ETV Bharat / state

ଧାନ କିଣାରେ ବ୍ୟାପକ ଦୁର୍ନୀତି, କଂଗ୍ରେସ ପକ୍ଷରୁ ଦାବିପତ୍ର ପ୍ରଦାନ

author img

By

Published : Sep 19, 2020, 6:15 PM IST

ଧାନ କିଣାରେ ବ୍ୟାପକ ଦୁର୍ନୀତି କଂଗ୍ରେସ ପକ୍ଷରୁ ଦାବି ପତ୍ର ପ୍ରଦାନ
ଧାନ କିଣାରେ ବ୍ୟାପକ ଦୁର୍ନୀତି କଂଗ୍ରେସ ପକ୍ଷରୁ ଦାବି ପତ୍ର ପ୍ରଦାନ

ଧାନ କିଣାରେ ବ୍ୟାପକ ଦୁର୍ନୀତି ନେଇ ମାଲକାନଗିରି କଂଗ୍ରେସ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି । ଧାନ କିଣା କାରବାରରେ ଯୋଗାଣ ବିଭାଗର ଜଣେ ଅଧିକାରୀଙ୍କ ଅଡିଓ କ୍ଲିପ୍ ଭାଇରାଲ ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । କିଛି ଦଲାଲଙ୍କୁ ନେଇ ଘଟଣାକୁ ଚପାଇ ଦେବା ପାଇଁ ବୋଲି ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ମାଲକାନଗିରି: ଧାନ କିଣାରେ ବ୍ୟାପକ ଦୁର୍ନୀତି ନେଇ କଂଗ୍ରେସ ପକ୍ଷରୁ ଦାବିପତ୍ର ପ୍ରଦାନ । ମାଲକାନଗିରି ଜିଲ୍ଲାରେ ଧାନ କିଣା କାରବାର ପଛରେ ଏକ ବଡ଼ ଧରଣର ରାକେଟ କାର୍ଯ୍ୟ କରୁଛି । ଏହି ଧାନ କିଣା କାରବାର ପଛରେ ତଳରୁ ଉପର ପର୍ଯ୍ୟନ୍ତ କିଛି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଥିବାବେଳେ ଯୋଗାଣ ବିଭାଗର ଜଣେ ଅଧିକାରୀଙ୍କ ଅଡିଓ କ୍ଲିପ୍ ଭାଇରାଲ ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି ।

ଧାନ କିଣାରେ ବ୍ୟାପକ ଦୁର୍ନୀତି କଂଗ୍ରେସ ପକ୍ଷରୁ ଦାବି ପତ୍ର ପ୍ରଦାନ
ଧାନ କିଣାରେ ବ୍ୟାପକ ଦୁର୍ନୀତି କଂଗ୍ରେସ ପକ୍ଷରୁ ଦାବି ପତ୍ର ପ୍ରଦାନ

ଗତ ଧାନ କିଣା ସମୟରେ ଜିଲ୍ଲାରେ କିଛି ମହିଳା ସ୍ବୟଂ ସହାୟକ ଦଳକୁ ଧାନ କିଣିବାକୁ ଦାୟିତ୍ବ ଦିଆଯାଇଥିଲା । ମାଲକାନଗିରି ବ୍ଲକର ଚାଲାଣଗୁଡା ମଣ୍ଡିରେ ଲକ୍ଷ୍ମୀଦେବୀ ମହିଳା ସ୍ଵୟଂ ସହାୟକ ଦଳକୁ ଦାୟିତ୍ବ ମିଳିଥିଲା । ମଣ୍ଡିରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ସଂପୃକ୍ତ ଯୋଗାଣ ଅଧିକାରୀ ଜଣକ କିଛି ଦଲାଲଙ୍କୁ ନେଇ ଘଟଣାକୁ ଚପାଇ ଦେବାକୁ ସ୍ପଷ୍ଟ ହୋଇଛି । ମଣ୍ଡିରେ ଦଲାଲଙ୍କ ଜରିଆରେ ଧାନ କିଣାଯାଉଥିବା ନେଇ ଅଭିଯୋଗ ହୋଇଥିଲା । କଂଗ୍ରେସ ଦଳର କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ ସଂପୃକ୍ତ ଯୋଗାଣ ଅଧିକାରୀଙ୍କ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ।

ଧାନ କିଣାରେ ବ୍ୟାପକ ଦୁର୍ନୀତି କଂଗ୍ରେସ ପକ୍ଷରୁ ଦାବି ପତ୍ର ପ୍ରଦାନ

ଅପରପକ୍ଷରେ ନିଜେ ଉପଜିଲ୍ଲାପାଳ ଏହି ମାମଲାରେ ସଂପୃକ୍ତ ଥିବା ନେଇ ଅଡିଓରେ ରହିଥିବାବେଳେ ତାଙ୍କୁ ତଦନ୍ତ ଦାୟିତ୍ବ ଦିଆନଯାଉ । ଜଣେଉଚ୍ଚସ୍ତରୀୟ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ଦେଇ ନିରପେକ୍ଷ ଭାବେ ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ଏ ନେଇ କଂଗ୍ରେସ ଦଳ ପକ୍ଷରୁ ଏସପି ଓ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଅଡିଓ ଭାଇରାଲ ହେବା ପରେ ଜିଲ୍ଲା ଯୋଗାଣ ବିଭାଗର ପାରିବା ପଣିଆ ପଦାରେ ପଡିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.