ETV Bharat / state

କଲେଜ କ୍ୟାମ୍ପସରେ ଲାଗିବ ହୋର୍ଡିଂ, ଉଲ୍ଲେଖ ରହିବ ସ୍କିମ ଓ ମେଧାବୃତ୍ତି ଯୋଜନା

author img

By ETV Bharat Odisha Team

Published : Sep 16, 2023, 9:52 PM IST

ବିଶ୍ୱବିଦ୍ୟାଳୟ ଓ କଲେଜ କ୍ୟାମ୍ପସରେ ଲାଗିବ ସମସ୍ତ ମେଧାବୃତ୍ତି ଯୋଜନାର ହୋର୍ଡିଂ ଓ ବ୍ୟାନର । କୈଣସି ସରକାରୀ ଯୋଜନାରୁ ବଞ୍ଚିତ ରହିବେନି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

କଲେଜ କ୍ୟାମ୍ପସରେ ଲାଗିବ ହୋର୍ଡିଂ
କଲେଜ କ୍ୟାମ୍ପସରେ ଲାଗିବ ହୋର୍ଡିଂ

ଭୁବନେଶ୍ବର: ମେଧାବୃତ୍ତିକୁ ନେଇ କେଲଜ ଓ ବିଶ୍ବ ବିଦ୍ୟାଳୟ ପାଇଁ ସରକାରଙ୍କ ନୂଆ ସ୍କିମ୍ । ବିଶ୍ୱବିଦ୍ୟାଳୟ ଓ କଲେଜ କ୍ୟାମ୍ପସରେ ଲାଗିବ ସମସ୍ତ ମେଧାବୃତ୍ତି ଯୋଜନାର ହୋର୍ଡିଂ ଓ ବ୍ୟାନର । ହୋର୍ଡିଂରେ ଉଚ୍ଚଶିକ୍ଷା ପାଇଁ ଉପଲବ୍ଧ ସ୍କିମ ଓ ମେଧାବୃତ୍ତି ଉଲ୍ଲେଖ ରହିବ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ ବିଭିନ୍ନ ଯୋଜନା ଲେଖାଯିବ । ୧୮ ସେପ୍ଟେମ୍ବର ସୁଦ୍ଧା ହୋର୍ଡିଂ ଓ ବ୍ୟାନର ଲଗାଇବାକୁ ନିର୍ଦ୍ଦେଶ ହେଇଛି ଉଚ୍ଚ ଶିକ୍ଷା ବିଭାଗ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ପାଇଁ ଉଚ୍ଚ ଶିକ୍ଷା ବିଭାଗର ପଦକ୍ଷେପ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଆବଗତ କାରାଯାଇଛି ।

ତେବେ ମେଧାବୃତ୍ତି ଗୁଡ଼ିକ ହେଉଛି ମୁଖ୍ୟମନ୍ତ୍ରୀ ମେଧାବି ଛାତ୍ର ପ୍ରୋତ୍ସାହନ ଯୋଜନା, ମେରିଟ ଗ୍ରୀନ ପାସେଜ୍ ସୁଦ୍ଧକ୍ଷା ମେଧାବୃତ୍ତି, ପଠାଣି ସାମନ୍ତ, ମେରୀଟ, ଏନଆରଟିଏସ ମେଧାବୃତ୍ତି, ପ୍ରି-ପୋଷ୍ଟ ମେରିଟ ଲିଷ୍ଟ ମେଧାବୃତ୍ତି, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, କାଳିଆ ମେଧାବୃତ୍ତି ଯୋଜନା ଆଦି କଲେଜ କ୍ୟାମ୍ପସରେ ହୋଡ଼ିଂ ଲଗାଯିବ ।

ସୂଚନା ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ସ୍ତରରେ ଦିଆଯାଉଥିବା ମେଧାବୃତ୍ତିକୁ ଏବେ କଲେଜ କ୍ୟାମ୍ପସରେ ହୋଡିଂ ମାଧ୍ୟମରେ ଲଗାଯିବାର ବ୍ୟବସ୍ଥା କରାଯାଉଛି । ଯାହା ଫଳେରେ ଛାତ୍ରଛାତ୍ରୀ ସଚେତନ ହୋଇ ମେଧାବୃତ୍ତିରୁ ନିବୃତ୍ତ ରହିବେନି । ସରକାରଙ୍କ ଆନେକ ଯୋଜନା ବିଷୟରେ ଅବଜ୍ଞ ଥିବା ଛାତ୍ରଛାତ୍ରୀ ଏହି ଯୋଜନ ବିଷୟରେ ଜଣି ଫଇଦା ଉଠାଇପାରିବେ ।

ଏହା ମଧ୍ୟ ପଢନ୍ତୁ...ସୌରଶକ୍ତିରେ ଚାଲିବ ରାଜ୍ୟର 18ଟି ବିଶ୍ବ ବିଦ୍ୟାଳୟ

ଅନ୍ୟପଟେ ଗତ ଦୁଇ ଦିନ ତଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ କଲେଜ ଅଧ୍ୟକ୍ଷମାନଙ୍କ କର୍ମଶାଳା ତଥା ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡ଼ିକର ୩ ଜଣ କୁଳପତି ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ, ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ କଲେଜର ୩୭୦ ଜଣ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଏହି କର୍ମଶାଳାରେ ଯୋଗ ଦେଇଥିଲେ । ୫‘ଟି’ର ସମସ୍ତ ‘ଟି’କୁ ଉପଯୋଗ କରି ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ବଳିଷ୍ଠ, ସୁଦୃଢ଼ ଓ କ୍ରିୟାଶୀଳ କରିବା ପାଇଁ ସେ ଆହ୍ବାନ ଦେଇଥିଲେ । ତୃଣମୂଳସ୍ତରରୁ ପରିବର୍ତ୍ତନ ଆଣି ଆଗାମୀ ପିଢ଼ି ନିମନ୍ତେ ଏକ ଆଦର୍ଶ ଓଡ଼ିଶା ଗଠନ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଉଚ୍ଚଶିକ୍ଷା କ୍ଷେତ୍ରରେ ଆଗାମୀ ୫ ବର୍ଷର ରୋଡମ୍ୟାପ୍‌, କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପଗୁଡିକର ସ୍ଥିତି ଓ ଅଗ୍ରଗତି, ଗବେଷଣା ଓ ଫେଲୋସିପ୍‌ କାର୍ଯ୍ୟକ୍ରମ, ଦକ୍ଷତା ବୃଦ୍ଧି ଓ ବିଭିନ୍ନ ସାର୍ଟିଫିକେଟ କୋର୍ସ ଉପରେ ଆଲୋଚନା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.