ETV Bharat / state

ମାଲକାନଗିରିରେ ଅଜଣା ଗାଡି ଧକ୍କାରେ ଦମ୍ପତି ମୃତ

author img

By

Published : Oct 26, 2021, 10:39 PM IST

ମାଲକାନଗିରିରେ ଅଜଣା ଗାଡି ଧକ୍କାରେ ଦମ୍ପତି ମୃତ
ମାଲକାନଗିରିରେ ଅଜଣା ଗାଡି ଧକ୍କାରେ ଦମ୍ପତି ମୃତ

ମାଲକାନଗିରି mv-13 ଛକ ନିକଟରେ ଅଜଣା ଗାଡି ଧକ୍କାରେ ଦମ୍ପତି ମୃତ । ଦୁର୍ଘଟଣା ଘଟାଇଥିବା ଗାଡି ଘଟଣାସ୍ଥଳରୁ ଫେରାର । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଲା ପୋଲିସ । ଅଧିକ ପଢନ୍ତୁ..

ମାଲକାନଗିରି: ଅଜଣା ଗାଡି ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମାଲକାନଗିରି ଜିଲ୍ଲା mv-13 ଛକ ନିକଟରେ । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ନିଲିଗୁଡା ଗ୍ରାମର ଆମର ସରକାର ଓ ତାଙ୍କ ସ୍ତ୍ରୀ ଅଞ୍ଜନା ସରକାର କୌଣସି କାମ ପାଇଁ ମାଲକାନଗିରି ଆସି ଏକ ଦୁଇ ଚକିଆ ଗାଡିରେ ଘରକୁ ଫେରୁଥିବାବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଛି ।

ଦୁର୍ଘଟଣା ଘଟାଇଥିବା ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ମାଲକାନଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏପରି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.