ETV Bharat / state

ଚନ୍ଦନ କାଠ ଜବତ, ଦୁଇ ଗିରଫ

author img

By

Published : Dec 12, 2022, 10:38 PM IST

ଚନ୍ଦନ କାଠ ଜବତ, ଦୁଇ ଗିରଫ
ଚନ୍ଦନ କାଠ ଜବତ, ଦୁଇ ଗିରଫ

ଚନ୍ଦନ କାଠ ଜବତ । କୋରାପୁଟ ବନାଞ୍ଚଳ ଅନ୍ତର୍ଗତ ବାରିଗୁଡ଼ା ଗ୍ରାମରୁ ଚନ୍ଦନ କାଠ ଜବତ । ଜବତ କାଠର ଓଜନ ପ୍ରାୟ 10କେଜି ହେବା ନେଇ ସୂଚନା । ଅଧିକ ପଢ଼ନ୍ତୁ

କୋରାପୁଟ : କୋରାପୁଟ ବନାଞ୍ଚଳ ଅନ୍ତର୍ଗତ ବାରିଗୁଡ଼ା ଗ୍ରାମରୁ ଚନ୍ଦନ କାଠ ଜବତ । ଜବତ କାଠର ଓଜନ ପ୍ରାୟ 10କେଜି ହେବା ନେଇ ସୂଚନା । ଏ ସଂକ୍ରାନ୍ତରେ ବନବିଭାଗ କର୍ମଚାରୀ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବୁଦୁ ମୁଦୁଲି ଓ ରଥ ମାଝୀ ଏନେଇ ବନାଞ୍ଚଳର ରେଞ୍ଜର ରୋହିତ କୁମାର ସୂଚନା ଦେଇଛନ୍ତି । ମଙ୍ଗଳବାର ସକାଳେ ବନ ଅଧିକାରୀମାନେ ପେଟ୍ରୋଲିଂ କରୁଥିବା ବେଳେ କୋରାପୁଟ ବାରୀଗୁଡ଼ା ଗ୍ରାମରେ ଚନ୍ଦନ କାଠ ଚାଲାଣ ହେଉଥିବା ନେଇ ଖବରପାଇଥିଲେ ବନକର୍ମଚାରୀ ।

ଚନ୍ଦନ କାଠ ଜବତ, ଦୁଇ ଗିରଫ

ବନକର୍ମଚାରୀ ସେଠାରେ ପହଞ୍ଚି ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ସେହି ଗ୍ରାମର ବୁଦୁ ମୁଦୁଲି ଓ ମାଛରା ଗ୍ରାମର ରଥ ମାଝୀଙ୍କୁ ଏକ ମଟର ସାଇକେଲ ଯୋଗେ ଏହି ଚନ୍ଦନ କାଠ ଚାଲାଣ କରୁଥିବା ଦେଖି ତାଙ୍କୁ ଅଟକାଇଥିଲେ । ପରେ ସେମାନଙ୍କୁ ପଚରାଉଚୁରା କରିବାସହ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ସେମାନଙ୍କ ଠାରୁ ଗୁଳି ଭର୍ତ୍ତିଥିବା ଦେଶୀ ବନ୍ଧୁକ, ଚନ୍ଦନ ଗଛ କାଟିବା ପାଇଁ ବ୍ୟବହୃତ ହେଉଥିବା ଯନ୍ତ୍ରପାତି ଓ ଚନ୍ଦନକାଠ ଜବତ କରିଥିଲେ ।

ଏହି ଘଟଣାରେ ସମ୍ପୃକ୍ତ ଥିବା ଆଉ ତିନିଜଣ ସହଯୋଗୀ ଘଟଣାସ୍ଥଳରୁ ଫେରାର ମାରିଛନ୍ତି । ସେମାନଙ୍କୁ ଖୋଜା ଚାଲିଥିବା ବନ ବିଭାଗ ରେଞ୍ଜର ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଜବତ ହୋଇଥିବା କାଠର ମୂଲ୍ୟ ସରକାରୀ ଭାବେ ୨୦ ହଜାର ଟଙ୍କା । ଏହାର ବଜାର ଦର ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.