ETV Bharat / state

ସେମିଳିଗୁଡାରୁ ଚନ୍ଦନ କାଠ ଜବତ, ୨ ଗିରଫ

author img

By

Published : Sep 27, 2022, 12:06 PM IST

ସେମିଳିଗୁଡାରୁ ଚନ୍ଦନ କାଠ ଜବତ, ୨ ଗିରଫ
ସେମିଳିଗୁଡାରୁ ଚନ୍ଦନ କାଠ ଜବତ, ୨ ଗିରଫ

ଜବତ ହେଲା ଦାମୀ ଚନ୍ଦନ କାଠ । ଆନ୍ଧ୍ର ପ୍ରଦେଶ ଆରକୁ ବନାଞ୍ଚଳରୁ ସୁଦୂର କେରଳକୁ ଚାଲାଣ ହେଉଥିଲା ଦାମୀ ଚନ୍ଦନ କାଠ । ଅଧିକ ପଢ଼ନ୍ତୁ

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବନାଞ୍ଚଳ ଓ ଆନ୍ଧ୍ର ଆରକୁ ବନାଞ୍ଚଳରୁ ସୁଦୂର କେରଳକୁ ଚାଲାଣ ହେଉଥିଲା ଦାମୀ ଚନ୍ଦନ କାଠ (Sandal wood seized in Koraput)। ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବରପାଇ ପୋଲିସ ଜାନୀଗୁଡା ଠାରେ ପହଞ୍ଚି ତଦନ୍ତ କରିଥିଲା । ତେବେ ସେହି ସମୟରେ ଏକ ଗାଡ଼ି ଦ୍ରୁତ ଗତିରେ ଯାଉଥିବା ବେଳେ ବନବିଭାଗ କର୍ମଚାରୀ ଦେଖି ସନ୍ଦେହ କରିଥିଲେ ।

ସେମିଳିଗୁଡାରୁ ଚନ୍ଦନ କାଠ ଜବତ, ୨ ଗିରଫ

ଏହାପରେ ଗାଡ଼ିକୁ ଅଟକାଇ ତଦନ୍ତ କରିଥିଲେ । ତଦନ୍ତ ସମୟରେ ଗାଡ଼ି ଚାଳକ ଜଣକ ହଡବଡେଇ ଯିବାରୁ ବନବିଭାଗ କର୍ମଚାରୀଙ୍କ ସନ୍ଦେହ ଆହୁରି ବଢିଥିଲା । ସନ୍ଦେହ ହେବାରୁ ବନବିଭାଗ କର୍ମଚାରୀ ଗାଡ଼ିର ଟିକିନିଖି ତଦନ୍ତ କରିଥିଲେ । ଆଉ ତଦନ୍ତ ସମୟରେ ଗାଡ଼ି ଭିତରୁ ୧୩୦ କେଜି ଚନ୍ଦନ କାଠ, ୪୨୦୦ ଟଙ୍କା, ଦୁଇଟି ମୋବାଇଲ ଫୋନ୍ ସହ କୋରାପୁଟରେ ପଞ୍ଜୀକୃତ ହୋଇଥିବା କମାଣ୍ଡର (ଓଆର୧୦ବି୯୩୦୭)କୁ ଜବତ କରିଥିଲେ । ମିଳିଥିବା ସୂଚନା ମୁତାବକ ଆରକୁ ଅଞ୍ଚଳରୁ ଚନ୍ଦନକାଠ ଅଭିନବ ଉପାୟରେ କମାଣ୍ଡର ସିଲିଂ ଟପ୍‌ ଓ ସିଟ୍‌ ତଳେ ସିକ୍ରଟ ଚ୍ୟାମ୍ପରରେ ଲୁଚାଇ ନେଉଥିଲେ ଗାଡ଼ି ଚାଳକ ଜଣକ ।

ଜବତ ହୋଇଥିବା କାଠର ମୂଲ୍ୟ ପାଖାପାଖି 7ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଚନ୍ଦନକାଠ ମାଫିଆ ପୂର୍ବରୁ କେତେ ଥର ଏହି ଅଞ୍ଚଳ ଗୁଡିକରୁ ଚନ୍ଦନ କାଠ ଚୋରା ଚାଲାଣ କରିଛନ୍ତି ତାହାର ହିସାବ ଖୋଜୁଛି ପୁଲିସ । ଅନ୍ୟପଟେ ଚନ୍ଦନ କାଠ ଥିବା ଜଙ୍ଗଲ ଅଞ୍ଚଳକୁ ବାହାର ରାଜ୍ୟର ମାଫିଆଙ୍କ ନଜର କିପରି ଆସୁଛି ତାକୁ ନେଇ ଉଠିଛି ପ୍ରଶ୍ନ । ଏ ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.