ETV Bharat / state

ଚେକ ଗେଟରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, 3 ଗିରଫ

author img

By

Published : Mar 19, 2021, 12:12 PM IST

ganja seize in mottu checkgate 3 arrested
ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ତିନି ଜଣଙ୍କୁ ଗିରଫ କଲା ପୋଲିସା

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ସୀମାନ୍ତ ମୋଟୁ ଠାରେ ରହିଥିବା ଚେକ ଗେଟରେ ତିନି ଲକ୍ଷ ଟଙ୍କାର ଗଞ୍ଜେଇ ସହ ତିନି ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ମାଲକାନଗିରି: ତିନି ଲକ୍ଷ ଟଙ୍କାର ଗଞ୍ଜେଇ ସହ ତିନି ଜଣଙ୍କୁ ଗିରଫ କଲା ମୋଟୁ ପୋଲିସ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ସୀମାନ୍ତ ମୋଟୁ ଠାରେ ରହିଥିବା ଚେକ ଗେଟରେ ମୋଟୁ ପୋଲିସ ଦ୍ବାରା ପ୍ରତିଦିନ ଶହ ଶହ ଗାଡ଼ି ମୋଟର ଯାଞ୍ଚ ଚାଲିଥିବା ବେଳେ ଗତ ବୁଧବାର ସନ୍ଧ୍ୟା ସମୟରେ AP39CD8716 ନମ୍ବର ର ଏକ ଧଳା ରଙ୍ଗର କାରଟିକୁ ଯାଞ୍ଚ କରିବା ସମୟରେ ଘଟଣା ସ୍ଥଳରେ 39କେଜି 500ଗ୍ରାମ ଗଞ୍ଜେଇ ସହ ତିନି ଜଣଙ୍କୁ ଗିରଫ କରିଛି ମୋଟୁ ପୋଲିସ ।

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ତିନି ଜଣଙ୍କୁ ଗିରଫ କଲା ପୋଲିସା

ପୋଲିସର ସୂଚନା ଅନୁଯାୟୀ ଗଞ୍ଜେଇର ଆନୁମାନିକ ମୂଲ୍ୟ 320,000/- ହେବ ବୋଲି ଜଣାପଡିଛି । ତେବେ ସମ୍ପୃକ୍ତ ବ୍ୟକ୍ତି 3 ଜଣ ହେଉଛନ୍ତି MPV-65 ଗ୍ରାମର ନିରଞ୍ଜନ ବରାଳ, ଶ୍ୟାମଳ ସରକାର ଓ ଅନ୍ୟ ଜଣେ ଗାଜିଆବାଦ ଅଞ୍ଚଳର ଆବିଦ ମଲ୍ଲିକ ବୋଲି ଜଣାପଡ଼ିଛି । ଜବତ ଗଞ୍ଜେଇ MPV-65 ଗ୍ରାମ ଠାରୁ ଦିଲ୍ଲୀ ଅଞ୍ଚଳକୁ ଚାଲାଣ ହେଉଥିଲା ବୋଲି ପୋଲିସ ଜଣାପଡ଼ିଛି ।ତେବେ ତିନି ଜଣଙ୍କ ଆସାମୀ ସହ ଗୋଟିଏ କାର ,ଦୁଇଟି ମୋବାଇଲ ଫୋନ ଏବଂ ଏକ ହଜାର ନଗଦ ଟଙ୍କା ଜବତ କରାଯାଇଛି । କେସ ନମ୍ବର 21 ଅଣ୍ଡର ସେକ୍ସନ 20(b)(ii)C/25(A) NDPS act ରେ ମାମଲା ରୁଜୁ କରାଯାଇଛି । ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି | ତେବେ ଏ ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି ଏନେଇ ଆହୁରି ଅଧିକ ତଦନ୍ତ ଚାଲୁଥିବା ମୋଟୁ ଆଇଆଇସି ସୁଶାନ୍ତ କୁମାର ସାହୁ କହିଛନ୍ତି |

ମାଲକାନଗିରିରୁ ଦେବଦତ୍ତ ବେହେରା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.