ETV Bharat / state

କୋଟିଆରେ ସ୍ଥିତି ପରଖିଲେ ଦକ୍ଷିଣାଞ୍ଚଳ ଆରଡିସି

author img

By

Published : Jul 8, 2022, 7:29 PM IST

Updated : Jul 8, 2022, 8:11 PM IST

କୋଟିଆରେ ସ୍ଥିତି ପରଖିଲେ ଦକ୍ଷିଣାଞ୍ଚଳ ଆରଡିସି
କୋଟିଆରେ ସ୍ଥିତି ପରଖିଲେ ଦକ୍ଷିଣାଞ୍ଚଳ ଆରଡିସି

ଦକ୍ଷିଣାଞ୍ଚଳ ଆରଡିସି କୋରାପୁଟ ଜିଲ୍ଲା ଗସ୍ତ କରି କୋଟିଆରେ ବିକାଶର ସ୍ଥିତି ପରଖିଛନ୍ତି । ଗତକାଲି ଆନ୍ଧ୍ର ସରକାରଙ୍କ କିଛି ଅଧିକାରୀ କୋଟିଆ ଆସିଥିବା ବେଳେ ଆଜି(ଶୁକ୍ରବାର) କୋରାପୁଟ ଗସ୍ତ କରିଛନ୍ତି ଦକ୍ଷିଣାଞ୍ଚଳ ଆରଡିସି । କୋଟିଆ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

କୋରାପୁଟ: ସୀମା ବିବାଦର ସ୍ଥିତି ପରଖିବା ପାଇଁ ଦକ୍ଷିଣାଞ୍ଚଳ ଆରଡିସି ଟି. ଆପାଙ୍ଗ ଆଓ କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି । କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିବା ସୂଚନା । ଗତକାଲି ଆନ୍ଧ୍ର ସରକାରଙ୍କ କୋଟିଆ ଥାନା ଅଧିକାରୀଙ୍କ ସହିତ କିଛି ବ୍ୟକ୍ତି ଆସି ଉପରମୁଣ୍ଡରେ ସ୍ଥିତି ପରଖିଥିଲେ ।

କୋଟିଆରେ ସ୍ଥିତି ପରଖିଲେ ଦକ୍ଷିଣାଞ୍ଚଳ ଆରଡିସି

କିଛିଦିନ ପୂର୍ବେ ଗଲିଗବ୍ଦରରେ ଆନ୍ଧ୍ର ଅଧିକାରୀଙ୍କ ପ୍ରବେଶ ପରେ ଗତକାଲି(ଗୁରୁବାର) ତଳ ଗଞ୍ଜେଇପଦରରେ ପ୍ରବେଶକୁ ନେଇ ଆରଡିସି ଆଲୋଚନା କରିଥିବା ଅନୁମାନ କରାଯାଉଛି । ତଳ ଗଞ୍ଜେଇପଦର ଦେଇ ବହି ଯାଉଥିବା ଜଳରାଶିକୁ ନେଇ ଆଦାନୀ କମ୍ପାନୀ ତରଫରୁ କୁରୁକୁଟି ନିକଟରେ ପ୍ରସ୍ତାବିତ ଜଳ ବିଦ୍ୟୁତ୍ ଯୋଜନାକୁ ଆନ୍ଧ୍ର ଆଦିବାସୀ କର୍ମଚାରୀ ସଂଘର ପରାମର୍ଶଦାତା ରେଗୁ ମହେଶ୍ବର ରାଓ ବିରୋଧ କରିଛନ୍ତି ।

ଆନ୍ଧ୍ରରେ ପ୍ରକଳ୍ପକୁ ପ୍ରବଳ ବିରୋଧ ହେଉଛି । ଏଭଳି ସ୍ଥିତିରେ ଗତକାଲି ଆନ୍ଧ୍ର ପ୍ରଦେଶର ସାଲୁରରେ ଅବସ୍ଥାପିତ ଆନ୍ଧ୍ର ସରକାରଙ୍କ କୋଟିଆ ଥାନା ଅଧିକାରୀ କିଛି ବ୍ୟକ୍ତିଙ୍କ ସହିତ ଦୁଇଟି ଇନୋଭାରେ ଆସି ଉପରମୁଣ୍ଡରେ ସ୍ଥିତି ପରଖିବା ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଇଛି । ସେମାନେ ମେଘଭରା ସୋନ୍ଦର୍ଯ୍ୟ ଦେଖିବା ପାଇଁ ଆସିଥିବା କହିଥିଲେ ମଧ୍ୟ ତଳ ଗଞ୍ଜେଇପଦର ଠାରୁ ଫେରିଯିବା ଘଟଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇଟିଭି ଭାରତ, କୋରାପୁଟ

Last Updated :Jul 8, 2022, 8:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.