ETV Bharat / state

ଜିଲ୍ଲାସ୍ତରୀୟ ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ

author img

By

Published : Feb 2, 2021, 7:10 PM IST

ଜିଲ୍ଲା ସ୍ତରୀୟ ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ
ଜିଲ୍ଲା ସ୍ତରୀୟ ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ

ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପଢନ୍ତୁ ଅଧିକ.....

ମାଲକାନଗିରି : ଜିଲ୍ଲାସ୍ତରୀୟ ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବିଶେଷ କରି ଚିତ୍ରକୋଣ୍ଡା ଓ ମାଥିଲି ସ୍ବାସ୍ଥ୍ୟକେନ୍ଦ୍ରକୁ ସବଡିଭିଜନ ମେଡିକାଲର ମାନ୍ୟତା ପ୍ରଦାନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ସେହିପରି ସ୍ବାଭିମାନ ଅଞ୍ଚଳର ଯୋଡାମ୍ବ ଓ ଜାନବାଇ ଠାରେ ଦୁଇଟି ନୂତନ ପ୍ରାଥମିକ ଚିକିତ୍ସାଳୟ ସ୍ଥାପନ କରିବା ଲାଗି ପ୍ରସ୍ତାବ ମିଳିଛି ।

ଜିଲ୍ଲାସ୍ତରୀୟ ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ

ଜିଲ୍ଲାରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ କରିବା ଲାଗି ଅବସରପ୍ରାପ୍ତ ଡାକ୍ତରଙ୍କୁ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ୭ଟି ମେଗା ପାଣି ପ୍ରକଳ୍ପ କରିବା ଲାଗି ପ୍ରସ୍ତାବ ଅନୁମୋଦନ ହୋଇଛି । କରୋନା ସମୟରେ ଜିଲ୍ଲାକୁ ଫେରିଥିବା ୨୦ ହଜାର ଶ୍ରମିକଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନର ଅନ୍ତର୍ଭୁକ୍ତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଚଳିତବର୍ଷ ମାଲକାନଗିରି ଜିଲ୍ଲାର ଚାଷୀଙ୍କ ଠାରୁ ୧୨ ହଜାର କୁଇଣ୍ଟାଲ ଧାନ କିଣିବାର ବ୍ୟବସ୍ଥା କରାଯାଇଛି । ବୈଠକ ପରେ ମାଲକାନଗିରି ପୌର ପରିଷଦର ପ୍ରଥମ କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ କରିଥିଲେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟଦାସ ବର୍ମା ।

ମାଲକାନଗିରିରୁ ଦେବଦତ୍ତ ବେହେରା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.