ETV Bharat / state

Kotia Row In Supreme Court: ସୁପ୍ରିମକୋର୍ଟରେ ୪ ସପ୍ତାହ ଘୁଞ୍ଚିଲା ଶୁଣାଣି

author img

By

Published : Jan 24, 2022, 3:31 PM IST

Kotia issue in Supreme Court : 4 ସପ୍ତାହ ଘୁଞ୍ଚିଲା କୋଟିଆ ବିବାଦ ମାମଲାର ଶୁଣାଣି
Kotia issue in Supreme Court : 4 ସପ୍ତାହ ଘୁଞ୍ଚିଲା କୋଟିଆ ବିବାଦ ମାମଲାର ଶୁଣାଣି

ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ କୋଟିଆ ବିବାଦକୁ ନେଇ ସୁପ୍ରିମକୋର୍ଟରେ ଚାଲିଛି ମାମଲା । ଏପଟେ ଆଜି ସୁପ୍ରିମକୋର୍ଟ ଆନ୍ଧ୍ର ବିରୋଧରେ ଓଡ଼ିଶାର ଅଦାଲତ ଅବମାନନା ମାମଲା ଶୁଣାଣି ଚାରି ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ 4 ସପ୍ତାହ ଘୁଞ୍ଚିଲା କୋଟିଆ ବିବାଦ ମାମଲାର ଶୁଣାଣି । ଆନ୍ଧ୍ର ବିରୋଧରେ ଓଡ଼ିଶାର ଅଦାଲତ ଅବମାନନା ମାମଲାର ଶୁଣାଣି ଘୁଞ୍ଚିଲା । କମିଟି ସ୍ତରରେ ଆପୋଷ ଆଲୋଚନା ଚାଲିଥିବାରୁ ଶୁଣାଣି ଘୁଞ୍ଚିଲା । ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ କୋଟିଆ ବିବାଦକୁ ନେଇ ସୁପ୍ରିମକୋର୍ଟରେ ଚାଲିଛି ମାମଲା ।

କୋଟିଆ ବିବାଦକୁ ନେଇ ଓଡିଶା ସରକାରଙ୍କ ପକ୍ଷରୁ ଆନ୍ଧ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆଦାଲତ ଅବମାନନା ନେଇ ପିଟିସନ ଦାଖଲ କରାଯାଇଛି । ଏହି ମାମଲାର ଶୁଣାଣିକୁ ଆଜି (ସୋମବାର) ୪ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ । ତେବେ କୋଟିଆ ବିବାଦକୁ ନେଉ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ମାଧ୍ୟମରେ ଚାଲିଥିବା ବିଚାର ବିମର୍ଷକୁ ଆଗକୁ ନେବା ପାଇଁ ଏହାକୁ ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ ।

ଗତ ନଭେମ୍ବର ୯ ରେ ଓଡିଶା ଗସ୍ତରେ ଆସିଥିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀ । କୋଟିଆ ବିବାଦ ନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ । ଏପଟେ ପୂର୍ବରୁ ମାମଲାର ଶୁଣାଣି କରି ଉଭୟ ରାଜ୍ୟ ମଧ୍ୟରେ ଆପୋଷ ସମାଧାନ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଥାଉକି ଗତ ବର୍ଷର କୋଟିଆରେ ଅନୁପ୍ରବେଶ କରି ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରିଥିଲା । ତେବେ ପରବର୍ତ୍ତି ସମୟରେ ନିର୍ବାଚନକୁ ଆନ୍ଧ୍ର ହାଇକୋର୍ଟ ରଦ୍ଦ କରିଥିଲେ । ଏହାପରେ କୋଟିଆକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହାକୁ ନେଇ ଓଡିଶା ସରକାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.