ETV Bharat / state

ମାଲକାନଗିରିରେ କୃଷିମନ୍ତ୍ରୀ; ମାଣ୍ଡିଆ ମଣ୍ଡିର କଲେ ଉଦଘାଟନ

author img

By

Published : Dec 23, 2019, 10:55 AM IST

Updated : Dec 23, 2019, 3:22 PM IST

ମାଲକାନଗିରିରେ କୃଷିମନ୍ତ୍ରୀ; ମାଣ୍ଡିଆ ମଣ୍ଡିର କଲେ ଉଦଘାଟନ
ମାଲକାନଗିରିରେ କୃଷିମନ୍ତ୍ରୀ; ମାଣ୍ଡିଆ ମଣ୍ଡିର କଲେ ଉଦଘାଟନ

ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ । ଚଳିତ ବର୍ଷ ବର୍ଷାରେ ଆଦିବାସୀଙ୍କ ଫସଲ ନଷ୍ଟ ହେବାରେ କରିଥିଲେ ଅନୁଧ୍ୟାନ । ଅଧିକ ଖବର ପଢନ୍ତୁ...

ମାଲକାନିଗିରି: ଜାତୀୟ କୃଷି ଦିବସ ଅବସରରେ ସୋମବାର ପ୍ରଥମ କରି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ । ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ହେଲିକ୍ୟାପଟର ଯୋଗେ ସ୍ବାଭିମାନ ଅଞ୍ଚଳ ବଡପଡାର ବିଏସଏଫ କ୍ୟାମ୍ପଠାରେ ପହଞ୍ଚିଥିଲେ । ପରେ ଏଠାରେ ଆୟୋଜିତ ଏକ ସଭାରେ ଯୋଗ ଦେଇଥିଲେ କୃଷିମନ୍ତ୍ରୀ ।

ସ୍ଵାଭିମାନ ଅଞ୍ଚଳର ବାସ କରୁଥିବା ଆଦିବାସୀଙ୍କ କୃଷିର ଉନ୍ନତି ପାଇଁ ପ୍ରଥମ କରି ଏକ ମାଣ୍ଡିଆ ମଣ୍ଡିର ଉଦ୍ଦଘାଟନ କରିବା ସହ ହଳଦୀ ଚାଷ ଜମିକୁ ମଧ୍ୟ ବୁଲିଥିଲେ ଅରୁଣ ସାହୁ । ଏହାସହ ମୁଣ୍ଡ ଝାଳ ତୁଣ୍ଡରେ ମାରି ଆଦିବାସୀ ପରମ୍ପରା ଅନୁଯାୟୀ ଫସଲ ଉତ୍ପାଦାନ କରି କୃଷିର ମାନ ବଢ଼ାଇ ଥିବା କୃଷକଙ୍କୁ ସମ୍ମାନିତ କରିଥିଲେ କୃଷିମନ୍ତ୍ରୀ ।

ଳିତ ବର୍ଷ ସ୍ଵାଭିମାନ ଅଞ୍ଚଳ ସହ ବିଛିନ୍ନାଞ୍ଚଳରେ ଲଘୁଚାପ ବର୍ଷା କାରଣରୁ ଫସଲ ନଷ୍ଟ ହୋଇଥିବା ଉପରେ ମନ୍ତ୍ରୀ ଅରୁଣ ସାହୁ ଜିଲ୍ଲାର ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଏକ ସମୀକ୍ଷା ବୈଠକରେ ମଧ୍ୟ ଯୋଗ ଦେଇଥିଲେ । ମନ୍ତ୍ରୀଙ୍କ ଗସ୍ତ ସମୟରେ କୃଷି ବିଭାଗର ଡାଇରେକ୍ଟର ଏମ.ମୁଥୁ କୁମାର, କେବିକେ କୋମିସନର ଏସ୍.ପି ଠାକୁର ଓ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଉପସ୍ତିତ ଥିଲେ ।

ମାଲକାନଗିରି ଗସ୍ତରେ କୃଷିମନ୍ତ୍ରୀ ଅରୁଣ ସାହୁ

ଦୀର୍ଘ ବର୍ଷ ଧରି ଜଳବନ୍ଦୀ ଜୀବନ କଟାଉଥିବା ଆଦିବାସୀଙ୍କ ପାଖରେ ପହଞ୍ଚି ପାରିଛି ଆଶାର ଆଲୋକ । ଆଦିବାସୀଙ୍କ ଜଙ୍ଗଲଜାତ ଦବ୍ର୍ୟକୁ ପୂର୍ବରୁ ସରକାର ମାନ୍ୟତା ଦେଉନଥିବା ବେଳେ ଏବେ ଆଦିବାସୀ ଲୋକେ ସିଧାସଳଖ ଏସବୁ ମଣ୍ଡିରେ ଆସି ବିକ୍ରୟ କରି ପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ଯାହାକୁ ନେଇ ସ୍ବାଭିମାନ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସେପଟେ ମନ୍ତ୍ରୀଙ୍କ ଗସ୍ତକୁ ଦେଖି ଏସଓଜି, ଡିଜିଏଫ ଓ ବିଏସଏଫ ବାହିନୀର ଜବାନଙ୍କୁ ଆଲର୍ଟ ରଖାଯିବା ସହ ମାଓବାଦୀଙ୍କ ଗତିବିଧିକୁ ଲକ୍ଷ କରି ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

blank


Conclusion:
Last Updated :Dec 23, 2019, 3:22 PM IST

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.