ETV Bharat / state

କୋରାପୁଟରେ ପରବ ପଥୋତ୍ସବ ଆୟୋଜିତ

author img

By

Published : Dec 12, 2022, 11:49 AM IST

କୋରାପୁଟ ଜିଲ୍ଲାର ସୁନାବେଡା, କୋରାପୁଟ ଓ ଜୟପୁର ସହରରେ ଆୟୋଜିତ ହୋଇଯାଇଛି ପରବ ପଥୋତ୍ସବ। ଅଧିକ ପଢନ୍ତୁ

ଜିଲ୍ଲାରେ ଆୟୋଜିତ ହୋଇଯାଇଛି ପରବ ପଥୋତ୍ସବ
ଜିଲ୍ଲାରେ ଆୟୋଜିତ ହୋଇଯାଇଛି ପରବ ପଥୋତ୍ସବ

ଜିଲ୍ଲାରେ ଆୟୋଜିତ ହୋଇଯାଇଛି ପରବ ପଥୋତ୍ସବ

କୋରାପୁଟ: ଜିଲ୍ଲାରେ ଆୟୋଜିତ ହୋଇଯାଇଛି ପରବ ପଥୋତ୍ସବ । ରାସ୍ତା ଉପରେ ନାଚ, ଗୀତ , ଚିତ୍ରାଙ୍କନ , କରାଟେ ପ୍ରଦର୍ଶନ , ବଜାରବଟା ସାଙ୍ଗକୁ ସାଧାରଣ ଜନତା ନିଜ ଭିତରେ କଳାତ୍ମକ ସମ୍ଭାବନାର ଅଭିବ୍ୟକ୍ତି ପାଇଁ ରବିବାର ଦିନ କୋରାପୁଟ ଜିଲ୍ଲାର ସୁନାବେଡା , କୋରାପୁଟ ଓ ଜୟପୁର ସହରରେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ସହର ଓ ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକେ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଏକାଠି ଏହି ଉତ୍ସବରେ ଯୋଗ ଦେଇଥିଲେ । ପୌରାଞ୍ଚଳରେ ପରବ ପାଳନ ଅବସରରେ ଆରମ୍ଭ ହୋଇଥିବା ପଥୋତ୍ସବ ସହରବାସୀଙ୍କୁ ବିଶେଷ ଭାବେ ପ୍ରଭାବିତ କରିଥିଲା। ଯାହାକୁ ନେଇ ମତ ରଖିଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ପ୍ରସାଦ ମାଝୀ । ତେବେ ଏହି ପଥୋତ୍ସବଗୁଡିକରେ ଛୋଟ ପିଲା ଓ ମହିଳାମାନେ ଚିତ୍ରାଙ୍କନ ଓ ରଙ୍ଗୋଲି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ବିଏସଏଫ୍ ବାଟାଲିୟନ ଦ୍ଵାରା ଆୟୋଜିତ ଡଗ୍‌ ସୋ, ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା । ପୌରାଞ୍ଚଳରେ ଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ହାତ ତିଆରି ଖାଦ୍ୟ ପଦାର୍ଥ ସହ ଅନ୍ୟାନ ସାମଗ୍ରୀର ପ୍ରଦର୍ଶନ କରିଥିଲେ । ଏଗୁଡ଼ିକର ବିକ୍ରିର ବ୍ୟବସ୍ଥା କରାଯିବା ସହ ମଞ୍ଚ ଉପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.