ETV Bharat / state

ଭାରତମାଳା ପ୍ରକଳ୍ପ ଜମିହରାଙ୍କ ଦାବି, ସରକାର ନ ଶୁଣିଲେ ତୀବ୍ର ହେବ ଆନ୍ଦୋଳନ

author img

By

Published : Mar 13, 2021, 8:51 PM IST

The landlord's claim to the Bharatmala project will intensify the protests if the government does not listen
ଭାରତମାଳା ପ୍ରକଳ୍ପର ଜମିହରାଙ୍କ ଦାବି ,ସରକାର ନ ଶୁଣିଲେ ତୀବ୍ର ହେବ ଆନ୍ଦୋଳନ

ଭାରତମାଳା ପ୍ରକଳ୍ପର ଜମିହରାଙ୍କ ଦାବି । ସରକାର ନ ଶୁଣିଲେ ତୀବ୍ର ହେବ ଆନ୍ଦୋଳନ । ଅଧିକ ପଢନ୍ତୁ...

କୋରାପୁଟ: ଭାରତମାଳା ପ୍ରକଳ୍ପ ପାଇଁ ଜମି ହରାଇବେ ଅନେକ ଲୋକ । ଛାଡିବେ ଭିଟାମାଟି । ଭାରତମାଳା ଯୋଜନାରେ ଛତିଶଗଡ଼ର ରାୟପୁର ଠାରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ପର୍ଯ୍ୟନ୍ତ ୪୬୪ କିଲୋମିଟର ୬ଟିକିଆ ସ୍ବତନ୍ତ୍ର ଏକ୍ସପ୍ରେସ ହାଇଓ୍ବେ ରାସ୍ତା ନିର୍ମାଣ ହେବ । ଏହି ରାସ୍ତା ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଦେଇ ଯିବ। ଏଥିପାଇଁ କୋରାପୁଟ ଜିଲ୍ଲାର ୪ଟି ବ୍ଳକର ୧୦୮ ହେକ୍ଟର ଜମି ଅଧିଗ୍ରହଣ ହେବ। ଜମି ଅଧିଗ୍ରହଣ ପାଇଁ ଜାନୁଆରୀ 21 ତାରିଖରେ ହୋଇଥିବା ଜନଶୁଣାଣୀ ସମୟରେ ଏହାକୁ ଦୃଢ ବିରୋଧ କରାଯାଇଛି । ଜମି ଅଧିଗ୍ରହଣ ପାଇଁ ସରକାରଙ୍କ ଦ୍ବାରା ନିର୍ଧାରିତ ମୂଲ୍ୟ କମ ରହିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ମହାଦେଇପୁଟ ଓ ମସ୍ତିପୁଟ ପଞ୍ଚାୟତରେ ଏକର ପିଛା ବଜାର ଦର 14 ରୁ 15 ଲକ୍ଷ ଥିଲା ବେଳେ ସରକାର ମାତ୍ର 20 ରୁ 30 ହଜାର ଟଙ୍କା ଦେବା ପାଇଁ ପ୍ରସ୍ତାବ ରଖିଛନ୍ତି ।

ଭାରତମାଳା ପ୍ରକଳ୍ପର ଜମିହରାଙ୍କ ଦାବି ,ସରକାର ନ ଶୁଣିଲେ ତୀବ୍ର ହେବ ଆନ୍ଦୋଳନ

ଜନଶୁଣାଣିକୁ ଦେଢ ମାସରୁ ଅଧିକ ସମୟ ବିତିଯାଇଛି । ହେଲେ ସରକାର ଲୋକଙ୍କ ଦାବିକୁ ନେଇ କୈଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ସରକାର ଆସନ୍ତା ପନ୍ଦର ଦିନ ମଧ୍ୟରେ ଜମିହରାଙ୍କୁ ଏକର ପିଛା 30 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ନେଇ ନିଷ୍ପତ୍ତି ନ ନେଲେ । ଆଗକୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଜମିହରାମାନେ ଚେତାବନୀ ଦେଇଛନ୍ତି । ରାୟପୁର ଓ ବିଶାଖାପାଟଣା ମଧ୍ୟରେ ବର୍ତ୍ତମାନ ଦୂରତା 514 କିଲୋମିଟର ରହିଛି। ପ୍ରସ୍ତାବିତ ଭାରତମାଳା ସଡକ ଯୋଜନାରେ ଏହା କମିଯାଇ 464 କିଲୋମିଟର ହୋଇଯିବ ।

ଏହି ସଡକ ଛତିଶଗଡ଼ ରାଜ୍ୟରେ 124.661 କିଲୋମିଟର ବାଟ ଅତିକ୍ରମ କରି ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରେ ପ୍ରବେଶ କରିବ । ନବରଙ୍ଗପୁର ଜିଲ୍ଲାରେ 114.989 କିଲୋମିଟର ରାସ୍ତା ଅତିକ୍ରମ କରି କୋରାପୁଟର ବୋରିଗୁମ୍ମା , ଦଶମନ୍ତପୁର , କୋରାପୁଟ , ସେମିଳିଗୁଡା ଓ ପଟ୍ଟାଙ୍ଗି ତହସିଲ ବାଟ ଦେଇ ଆନ୍ଧ୍ରପ୍ରଦେଶ ମଧ୍ୟକୁ ପ୍ରବେଶ କରିବାର ଯୋଜନା ରହିଛି । କୋରାପୁଟ ଜିଲ୍ଲାରେ ସମୁଦାୟ 125.383 କିଲୋମିଟର ରାସ୍ତା ଗଲା ପରେ ଆନ୍ଧ୍ରପ୍ରଦେଶ ମଧ୍ୟରେ ଆଉ ବାକି 99.6129 କିଲୋମିଟର ରାସ୍ତା ଦେଇ ବିଶାଖାପାଟଣାରେ ଏହି ସଡକ ପହଞ୍ଚିବା ।

କୋରାପୁଟରୁ ସିଏଚ .ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.