ETV Bharat / state

ବିଭିନ୍ନ ଦାବି ନେଇ ରାଜରାସ୍ତାରେ ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ

author img

By

Published : Dec 29, 2022, 11:53 AM IST

Anganbadi workers protest
ଅଙ୍ଗନବାଡି କର୍ମୀଙ୍କ ଧାରଣା

ରାଜ ରାସ୍ତାରେ ନିଜ ନ୍ୟାର୍ଯ୍ୟ ଦାବି ପାଇଁ ଗର୍ଜିଲେ ଜିଲ୍ଲାର ଅଙ୍ଗନବାଡି ଓ ସହାୟକ ସଂଘ । ସରକାରୀ ମାନ୍ୟତା ତଥା ସମାନ କାମକୁ ସମାନ ଦରମା ଦାବିରେ ଦୀର୍ଘ 38 ଦିନଧରି ଆନ୍ଦୋଳନ ଚାଲିଥିବା ବେଳେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

ଅଙ୍ଗନବାଡି କର୍ମୀଙ୍କ ଧାରଣା

ମାଲକାନଗିରି: ମାଲକାନଗିରି ସଦର ମହକୁମା ସ୍ଥିତ ଆସିଡିଏସ କାର୍ଯ୍ୟାଳୟ ସମ୍ମୁଖରେ ଗତ ନଭେମ୍ବର ୨୧ ତାରିଖରୁ ଅଙ୍ଗନବାଡି କର୍ମୀମାନେ ନିଜର ନ୍ୟାର୍ଯ୍ୟ ଦାବି ପାଇଁ ଧାରଣା ପ୍ରଦର୍ଶନ କରିଆସୁଛନ୍ତି । ହେଲେ କୌଣସି ଫଳ ମିଳୁନାହିଁ । ଏନେଇ ଗତକାଲି ଶତାଧିକ ଅଙ୍ଗନବାଡି କର୍ମୀମାନେ ଏକ ବିରାଟ ରାଲିରେ ସହର ପରିକ୍ରମା କରିଛନ୍ତି । ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ଆଜିକୁ ପ୍ରାୟ ୧ମାସରୁ ଊର୍ଦ୍ଧ୍ବ ଦିନ ପୂର୍ଣ୍ଣ ହୋଇଯାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ସରକାରଙ୍କର ସମସ୍ତ ଯୋଜନାରେ ଅଙ୍ଗନବାଡି କର୍ମୀମାନେ ଲଗାତାର ସହଯୋଗ କରିଆସୁଛନ୍ତି । ନିଜ ଜୀବନକୁ ପାଣି ଛଡାଇ ମଧ୍ୟ କରୋନାରେ କାମ କରିଛନ୍ତି । ନିଜର ସ୍ବଳ୍ପ ଦରମାରେ ବାରମ୍ବାର କାର୍ଯ୍ୟାଳୟକୁ ଆସିବା ଏବଂ ଖର୍ଚ୍ଚାନ୍ତ ହେଉଛନ୍ତି ବୋଲି ଅଭିଯୋଗ କରିଥିଲେ ।

ଏପରିକି ସରକାର ଅଙ୍ଗନବାଡି କେନ୍ଦ୍ର ଚଳାଇବା ପାଇଁ ଯାହା ଟଙ୍କା ଦେଉଛନ୍ତି ସେତିକିରେ ଚଳାଇବା ମୁସକିଲ ହୋଇପଡୁଛି । ଆଜିର ବଜାର ଦର ଆକାଶ ଛୁଆଁ ହୋଇଯାଇଛି । ଅଲ ଓଡିଶା ଅଙ୍ଗନବାଡି ଲେଡିଜ ଓ୍ବାର୍କସ ଆସୋସିଏସନ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏନେଇ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ।

ଦାବି ଗୁଡିକ ମଧ୍ୟରେ ରହିଛି ୨୦୧୮ ମସିହାରେ ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ୬ ଜଣ ଅଙ୍ଗନବାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ । ଅଙ୍ଗନବାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ। ଯେଉଁଦିନ ପର୍ଯ୍ୟନ୍ତ ମାନ୍ୟତା ଦିଆନଯାଇଛି ସେତେଦିନ ପର୍ଯ୍ୟନ୍ତ କର୍ମୀମାନଙ୍କୁ ୧୮ ହଜାର ଟଙ୍କା ଓ ସହାୟିକାମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ କରାଯାଉ ।

ସେହିପରି ଇପିଏଫ, ଏଏସଆଇସି ଓ ଗ୍ରାଚ୍ୟୁଇଟିରେ ସାମିଲ କରାଯାଉ । ମିନି ଅଙ୍ଗନବାଡି ଉଚ୍ଛେଦ କରି ମିନି ଅଙ୍ଗନବାଡି କର୍ମୀଙ୍କୁ ମୁଖ୍ୟ ଅଙ୍ଗନବାଡି କର୍ମୀର ମାନ୍ୟତା ଦିଆଯାଉ । ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କୁ ଅବସରକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବା ସହ ମାସିକ ୫ ହଜାର ଟଙ୍କା ପ୍ରଦାନ କରାଯାଉ ।

କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କଲେ କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉ । ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ ଦିଆଯାଉ । ଗ୍ରୀଷ୍ଣ ଅବକାଶକୁ ଲାଗୁ କରାଯାଉ । ଅଙ୍ଗନବାଡି କର୍ମୀଙ୍କୁ ପ୍ରି-ପ୍ରାଇମେରୀ ଶିକ୍ଷୟିତ୍ରୀ ମାନ୍ୟତା ଦିଆଯାଉ । ୫୦ ପ୍ରତିଶତ ଅଙ୍ଗନବାଡି କର୍ମୀଙ୍କୁ ପଦନ୍ନୋତି ଦିଆଯାଉ ବୋଲି ଦାବି କରିଥିଲେ ।

ଯଦି ସରକାର ଆମ ଦାବି ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ ହେବ । ଦରକାର ପଡ଼ିଲେ ଆତ୍ମାହୁତି ଦେବୁ ବୋଲି ଅଙ୍ଗନବାଡି କର୍ମୀ ଚେତାବନୀ ଦେଇଛନ୍ତି । ଆଜିକୁ ୪୭ ବର୍ଷ ଧରି ଅଙ୍ଗନବାଡ଼ି କର୍ମଚାରୀ ଶୋଷଣର ଶୀକାର ହେଉଛନ୍ତି । ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି ଅଙ୍ଗନବାଡ଼ି କର୍ମଚାରୀଙ୍କୁ ଗ୍ରାଚ୍ୟୁଟି ଦେବା ପାଇଁ । ହେଲେ ଏଯାଏଁ ତାହା ମଧ୍ୟ କର୍ମଚାରୀଙ୍କୁ ମିଳିନି । ତେଣୁ ସରକାର ଯେଉଁ ଅଙ୍ଗନବାଡ଼ି କର୍ମୀଙ୍କୁ ଶୋଷଣ କରି ଚାଲିଛନ୍ତି ତାର ପ୍ରତିବାଦରେ ଭୟଙ୍କର ଜନଆନ୍ଦୋଳନ ସୃଷ୍ଟି ହେବ ।

ଇଟିଭି ଭାରତ, ମାଲକାନାଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.