ETV Bharat / state

ନୂଆବର୍ଷରୁ ମାଲକାନଗିରିକୁ ଉଡିବ ବିମାନ

author img

By ETV Bharat Odisha Team

Published : Dec 24, 2023, 11:37 AM IST

Flights to Malkangiri district
Flights to Malkangiri district

Flight service to Malkangiri :ଆସନ୍ତା ଜାନୁଆରୀ ମାସରୁ ମାଲକାନଗିରି ଜିଲ୍ଲାକୁ ଉଡ଼ିବ ବିମାନ । ପ୍ରଥମେ ନନ୍ ସିଡ୍ୟୁଲ ବିମାନ ଚଳାଚଳ ଆରମ୍ଭ ହେବା ସମ୍ଭାବନା ରହିଛି । ଅଧିକ ପଢନ୍ତୁ

ମାଲକାନଗିରି: ଓଡ଼ିଶାର ଉପାନ୍ତରେ ଥିବା ମାଲକାନଗିରି ଜିଲ୍ଲାକୁ ଉଡ଼ିବ ବିମାନ । ଆସନ୍ତା ଜାନୁଆରୀ ମାସରୁ ମାଲକାନଗିରି ବିମାନ ବନ୍ଦରରୁ ନନ୍ ସିଡ୍ୟୁଲ ବିମାନ ଚଳାଚଳ ଆରମ୍ଭ ହେବା ସମ୍ଭାବନା ରହିଛି । ଆରସିଏସ୍ ଉଡ଼ାନ ଯୋଜନାରେ ସାମିଲ ଏହି ବିମାନ ବନ୍ଦରରେ ୧୫୦୦ ମିଟର୍ ରନୱେ ଥିବାରୁ ଏଠାରେ ୨୦ ଆସନ ବିଶିଷ୍ଟ ବିମାନ ଚଳଚାଳ ଆରମ୍ଭ କରିବ । ଏହାପରେ ବଡ଼ ବିମାନ ଚଳାଚଳ ପାଇଁ ପଦକ୍ଷେପ ନିଆଯିବ । ଏହି ବିମାନ ବନ୍ଦରକୁ କ୍ୟାଟେଗୋରୀ-୨ ବର୍ଗର ଏୟାରପୋର୍ଟ କରାଯିବ ।

ସୂଚନା ଅନୁସାରେ, କିଛି ଦିନ ପୂର୍ବେ ରାଜ୍ୟ ପରିବହନ ବିଭାଗ ଏବଂ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ବରିଷ୍ଠ କର୍ତ୍ତୃପକ୍ଷ ମାଲକାନଗିରି ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ଚଳିତ ମାସ ପୁନର୍ବାର ଏହି ଟିମ୍ ପ୍ରକଳ୍ପ ସ୍ଥାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସମ୍ପ୍ରସାରଣ ସହିତ ଟର୍ମିନାଲ ବିଲଡିଂ, ଫାୟାର ଷ୍ଟେସନ୍ ଆଦି ନିର୍ମାଣ ହୋଇଛି । ଚଳିତ ବର୍ଷ ମେ' ମାସରେ ୫-ଟି ଅଧ୍ୟକ୍ଷ ପାଣ୍ଡିଆନ୍ ମାଲକାନଗିରି ଗସ୍ତ ସମୟରେ କୋଟେଲଗୁଡ଼ାଠାରେ ଥିବା ଏହି ବିମାନ ବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ଡିସେମ୍ବର ମାସ ସୁଦ୍ଧା କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ନନ୍ ସିଡ୍ୟୁଲ ବିମାନ ଚଳାଚଳ ପାଇଁ ଯୋଜନା ଥିବାରୁ ଏବେ ଡିଜିସିଏର ଲାଇସେନ୍ସ ଆବଶ୍ୟକ ପଡ଼ିବ ନାହିଁ । ସମ୍ପ୍ରତି ଭୁବନେଶ୍ଵରରୁ ମାଲକାନଗିରି ମଧ୍ୟରେ ଛୋଟ ବିମାନ ଚଳାଚଳ ଆରମ୍ଭ ପାଇଁ ପରିବହନ ବିଭାଗ ବିଭିନ୍ନ ଏୟାରଲାଇନ୍ସ ସହିତ ଆଲୋଚନା କରିଛନ୍ତି । ଖୁବଶୀଘ୍ର ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ ।

ଏହା ମଧ୍ୟ ପଡନ୍ତୁ- ନଭେମ୍ବରରୁ ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ିବ ବିମାନ

ତେବେ ଆଗକୁ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଲେ ସିଡ୍ୟୁଲ ବିମାନ ଚଳାଚଳ ଆରମ୍ଭ ହେବ । ଭୁବନେଶ୍ଵର, ଝାରସୁଗୁଡ଼ା, ଜୟପୁର, ରାଉରକେଲା ପରେ ମାଲକାନଗିରି ବିମାନ ଉଡ଼ାଣ ସୂଚୀରେ ସାମିଲ ହେବାକୁ ଯାଉଛି । ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାକୁ ବିମାନ ସେବା ଆରମ୍ଭ ହେଲେ ସେଠାରେ ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ତ୍ବରାନ୍ବିତ ହେବ । ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି ହେବା ସହ ଲୋକଙ୍କୁ କର୍ମନିଯୁକ୍ତି ମିଳିବ ବୋଲି ବୁଦ୍ଧିଜୀବୀ କହିଛନ୍ତି । ବିମାନ ବନ୍ଦରର ରନୱେ କାମ ସରିଥିବା ବେଳେ ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ୪ ଦିନ ହେବ ନିଜେ ରହି ଏହି କାମ ଦେଖୁଥିବା ଦେଖିବାକୁ ମିଳିଛି ।

ସେହିପରି ପୂର୍ତ୍ତ ବିଭାଗର ଏସିଙ୍କ ସମେତ ଏସ୍‌ଡି , ଜେଇ ଓ ଅନ୍ୟାନ୍ୟ ଷ୍ଟାପ ଦିନରାତି ରହି ବିମାନ ବନ୍ଦର କାମ ଦେଖୁଛନ୍ତି । ଦୁଇ ତିନି ମଧ୍ୟରେ ଏକ ବିମାନକୁ ପରୀକ୍ଷାମୂଳକ ଭାବେ ଅବତରଣ ଓ ଉଡାଣ କରାଯିବ ବୋଲି ବିଷେଶ ସୂତ୍ରରୁ ଜଣାପଡିଛି । ସେପଟେ ବିମାନ ବନ୍ଦର ଟର୍ମିନାଲ୍ ସାମ୍ନାରେ ନାମ ଫଳକ ଲାଗିଲା ପରେ ଆଖପାଖ ଅଞ୍ଚଳବାସୀ ବିମାନ ବନ୍ଦର ଦେଖିବାକୁ ଆସିବା ସହ ଫଟୋ ସୁଟ୍ କରୁଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.