ETV Bharat / state

'ମାଲକାନଗିରି ପୌରାଞ୍ଚଳରେ 50% ଲୋକଙ୍କ ଠାରେ ପ୍ରତିଷେଧକ ଶକ୍ତି ରହିଛି'

author img

By

Published : Oct 18, 2020, 11:47 AM IST

Updated : Oct 18, 2020, 12:02 PM IST

malkangiri: anti body devloped in fifty percent people of  municipality, says report
ମାଲକାନଗିରି ପୌରାଞ୍ଚଳରେ ୫୦ ପ୍ରତିଶତ ଲୋକଙ୍କ ଠାରେ ରୋଗ ପ୍ରତିଷେଧକ ଶକ୍ତି

ମାଲକାନଗିରି ପୌରାଞ୍ଚଳରେ ୫୦ ପ୍ରତିଶତ ଲୋକଙ୍କ ଠାରେ ରୋଗ ପ୍ରତିଷେଧକ ଶକ୍ତି ରହିଛି । ଏହା କହିଛନ୍ତି ଜିଲ୍ଲାପାଳ ମନିଷ ଅଗ୍ରୱାଲ ।

ମାଲକାନଗିରି: ସହରର ପୌରାଞ୍ଚଳରେ ୫୦ ପ୍ରତିଶତ ଲୋକଙ୍କ ଠାରେ ରୋଗ ପ୍ରତିଷେଧକ ଶକ୍ତି ରହିଛି । ଏହା କହିଛନ୍ତି ଜିଲ୍ଲାପାଳ ମନିଷ ଅଗ୍ରୱାଲ ।

କୋରୋନା ମହାମାରୀ ଚାଲିଥିବା ବେଳେ ଲୋକଙ୍କ ଠାରେ ରୋଗ ପ୍ରତିଷେଧକ ଶକ୍ତି କେତେ ପ୍ରତିଶତ ରହିଛି ଏହାକୁ ନେଇ ଗତ ୬, ୭ ଓ ୮, ତିନି ଦିନ ଧରି ପରୀକ୍ଷା କରାଯାଇଥିଲା । ମାଲକାନଗିରି ପୌରାଞ୍ଚଳର ପ୍ରାୟ ୧,୬୧୩ ଜଣ ଲୋକଙ୍କ ମଧ୍ୟରେ ଏହି ପରୀକ୍ଷା କରାଯାଇଥିଲା ।

'ମାଲକାନଗିରି ପୌରାଞ୍ଚଳରେ 50% ଲୋକଙ୍କ ଠାରେ ପ୍ରତିଷେଧକ ଶକ୍ତି ରହିଛି'

ଏଥିରେ ମେଡିକାଲ ଟିମ୍ ସହ ବିିଶେଷଜ୍ଞ ଦଳ ରହିଥିଲେ ବୋଲି ଜିଲ୍ଲାପାଳ କହିଛନ୍ତି । ପୌରାଞ୍ଚଳରେ ୫୦ ପ୍ରତିଶତ ଲୋକଙ୍କ ନିକଟରେ ରୋଗ ପ୍ରତିଷେଧକ ଶକ୍ତି ରହିଥିବା ରିପୋର୍ଟରୁ ଜଣାପଡିଥିବା ଜିଲ୍ଲାପାଳ କହିଛନ୍ତି । ଅନ୍ୟ 50 ପ୍ରତିଶତ ଲୋକଙ୍କର ମଧ୍ୟ ରୋଗକୁ ସାମ୍ନା କରିବାର ଶକ୍ତି ରହିଛି । ଜିଲ୍ଲାର ଗ୍ରାମାଞ୍ଚଳରେ ଲୋକଙ୍କ ରୋଗ ପ୍ରତିଷେଧକ ଶକ୍ତି କେତେ ପ୍ରତିଶତ ରହିଛି ଏହାକୁ ନେଇ ବି ପରୀକ୍ଷା କରାଯାଇଥିଲା । ଜିଲ୍ଲାର ୪୨ଟି ଅଞ୍ଚଳରେ ଏହି ପରୀକ୍ଷା କରାଯାଇଛି ।

ତେବେ ଏହାର ରିପୋର୍ଟ ହସ୍ତଗତ ହୋଇନଥିବା ଜିଲ୍ଲାପାଳ କହିଛନ୍ତି । କୋରୋନା ମହାମାରୀ ଯୋଗୁଁ ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପରିଧାନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated :Oct 18, 2020, 12:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.