ETV Bharat / state

ପାଟ୍ରୋଲିଂ ବେଳେ ୫ଟି ଟିଫିନ ବୋମା ଠାବ କଲେ BSF ଯବାନ

author img

By ETV Bharat Odisha Team

Published : Oct 11, 2023, 2:05 PM IST

bsf jawans detect 5 gelatine bombs
bsf jawans detect 5 gelatine bombs

ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡ଼ିଆ ବ୍ଲକର କମାରଗୁଡ଼ା ଗ୍ରାମ ଜଙ୍ଗଲରୁ ୫ଟି ଟିଫିନ ବୋମା ଜବତ କରିଛନ୍ତି ବିଏସଏଫ ଯବାନ । ଅଧିକ ପଢନ୍ତୁ

ମାଲକାନଗିରି: ବଡ଼ ଅଘଟଣରୁ ବର୍ତ୍ତିଲେ BSF ଯବାନ । କମ୍ବିଂ ଅପରେସନ ବେଳେ ଠାବ ହେଲା ବୋମା । ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡ଼ିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ କମାରଗୁଡ଼ା ଗ୍ରାମ ଜଙ୍ଗଲରୁ ୫ଟି ଟିଫିନ ବୋମା ଜବତ କରିଛନ୍ତି ବିଏସଏଫ ଯବାନ ।

ସୂଚନା ମୁତାବକ, କମ୍ବିଂ ଅପରେସନ ପାଇଁ ୧୪୨ ବାଟାଲିୟନର ବିଏସ୍‌ଏଫ୍‌ର ଯବାନମାନେ ବାହାରିଥିଲେ । ସେମାନେ ପଡ଼ିଆ ଥାନା କମାରଗୁଡା ଜଙ୍ଗଲରେ ପାଟ୍ରୋଲିଂ କରୁଥିଲେ । ସେହି ସମୟରେ ଯବାନମାନେ୍ ଉକ୍ତ ଅଞ୍ଚଳରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ଜଙ୍ଗଲରେ ଲୁଚାଇ ରଖା ଯାଇଥିବା ୫ଟି ଟିଫିନ୍ ବୋମା ଠାବ କରିବାରେ ସକ୍ଷମ ହୋଇଥିଲେ । ଏହାପରେ ସେମାନେ ବୋମା ନିଷ୍କ୍ରିୟକାରୀ ଟିମକୁ ଖବର ଦେଇଥିଲେ । ଖବର ପାଇ ବୋମା ନିଷ୍କ୍ରିୟକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ବୋମାଗୁଡ଼ିକୁ ନିଷ୍କ୍ରିୟ କରିଥିବାର ସୂଚନା ମିଳିଛି । ତେବେ ସେହି ଅଞ୍ଚଳ ଛତିଶଗଡ଼କୁ ଲାଗି ରହିଥିବାରୁ ସୁରାକ୍ଷା ବାହିନୀକୁ ଟାର୍ଗେଟ କରି ନକ୍ସଲମାନେ ଏହି ବୋମା ଜଙ୍ଗଲରେ ପୋତିଥିବାର ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ - BSFକୁ ସଫଳତା: ମାଲକାନଗିରିରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ପ୍ରକାଶ ଥାଉକି, ଗତ ଅଗଷ୍ଟ ୩୦ ତାରିଖରେ ଜିଲ୍ଲାର କାଲିମେଳା ଥାନା ଓ ସ୍ବାଭିମାନ ଅଞ୍ଚଳର ଯୋଡ଼ାମ୍ବ ଥାନା ଅଞ୍ଚଳରୁ ସର୍ଚ୍ଚ ଅପରେସନ ବେଳେ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଠାବ ଜବତ କରିଥିଲେ ଯବାନ । ମାଟି ତଳୁ ୨ ଲିଟର ଟିଫିନ ଆଇଡି ୩ଟି, ୨ଟି ଦେଶୀ ବନ୍ଧୁକ, ୧୦୧ଟି ଜିଲୋଟିନ ଷ୍ଟିକ ଓ ଦୁଇଟି ଇଲେକ୍ଟ୍ରି ଡିଟୋନେଟର ଉଦ୍ଧାର ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ - ନୂଆପଡା ଓ ମାଲକାନଗିରିରେ ମାଓ କ୍ୟାମ୍ପ ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ସେହିପରି ଉକ୍ତ ମାସରେ ନୂଆପଡ଼ା ଜିଲ୍ଲାରେ ମାଓବାଦୀଙ୍କ ଉତ୍ପାତ ଦେଖିବାକୁ ମିଳିଥିଲା । ମାଓବାଦୀମାନେ ସଦର ଥାନା ଗୋଳାବନ୍ଧ ଗାଁରେ ଥିବା ବନ ବିଭାଗର ବିଟ୍ ହାଉସକୁ ବୋମାରେ ଉଡ଼ାଇ ଦେଇଥିଲେ ଏବଂ ଏକ ଜେସିବି ମେସିନ ମଧ୍ୟ ଜାଳି ଦେଇଥିଲେ । ଏହାପରେ ଗାଁର ବିଭିନ୍ନ ସ୍ଥାନରେ ସରକାର ବିରୋଧି ମାଓ ପୋଷ୍ଟର ଲଗାଇ ପଳାଇଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.