ETV Bharat / state

ମାଓଗଡରୁ ମୁଖ୍ୟସ୍ରୋତ...କେମିତି ରହିଛି ବିକାଶର ଚିତ୍ର

author img

By

Published : Oct 22, 2019, 10:07 PM IST

Updated : Oct 23, 2019, 10:33 PM IST

ମାଓଗଡରୁ ମୁଖ୍ୟସ୍ରୋତ...କେମିତି ରହିଛି ବିକାଶର ଚିତ୍ର

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ପରଜାଗୁଡା ଗାଁ । ଏହି ଗାଁରେ ଦିନେ ନକ୍ସଲ ରାଜୁତି ଚାଲୁଥିବାବେଳେ ଏବେ ଏଠାକାର ଅବସ୍ଥା କିପରି ରହିଛି ତାହା ଜାଣିବା ଲାଗି ଦେଖନ୍ତୁ ଏହି ରିପୋର୍ଟ...

ମାଲକାନଗିରି: କାଲିମେଳା ବ୍ଲକ ଚିନ୍ତଲୱାଡା ଗ୍ରାମପଞ୍ଚାୟତର ପରଜାଗୁଡା ଗାଁ । ଏହି ଗାଁରେ ଦିନେ ନକ୍ସଲ ରାଜୁତି ଚାଲୁଥିଲା । ପଞ୍ଚାୟତର ଅଧିକାଂଶଙ୍କ ହାତରେ ଥିଲା ବନ୍ଧୁକ । ହେଲେ 2014ରେ ପଞ୍ଚାୟତବାସୀ ସମାଜର ମୁଖ୍ୟସ୍ରୋତକୁ ଫେରିବା ପାଇଁ ପୋଲିସ ନିକଟରେ କରିଥିଲେ ଆତ୍ମସମର୍ପଣ । ଆଉ ଏସବୁ ମଧ୍ୟରେ ବିତି ଯାଇଛି ପାଞ୍ଚ ବର୍ଷ । ହେଲେ କେମିତି ରହିଛି ଚିନ୍ତଲୱାଡା ପଞ୍ଚାୟତ...ସେଠାକାର ପ୍ରକୃତ ସ୍ଥିତି ପରଖିବାକୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲେ ଆମ ରିପୋର୍ଟର । ପାହାଡିହା ରାସ୍ତାରେ ଏହି ଅପହଞ୍ଚ ଇଲାକାକୁ ଯାଉଯାଉ କେଉଁଠି କାଦୁଅରେ ଗାଡି ଫସିଥିଲା ତ କେଉଁଠି ଗାଡିରୁ ଓହ୍ଲାଇ ପାଣିରେ ଚାଲିବାକୁ ପଡିଥିଲା । ଶେଷରେ ଗାଁରେ ପହଞ୍ଚିବା ପରେ ସେଠାରେ ସମସ୍ୟାର ପାହାଡ ଥିବା ଜାଣିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ତେବେ ଗାଁର ସବୁ କିଛି ଆମକୁ ଯେମିତି ନଗ୍ନ ଚିତ୍ର ପରି ଲାଗୁଥିଲା । ଗ୍ରାମବାସୀମାନେ ନିଜେ ଗାଁ ଭିତରେ ଢଳେଇ ରାସ୍ତା କରିଥିଲେ ବି ଗାଁରେ ଗୋଟିଏ ବି ହେଲେ ଛାତ ଘର ନାହିଁ । କେବଳ ଆଜବେଷ୍ଟସ ଓ ଝୁମ୍ପୁଡି ଘରେ କାଳତିପାତ କରୁଛନ୍ତି ଏଠାକାର ଆଦିବାସୀ । ସେପଟେ ଶିକ୍ଷା ଓ ସ୍ବାସ୍ଥ୍ୟ କଥା ନକହିବା ଭଲ । ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟଟି ଅନେକ ଦିନରୁ ବନ୍ଦ ଥିବାବେଳେ ଅଙ୍ଗନୱାଡି ଘରର 2 ବର୍ଷ ହେବ ଆଜେବେଷ୍ଟସ ଉଡିଯାଇଛି । ବିଶୁଦ୍ଧ ପାଣି ନପାଇ ନଦୀ ନାଳ ପାଣିରେ ଶୋଷ ମେଣ୍ଟାଉଛନ୍ତି ଏମାନେ ।

ଗାଁର ସମସ୍ୟା କ୍ୟାମେରାରେ କଏଦ କରିବା ପରେ ଆମ ସମ୍ବାଦଦାତା ପହଞ୍ଚିଥିଲେ କାଲିମେଳା ବ୍ଲକ କାର୍ଯ୍ୟାଳୟରେ । ହେଲେ ସେଠାରେ ବିଡିଓଙ୍କ ଦେଖା ନପାଇ ବ୍ଲକ ଅଧ୍ୟକ୍ଷଙ୍କୁ ଅବଗତ କରାଇବା ପରେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି ।

ସେପଟେ 2014 ମସିହାରୁ ସ୍ଥାନୀୟ ଅଞ୍ଚଳରୁ ନକ୍ସଲ ରାଜୁତି ଶେଷ ହୋଇଥିଲେ ବି ଏପର୍ଯ୍ୟନ୍ତ ସମାଜର ମୁଖ୍ୟ ସ୍ରୋତ କଣ ଜାଣି ପାରିଲେନି ଏମାନେ । ତେବେ ଦେଖାଯାଉ କେବେ ପ୍ରଶାସନର ଦୃଷ୍ଟି ପଡିବ ଓ କେବେ ବିକାଶର ସ୍ବାଦ ଚାଖିବେ ପରଜାଗୁଡାବାସୀ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲାକୁ ନକ୍ସଲ ମୁକ୍ତ କରିବା ଲାଗି ଲାଲ ଗଡରେ ଥିବା ଆଦିବାସି ଗାଁରେ ପୋଲିସ ପହଞ୍ଚି ଉଡାଇଥିଲା ସବୁଜ ପତାକା । ଦିର୍ଘ ବର୍ଷ ଧରି ନକ୍ସଲ ପନ୍ଥିଙ୍କୁ ସମର୍ଥନ କରିଆସୁଥିବା ଆଦିବାସି ମାନେ ପୋଲିସ ପାଖରେ ଆତ୍ମ ସମର୍ପଣ କରିବା ପରେ ଲୋକଙ୍କୁ ବିକାଶର ଆଶା ଦେଖାଇଥିଲା ପ୍ରଶାସନ । ହେଲେ ଦୀର୍ଘ ବର୍ଷ ପରେବି ସେହି ସବୁ ଗାଁକୁ ଯିବା ଲାଗି ଭଲ ରାସ୍ତାଟିଏ ଅଛି ନା ଲୋକଙ୍କ ପାଖରେ ପହଞ୍ଚି ପାରିଛି ମୌଳିକ ସୁବିଧା । ଗାଁରୁ ନକ୍ସଲ ଦୁର ହେଲେ ସିନା ସମସ୍ୟା କିନ୍ତୁ ଦୁର ହୋଇପାରି ନାହି ଏମିତିରେ ନଦୀ ନାଳ ଜଙ୍ଗଲିଆ ରାସ୍ତା ପାର ହୋଇ ଅପହଞ୍ଚ ଇଲାକାରେ ପହଞ୍ଚି ବାସ୍ତବ ସ୍ଥିତି ପରଖିଥିଲା ଇଟିଭି ଭାରତ...................

ଦେଖନ୍ତୁ ଆମର ଏକ୍ସକ୍ଲୁସିଭ ରିପୋର୍ଟ .................... Body:ଭି.ଓ. ୧ – ଏ ହେଉଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲୋକର ଚିନ୍ତଲୱାଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପରଜାଗୁଡା ଗାଁ । ଗାଁକୁ ଯିବା ଲାଗି ଭଲ ରାସ୍ତାଟିଏ ନାହି ଖାଲ ଢିପ ରାସ୍ତା ସହ ନାଳ ଡେଇଁ ଯିବାକୁ ପଡେ ଏହି ଗାଁକୁ । ସ୍ବାଧିନତାର ୭୨ ବର୍ଷ ପରେବି କେବେ ମଧ୍ୟ ସରକାରି ବାବୁଙ୍କ ପାଦ ପଡି ନାହି ଏହି ଗାଁରେ । ଯାହାର ଫାଇଦା ନେଇ ଲାଲ ବାହିନି ଆଦିବାସିଙ୍କ ନିକଟତର ହୋଇ ଦିର୍ଘ ବର୍ଷ ଧରି ପରଜାଗୁଡା ଜଙ୍ଗଲରେ ରାଜ କରୁଥିଲେ । ତେବେ ଗାଁରେ ବାରମ୍ବାର ପୋଲିସ ବାହିନି ପହଞ୍ଚି ଆଦିବାସିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି କହୁଥିଲେ । ୨୦୧୪ ମସିହାରେ ଚିନ୍ତଲବାଡ଼ା ପଞ୍ଚାୟତ ଲୋକେ ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିଲେ । ଜିଲ୍ଲା ପ୍ରଶାସନ ସେତେ ବେଳେ ପରଜାଗୁଡା ଗାଁର ଏହି ସରଳ ଆଦିବାସି ଲୋକଙ୍କୁ ଅନେକ ଉନ୍ନତିର ଆଶା ଦେଖାଇଥିଲା । ହେଲେ ଦୀର୍ଘ ବର୍ଷ ପରେ ସେସବୁ କୁଆଡେ ଗଲା ବୋଲି ଲୋକେ ଏବେ ପ୍ରଶ୍ନ କରୁଛନ୍ତି ସେଠାକାର ଆଦିବାସୀ ଲୋକେ ।

ବାଇଟ ୧ – ସୋମନାଥ ପୂଜାରୀ,ପରଜା ଗୁଡା ଗ୍ରାମବାସି

ବାଇଟ ୨ – ଡମ୍ବରୁ ପାଙ୍ଗି, ପରଜା ଗୁଡା ଗ୍ରାମବାସି, ବୟସ୍କ ବ୍ୟକ୍ତି କାନ୍ଧରେ ଗାମୁଛା ପକେଇଛନ୍ତି

ଭି.ଓ. ୨ - ମୁଖ୍ୟ ଶ୍ରତକୁ ଆସିଥିବା ପରଜାଗୁଡା ଗାଁର ଏ ହେଉଛି ବାସ୍ତବ ଚିତ୍ର । ଗାଁର ସବୁ କିଛି ଆମକୁ ଯେମିତି ନଗ୍ନ ଚିତ୍ର ପରି ଲାଗୁଛି । ଲୋକଙ୍କ ମୁଣ୍ଡ ଉପରେ ଛପର ନଥିବା ବେଳେ ଗାଁର ଗରିବ ଆଦିବାସି ଲୋକଙ୍କ ପାଖରେ ଇନ୍ଦିରା ଆବାସ ଘରଟିଏ ପହଞ୍ଚି ପାରି ନାହି । ନଳ କୁଅର ବିଶୁଦ୍ଧ ପାଣି ନୁହେ ନଈ ନାଳର ପାଣି ହେଉଛି ଏମାନଙ୍କ ଭରଷା । ଶିକ୍ଷା ଓ ସ୍ବାସ୍ଥ୍ୟ କଥା ତୋ ନକହିବା ଭଲ । ଗାଁର ବୁଢା ବୁଢି ମାନଙ୍କୁ ବର୍ଷ ବର୍ଷ ଧରି ଭତ୍ତା ମିଳିନଥିବା ବେଳେ ୨ ବର୍ଷ ହେଲା ଅଙ୍ଗନବାଡ଼ି କେନ୍ଦ୍ର ର ଛାତ ଉଡିଯାଇଛି ତ ଅନ୍ୟ ପକ୍ଷେ ପରଜାଗୁଡା ପ୍ରାଥମିକ ବିଦ୍ୟାଳୟ ମଧ୍ୟ ବନ୍ଧ ହୋଇଯାଇଛି । ଦିନେ ନକ୍ସଲ ଆଳଦେଖାଇ ଏମାନଙ୍କ ପାଖରେ ସରକାରି ସହାୟତା ପହଞ୍ଚୁନଥିଲା ଏବେ ନକ୍ସଲ ନାହାନ୍ତି ହେଲେ ଲୋକଙ୍କ ଉନ୍ନତି କଥା କହୁଥିବା ସେମାନେ ଗଲେ କୁଆଡେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । କହିବାକୁ ଗଲେ ସରକାରୀ ବାବୁ ତ ଦୂରର କଥା ଏହି ନିରିହ ଆଦିବାସିଙ୍କ ଭୋଟରେ ବିଜୟ ମୁକୁଟ ପିନ୍ଧିଥିବା ମାଲକାନଗିରି ବିଧାୟକ ଓ ସ୍ଥାନୀୟ ସରପଞ୍ଚଙ୍କ ଭଳି ନେତାଏ ମଧ୍ୟ କେବେ ଆସନ୍ତି ନାହି ଗାଁକୁ ।

ବାଇଟ ୩ – ମିନି ଖିଲ, ପରଜାଗୁଡା ଅଙ୍ଗନବାଡି ଦିଦି, ମହିଳା ଶାଢୀ ପିନ୍ଧିଛନ୍ତି

ବାଇଟ ୪ - ମଣିମା ପାଙ୍ଗି, ପରଜାଗୁଡା ୱାର୍ଡ ମେମ୍ବର, ଝିଓ ଜଣେ ଚୁଡିଦାର ପିନ୍ଧିଛନ୍ତି


ଭି.ଓ. ୩ – ଏମିତିରେ ଆମେ ଗ୍ରାଉଣ୍ଡ ଜିରୋରେ ଦିନ ତମାମ ଲୋକଙ୍କ ଦୁଖକୁ ଆମ କେମେରାରେ ଆମ ପ୍ରତିନିଧି କୟଦ କରିବା ପରେ ଆମ ଟିମ ପହଞ୍ଚି ଥିଲା କାଲିମେଳା ବ୍ଲୋକ କାରଜ୍ୟାଳୟରେ । ସ୍ଥାନୀୟ ବିଡିଓଙ୍କ ଦେଖା ନଥିବା ବେଳେ ଆମ ପ୍ରତିନିଧି ବ୍ଲୋକ ଚେୟାରମେନଙ୍କ ନିକଟରେ ପରଜାଗୁଡା ଗ୍ରାମବାସୀ ଭୋଗୁଥିବା ସମସ୍ୟା କଥା କହିଥିଲେ । ଆମ ପ୍ରତିନିଧିଙ୍କ ଠାରୁ ପରଜାଗୁଡା ଗ୍ରାମବାସୀଙ୍କ ସମସ୍ୟା କଥା ଶୁଣିବା ପରେ ଯୁଦ୍ଧ କାଳୀନ ଭିତ୍ତିରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତ୍ତି ଦେଇଛନ୍ତି କାଲିମେଳା ବ୍ଲୋକ ଅଦ୍ଧକ୍ଷ ।

ବାଇଟ- ୫- ମାଲା ମାଢି, କାଲିମେଳା ବ୍ଲୋକ ଅଦ୍ଧକ୍ଷ, ଧଳା ସାର୍ଟ ପିନ୍ଧି ଛନ୍ତି


Conclusion:ଫା.ଭି.ଓ - ନକ୍ସଲ ଓ ସରକାରଙ୍କ ମଧ୍ୟରେ ଫରକ କଅଣ ତାହା ଜାଣିପାରିଲେ ନାହି ପରଜାଗୁଡା ଗାଁ ଲୋକେ । କାରଣ ମିଛ ପ୍ରତିଶୃତି ଦେଇ ନକ୍ସଲ ମାନେ ଦିର୍ଘ ବର୍ଷ ଧରି ଚିନ୍ତଲୱାଡା ପଞ୍ଚାୟତରେ ରାଜୁତି କରିଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ଏହି ସରଳ ଆଦିବାସିଙ୍କୁ ଦେଇଛି ଅନେକ ମିଛ ପ୍ରତିଶୃତି ।

ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ .................
Last Updated :Oct 23, 2019, 10:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.