ ICDS ସୁପରଭାଇଜର ରେଣୁବାଳା ସାହୁ କହିଛନ୍ତି ଯେ, ''ଏହି ଘଟଣା ଘଟିବା ପରେ ଆହତ କର୍ମଚାରୀ ଜଣଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଚିକିତ୍ସା ଜାରି ରହିଥିବାବେଳେ, ସ୍ବାସ୍ଥ୍ୟବସ୍ଥା ଭଲ ଥିବା କହିଛନ୍ତି ସୁପଭାଇଜର । ସେ ଆହୁରି ମଧ୍ୟ କହିଛନ୍ତି ଯେ 1999 ମସିହାରେ ଏହି ବିଲ୍ଡିଂ ନିର୍ମାଣ ହୋଇଥିଲା, । ବିଲ୍ଡିଂର ଅବସ୍ଥା ଭଲ ନଥିବାରୁ ଉପରିସ୍ଥ ଅଧିକାରୀ ଓ BDOଙ୍କୁ ବାରମ୍ବାର ଅବଗତ ମଧ୍ୟ କରାଯାଇଛି । କିନ୍ତୁ କୌଣସି ସୁଫଳ ମିଳିନାହିଁ ।'' ନୂତନ ବିଲ୍ଡିଂ ପାଇଁ ଟଙ୍କା ସାକ୍ସନ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଧା କୌଣସି କାର୍ଯ୍ୟ ଆରମ୍ଭ ହୋଇନଥିବା କହିଛନ୍ତି ସୁପରଭାଇଜର'' ।

ଏନେଇ ଆହତ ହୋଇଥିବା ବିପିସିଏ ଦୁର୍ଯ୍ୟୋଧନ କାଙ୍କିଆ କହିଛନ୍ତି ଯେ, ''ମୁଁ ଅଫିସରେ ବସି କାମ କରୁଥିବାବେଳେ, ମୋ ମୁଣ୍ଡ ଉପରେ ଛାତ ଖସି ପଡିଥିଲା । ଫଳରେ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଦୁଇ ହାତରେ ମଧ୍ୟ ଆଘାତ ଲାଗିଛି । ତେବେ ବିଲ୍ଡିଂର ସମସ୍ତ ଅବସ୍ଥା ସାମନ ହୋଇଥିବାବେଳେ, କୌଣସି ସମୟରେ କାହା ଉପରେ ବି ଛାତ ପଡିପାରେ । ତେଣୁ ତୁରନ୍ତ ଏକ ନୂଆ ଅଫିସ କରାଗଲେ ଭଲ ହୁଅନ୍ତାବୋଲି କହିଛନ୍ତି ଦୁର୍ଯ୍ୟୋଧନ ।''

ଏହା ମଧ୍ୟ ପଢନ୍ତୁ-ହାଇକୋର୍ଟରେ ଶିଶୁ ଭବନ ମାମଲା, ଅକ୍ଟୋବର ୧୮ରେ ପରବର୍ତ୍ତୀ ଶୁଣାଣି

ICDS ଅଫିସର ସମସ୍ତ ରୁମ୍ ଗୁଡିକର ଛାତ ଅବସ୍ଥା ଜାରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ଏଠାରେ ଅଙ୍ଗନଓ୍ବାର୍ଡି କର୍ମୀ, ମିଶନ ଶକ୍ତି ଏବଂ ଅନ୍ୟାନ୍ୟ ମିଟିଂ ହୁଏ । ଯଦି ଏଭଳି ଜରାଜୀର୍ଣ୍ଣ ଗୃହରେ ମିଟିଂ ଓ ସାଧାରଣ ଲୋକଙ୍କ ଯାତାୟତ ରୁହେ କୌଣସିବି ସମୟରେ ଜନଜିବନ କ୍ଷୟକ୍ଷତି ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ବିଲ୍ଡିଂ ନିର୍ମାଣ ପାଇଁ ଟଙ୍କା ଆସିଥିଲେ ମଧ୍ୟ କାହିଁକି ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖାଲି ଦେଖିବାକୁ ବାକି ରହିଲା କେବେ ଆରମ୍ଭ ହେଉଛି ବିଲ୍ଡିଂ କାମ ।

Last Updated :Sep 6, 2022, 2:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.