ETV Bharat / state

ଭିଡିଓ କଲରେ କଥା ହେବେ କୋରୋନା ଆକ୍ରାନ୍ତ, ମାଲକାନଗିରିରେ ଇ-ସାକ୍ଷାତ ଆରମ୍ଭ

author img

By

Published : May 8, 2021, 11:29 AM IST

କୋଭିଡ ରୋଗୀଙ୍କ ସହ କଥା ହେବା ପାଇଁ ଆରମ୍ଭ ହେଲା ଇ ସାକ୍ଷାତ
କୋଭିଡ ରୋଗୀଙ୍କ ସହ କଥା ହେବା ପାଇଁ ଆରମ୍ଭ ହେଲା ଇ ସାକ୍ଷାତ

ଏଥର ଭିଡିଓ କଲରେ କଥା ହୋଇପାରିବେ କୋଭିଡ ରୋଗୀ । ମାଲକାନଗିରି ଜିଲ୍ଲାରେ ପ୍ରଥମ କରି ଆରମ୍ଭ ହେଲା ଇ-ସାକ୍ଷାତ । ଅଧିକ ପଢନ୍ତୁ...

ମାଲକାନଗିରି: କୋଭିଡ ରୋଗୀଙ୍କ ସହ କଥା ହେବା ପାଇଁ ଆରମ୍ଭ ହେଲା ଇ ସାକ୍ଷାତ । ମାଲକାନଗିରି ଜିଲ୍ଲାରେ ପ୍ରଥମ କରି ଏହି ସୁବିଧା ଜିଲ୍ଲାବାସୀଙ୍କ ପାଇଁ ଉପଲବ୍ଧ କରାଯାଇଛି । ଜିଲ୍ଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗର ମିଳିତରେ ଏକ ସୁନ୍ଦର ପ୍ରୟାସ ଆରମ୍ଭ ହୋଇ ପାରିଛି । କୋରୋନା ରୋଗୀଙ୍କ ସ୍ବାସ୍ଥ୍ୟ ଏବଂ ମାନସିକ ସନ୍ତୁଳନ ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହି ଇ ସାକ୍ଷାତରେ ଭିଡିଓ କଲ ମାଧ୍ୟମରେ କଥା ହେଇପାରିବେ କୋଭିଡ ଆକ୍ରାନ୍ତ ।

କୋଭିଡ ରୋଗୀଙ୍କ ସହ କଥା ହେବା ପାଇଁ ଆରମ୍ଭ ହେଲା ଇ ସାକ୍ଷାତ

ଏଥି ପାଇଁ କୋଭିଡ ମେଡିକାଲରେ ସାଧାରଣ ରୋଗୀଙ୍କ ପାଇଁ ରହିଛି ଦୁଇଟି 40 ଇଞ୍ଚର LED । ଏବଂ ଗୁରୁତର ରୋଗୀଙ୍କ ପାଇଁ ଲ୍ୟାପଟପର ବ୍ୟବସ୍ଥା କରାଯାଇଛି । ଅଧିକ ନେଟର ସ୍ପିଡ଼ ପାଇଁ ଫାଇବର କେଵଲର ବ୍ୟବହାର କରାଯାଇଛି । ଅନ୍ୟପଟେ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ମଧ୍ୟ ମେଡିକାଲ ବାହାରେ ଏକ ସ୍ବତନ୍ତ୍ର ଇ ସାକ୍ଷାତ କୋଠରୀର ବ୍ୟବସ୍ଥା କରାଯାଇଛି। ତେବେ ଏହି ସୁବିଧା ହେବା ପରେ ରୋଗୀ ଆଉ ସମ୍ପର୍କୀୟଙ୍କ ମଧ୍ୟରେ ଆଉ ଦୂରତା ରହିବନି । ଏଭଳି ପଦକ୍ଷେପ ଯୋଗୁଁ ଜିଲ୍ଲା ପ୍ରଶାସନକୁ ଭୂୟସୀ ପ୍ରଶଂସା କରାଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.