ETV Bharat / state

ମୁକ୍ତା ଯୋଜନାରେ ଦୁର୍ନୀତି : ପୌରପରିଷଦ କାର୍ଯ୍ୟାଳୟ ଘେରାଉ କଲା ଜିଲ୍ଲା କଂଗ୍ରେସ

author img

By

Published : Dec 28, 2022, 2:07 PM IST

Mukta yojana Scheme
ମୁକ୍ତା ଯୋଜନାରେ ଦୁର୍ନୀତି

ମୁକ୍ତା ଯୋଜନାରେ ସାଂଘାତିକ ଦୁର୍ନୀତି । ଦୁର୍ନୀତିର ସବୁ ସୀମା ଟପିଯାଇଛି ପୌରପରିଷଦ । ହରିଲୁଟ କରିଛି ଲକ୍ଷାଧିକ ଟଙ୍କା । ଅଧିକ ପଢ଼ନ୍ତୁ

ମୁକ୍ତା ଯୋଜନାରେ ଦୁର୍ନୀତି

ମାଲକାନଗିରି : ପୌରପରିଷଦରେ ଦୁର୍ନୀତି ସୀମା ଲଂଘିଛି । ଏହି ପୌରପରିଷଦ ଅଧୀନରେ ରହିଥିବା ୧୯ଟି ଓ୍ବାର୍ଡରେ ମୁକ୍ତା ଯୋଜନାରେ ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଛି । ଏଭଳି ଅଭିଯୋଗ ଆଣିଛି କଂଗ୍ରେସ । ଏନେଇ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ ମହିଳା ଓ ପୁରୁଷ କର୍ମୀ ପୌରପରିଷଦ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏଥିରେ ଉନ୍ନୟନମୂଳକ କାର୍ଯ୍ୟର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ବିଶେଷକରି ୮ନମ୍ବର ଓ୍ବାର୍ଡରେ ମୁଖ୍ୟ କେନାଲଠାରୁ ପାକନାଗୁଡା ପର୍ଯ୍ୟନ୍ତ ୪୧୯ ମିଟର ରାସ୍ତା ପାଇଁ ୨୦ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୬୮ ମିଟର ରାସ୍ତାରେ ଫେବର ପକାଯାଇଛି । ଯାହା ସମ୍ପୂର୍ଣ୍ଣ ନିମ୍ନମାର ହୋଇଛି ।

ସେହିପରି ୨୫୮ ମିଟର କାମ ସମାପ୍ତ ହୋଇନାହିଁ । ୧୬୮ ମିଟର ଯେଉଁ କାମ ହୋଇଛି ତାହା ସମ୍ପୂର୍ଣ୍ଣ ଦବି ଯାଇଛି । ନ୍ୟାସନାଲ କାଉନସିଲ ଫର ସିମେଣ୍ଟ ଏବଂ ବିଲ୍ଡିଂ‌ ମେଟେରିଆଲ ଦ୍ବାରା ଟେଷ୍ଟ କରାଯାଇଥିବା ଇଟା ଏହି ରାସ୍ତାର କାମରେ ନିୟୋଜିତ ହେବା କଥା । କିନ୍ତୁ ଏହି ନିୟମକୁ ବେଖାତିର କରି ସ୍ଥାନୀୟ ନିମ୍ନମାନର ଫେବରର ଇଟା ପକାଯାଇଥିବାରୁ ଏହା ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି । ତୁରନ୍ତ ଏହି କାମର ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି ।

ସୂଚନାନୁସାରେ ବର୍ଷାଜଳ ସଂରକ୍ଷିତ ପାଇଁ ପୌରପରିଷଦ ଆନୁକୁଲ୍ୟରେ ମୁକ୍ତା ଯୋଜନା ଆରମ୍ଭ କରାଯାଇଛି । ହେଲେ ତାହା ଏବେ ଗୋଟେ ପ୍ରକାର ବିପର୍ଯ୍ୟସ୍ତ ହୋଇ ପଡିଛି । ବର୍ଷା ଜଳର ସଂରକ୍ଷଣ ସହିତ ଭୂତଳ ଜଳର ପରିମାଣ ବୃଦ୍ଧି ଉଦ୍ଦେଶ୍ୟରେ ୨୦୨୧, ଫେବୃଆରୀ ପହିଲାରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ଏକ ଅଭିନବ ଯୋଜନା ଯାହାର ନାଁ ଥିଲା ‘ମୁକ୍ତା ଯୋଜନା' ।

ଯୋଜନାର ଲକ୍ଷ୍ୟ ଥିଲା ବର୍ଷା ଜଳକୁ ଧରି ରଖିବା ସହିତ ଏହି ଯୋଜନା ଦ୍ୱାରା ଲୋକଙ୍କ ପାଇଁ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା । ହେଲେ ଯେଉଁ ଲକ୍ଷ୍ୟ ରଖି ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା ତାହା ମୂଳ ଉଦ୍ଦେଶ୍ୟରୁ ଦୂରେଇ ଯାଇଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.