ETV Bharat / state

ମାଲକାନଗିରିରେ ବିଜେଡିର ଛାତ୍ର ସମାବେଶ ଅନୁଷ୍ଠିତ

author img

By

Published : Feb 11, 2021, 9:11 PM IST

ମାଲକାନଗିରିରେ ବିଜେଡିର ଛାତ୍ର ସମାବେଶ ଅନୁଷ୍ଠିତ
ମାଲକାନଗିରିରେ ବିଜେଡିର ଛାତ୍ର ସମାବେଶ ଅନୁଷ୍ଠିତ

ମାଲକାନଗିରି ଜିଲ୍ଲା ସଦର ମହକୁମା ଡିଏନକେ ଖେଳ ପଡିଆଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଯୁବ ନେତୃତ୍ବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ....

ମାଲକାନଗିରି: ଜିଲ୍ଲା ସଦର ମହକୁମା ଡିଏନକେ ଖେଳ ପଡିଆଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଯୁବ ନେତୃତ୍ବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଦରମହକୁମାରେ ଥିବା ବିଜୁ ପ୍ରତିମାଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଡିଏନକେ ଖେଳ ପଡିଆ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ହଜାର ହଜାର ବିଜୁ ଯୁବକର୍ମୀ ରାଲି କରିଥିଲେ ।

ମାଲକାନଗିରିରେ ବିଜେଡିର ଛାତ୍ର ସମାବେଶ ଅନୁଷ୍ଠିତ

ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ମାଲକାନଗିରି ପର୍ଯ୍ୟବେକ୍ଷକ ତଥା କଟକ ବିଧାୟକ ଚନ୍ଦ୍ର ସାରଥି ବେହେରା ରାଜ୍ୟ ଯୁବ ଜନତା ଦଳର ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ରାଜ୍ୟ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ( ଯୁବ ବେପାର ) ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ଜିଲ୍ଲା ବିଜେଡି ସଭାପତି ପୂର୍ଣ୍ଣ ଚନ୍ଦ୍ର ବାକା ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ବ କର୍ମୀ ଯୋଗଦେଇଥିଲେ । ଦଳକୁ ତୃଣମୂଳ ସ୍ତରରୁ ସଙ୍ଗଠିତ କରିବା ସହ ଯୁବକର୍ମୀଙ୍କୁ ନେଇ ଆଗାମୀ ଦିନରେ ଦଳକୁ ମଜବୁତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ମାଲକାନଗିରି ଜିଲ୍ଲାରେ ‘ମାଲକାନଗିରି ପ୍ରିମିୟର ଲିଗର ଉଦଘାଟନ’ ମଧ୍ୟ କରାଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.