ETV Bharat / state

ETV Bharat Impact: ମରାମତି ପାଇଁ ଗଲା ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା ଗାଡି

author img

By

Published : May 5, 2023, 10:35 PM IST

ETV Bharat Impact
ETV Bharat Impact

ଇଟିଭି ଭାରତ'ରେ ଗତ ଏପ୍ରିଲ୍ ୨୦ ତରିଖରେ ଖବର ପ୍ରସାରିତ ହେବା ପରେ କେସିସି ବ୍ୟାଙ୍କ ପରିସରରେ ଥିବା ଭ୍ରାମ୍ୟମାଣ ଶାଖା ଗାଡିଟିକୁ ଜୟପୁର ମରାମତି ନିମନ୍ତେ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଶାଖା ପରିଚାଳକ। ଅଧିକ ପଢନ୍ତୁ

ETV Bharat Impact

ମାଲକାନଗିରି: ବର୍ଷବର୍ଷ ହେଲା ଖତ ଖାଉଥିଲା କେସିସି ବ୍ୟାଙ୍କର ଭ୍ରାମ୍ୟମାଣ ଶାଖା ଗାଡି । ଲୋକଙ୍କ ସୁବିଧା ପାଇଁ 2016 ରେ ଜିଲ୍ଲାକୁ ଆସିଥିବା ଏହି ଗାଡି ଅଚଳ ହୋଇ ବ୍ୟାଙ୍କ ସମ୍ମୁଖରେ ପଡ଼ି ରହିଥିଲା । ଏନେଇ 'ଇଟିଭି ଭାରତ'ରେ ଗତ ଏପ୍ରିଲ୍ ୨୦ ତରିଖରେ ଖବର ପ୍ରସାରିତ ହୋଇଥିଲା। ଯାହାର ପ୍ରଭାବ ଏବେ ଦେଖିବାକୁ ମିଳିଛି। ଖବର ପ୍ରସାରଣ ପରେ ତୁରନ୍ତ ପଦକ୍ଷେପ ନେଇଛନ୍ତି କୋରାପୁଟ ଜିଲ୍ଲା କେସିସି ବ୍ୟାଙ୍କ ମୁଖ୍ୟ ସମ୍ପାଦକ । ସେ ନ୍ୟୁଜ ଦେଖିବା ପରେ ମାଲକାନଗିରି କେସିସି ବ୍ୟାଙ୍କ ପରିସରରେ ଥିବା ଭ୍ରାମ୍ୟମାଣ ଶାଖା ଗାଡି (ମୋବାଇଲ ଏଟିଏମ ଭେନ୍) ଟିକୁ ଜୟପୁର ମରାମତି ନିମନ୍ତେ ପଠାଇବାକୁ ଶାଖା ପରିଚାଳକଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପରେ ଶାଖା ପରିଚାଳକ ମୋବାଇଲ ଏଟିଏମ୍ ଗାଡିଟିକୁ 2ଦିନ ଜୟପୁରୁ ମରାମତି ନିମନ୍ତ ପଠାଇଛନ୍ତି । ତେବେ ଏନେଇ ମାଲକାନଗିରି ବୁଦ୍ଧିଜୀବୀ ଦୁର୍ଗାପ୍ରସାଦ ତ୍ରିପାଠୀ ଇଟିଭି ଭାରତକୁ ଧନ୍ୟବାଦ ଦେଇଛନ୍ତି। ଗାଡି ମରାମତି ନିମନ୍ତେ ଯିବା ପରେ ମାଲକାନଗିରି କେସିସି ବ୍ୟାଙ୍କ ଶାଖାର ଡାଟା ଅପେରେଟରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଗାଡିରେ ଭିସେଟ୍ ଓ ଓଭିସେଟ୍ ଲଗାଇବା ପାଇଁ ଜୟପୁର ନେବା ପାଇଁ ସମ୍ପାଦକ ନିର୍ଦ୍ଦେଶ ଦେବା ପରେ ଗାଡି ମରାମତି ପାଇଁ ଯାଇଛି।

ଏହା ମଧ୍ୟ ପଢନ୍ତୁ- Manipur Controversy: ମୈତେଇଙ୍କଠୁ ନାଗା-କୁକିଙ୍କୁ କଣ ରହିଛି ସମସ୍ୟା, କାହିଁକି ଜଳୁଛି ମଣିପୁର ?

ନୁର୍ ପଞ୍ଚାୟତ, ମାଥିଲି ବ୍ଲକର ମହୁପଦର, ଟେମୁରୁପାଲ୍ଲି ପଞ୍ଚାୟତ, କୋରକୁଣ୍ଡା ବ୍ଲକର ନାକାମାମୁଡି ପଞ୍ଚାୟତ ଓ ଖଇରପୁଟ ବ୍ଲକର ବଣ୍ଡାଘାଟି ଅଞ୍ଚଳରେ ଥିବା ଗାଁ ଗୁଡିକରେ ଏହି ସୁବିଧା ଦେବାପାଇଁ 2016 ମସିହାରେ ଏହି ବସ ମାଲକାଗିରି ଜିଲ୍ଲାରେ ପହଞ୍ଚିଥିଲା । ଏହି ବସ୍‌ ପହଞ୍ଚିବା ପରେ ଭ୍ରାମ୍ୟମାଣ କେସିସି ATM ଶାଖାର କିଛି ଷ୍ଟାଫ୍‌ ଚିତ୍ରକୋଣ୍ଡା ବ୍ଲକକୁ ଯାଇ ସେବା ଯୋଗାଇ ଦେବା ପାଇଁ ପହଞ୍ଚିଥିଲେ । କିନ୍ତୁ ଇଣ୍ଟରନେଟର ବ୍ୟବସ୍ଥା ନ ଥିବାରୁ ସେବା ଯୋଗାଇବାରେ ଅସମର୍ଥ ଥିଲା ଏହି ମୋବାଇଲ ATM ଭ୍ୟାନ । ଫଳରେ ସେହିଦିନ ଠାରୁ ଏହି ବସ୍‌ ମାଲକାନଗିରି ଜିଲ୍ଲାର କେସିସି ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ଆଗରେ ପଡି ରହି ଖତ ଖାଉଥିଲା । କେସିସି ବ୍ୟାଙ୍କ ପକ୍ଷରୁ ଉପଭୋକ୍ତାଙ୍କ ସୁବିଧା ପାଇଁ କରାଯାଇଥିବା ମୋବାଇଲ୍ ATM ଗାଡିରେ ଇଣ୍ଟରନେଟ ବ୍ୟବସ୍ଥା ହୋଇ ପାରି ନ ଥିବାରୁ ଗାଡ଼ିଟି ଜିଲ୍ଲା ମୁଖ୍ୟାଳୟରେ ପଡି ଖତ ଖାଉଥିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.