ETV Bharat / state

କୋଟିଆ ଓଡ଼ିଶାର, ଓଡ଼ିଶା ସହ ରହିଛନ୍ତି କୋଟିଆବାସୀ: ରାଜସ୍ବ ମନ୍ତ୍ରୀ

author img

By ETV Bharat Odisha Team

Published : Jan 3, 2024, 2:17 PM IST

କୋଟିଆ ଓଡ଼ିଶାର, ଓଡ଼ିଶା ସହ ରହିଛନ୍ତି କୋଟିଆବାସୀ
କୋଟିଆ ଓଡ଼ିଶାର, ଓଡ଼ିଶା ସହ ରହିଛନ୍ତି କୋଟିଆବାସୀ

Revenue minister Sudam Marndi reaction over Kotia issue: କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶର ଅନୁପ୍ରବେଶ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । କୋଟିଆ ଓଡ଼ିଶାର ଓ ଓଡ଼ିଶା ସହ କୋଟିଆବାସୀ ରହିଛନ୍ତି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । ଅଧିକ ପଢ଼ନ୍ତୁ,

କୋଟିଆ ଓଡ଼ିଶାର, ଓଡ଼ିଶା ସହ ରହିଛନ୍ତି କୋଟିଆବାସୀ

କୋରାପୁଟ: କୋରାପୁଟ ଜିଲ୍ଲା ଗସ୍ତରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ରାଜ୍ୟ ସରକାରଙ୍କ ନୂଆ ଓଡିଶା, ଯୁବ ଓଡିଶା କାର୍ଯ୍ୟକ୍ରମରେ ସାମିଲ ହେବାକୁ ରାଜସ୍ବ ମନ୍ତ୍ରୀ ମାଲକାନଗିରି ଗସ୍ତ ପୂର୍ବରୁ କୋରାପୁଟରେ ପହଞ୍ଚିଥିଲେ । ସେଠାରେ ତାଙ୍କର ଭବ୍ୟ ସ୍ବାଗତ କରାଯାଇଛି । ଏହି ସମୟରେ ଜିଲ୍ଲାର କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଅନୁପ୍ରବେଶ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ । କୋଟିଆ ଓଡ଼ିଶାର ଏବଂ କୋଟିଆବାସୀ ଓଡ଼ିଶା ସହ ଅଛନ୍ତି ବୋଲି ସେ ଦୃଢତାର ସହ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ନୂଆ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମରେ ସାମିଲ ହେବାକୁ କୋରାପୁଟ ଗସ୍ତ କରିଛନ୍ତି ରାଜସ୍ବ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତୀ ବେହେରା । ଭୁବନେଶ୍ବରରୁ ହୀରାଖଣ୍ଡ ଟ୍ରେନ ଯୋଗେ କୋରାପୁଟରେ ପହଞ୍ଚିବା ପରେ କୋରାପୁଟ ରେଳ ଷ୍ଟେସନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ ତାଙ୍କୁ ସ୍ବାଗତ କରିଥିଲେ ।

ଏହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟ ସରକାରଙ୍କ ନୂଆ ଓଡିଶା, ଯୁବ ଓଡିଶା ଯୋଜନାକୁ ପ୍ରଶଂସା କରିବା ସହ ଏହି ଯୋଜନା ରାଜ୍ୟର ଲକ୍ଷ ଲକ୍ଷ ଛାତ୍ର ଓ ଯୁବକଙ୍କ ସ୍ବପ୍ନ ସାକାର ହୋଇପାରିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।

ଅନ୍ୟପଟେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲାର କୋଟିଆକୁ ନେଇ 2 ରାଜ୍ୟ ମଧ୍ୟରେ ସୀମା ବିବାଦ ଲାଗି ରହିଛି । କୋଟିଆରେ ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରୁଥିବା ବେଳେ ନିକଟରେ କୋଟିଆ ପଞ୍ଚାୟତର ଧୁଳିପଦର ଗ୍ରାମରେ ଆନ୍ଧ୍ର ସରକାର ଗଠନ କରିଥିବା ୱାଇଏସଆର କଂଗ୍ରେସ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପତାକା ଉତ୍ତୋଳନ କରାଯାଇଥିଲା । ତେବେ ଏହି ଘଟଣାକୁ ଓଡିଶା ସରକାରଙ୍କ ତରଫରୁ ନିନ୍ଦା କରାଯିବା ସହ କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ୱାରା ପତକାକୁ ଓହ୍ଲାଇ ଦିଆଯାଇଥିବା ଜଣାପଡିଛି । ତେବେ ଏନେଇ ପ୍ରତିକ୍ରିୟା ରଖି ସୁଦାମ ମାର୍ଣ୍ଡି, ଆନ୍ଧ୍ରର ଏପରି ନୀତିକୁ ଦୃଢ ନିନ୍ଦା କରିଵା ସହ ଦୁଃଖ ପ୍ରକଟ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ପୁଣି କୋଟିଆରେ ଆନ୍ଧ୍ରର ଜବରଦଖଲ, ଲାଗିଲା ଜଗନଙ୍କ ଦଳୀୟ ପତାକା

ସେ ଆଉ ମଧ୍ୟ କହିଛନ୍ତି, "କୋଟିଆରେ ରାଜ୍ୟ ସରକାର ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି । କୋଟିଆ ଓଡ଼ିଶାର ଓ କୋଟିଆବାସୀ ଓଡ଼ିଶା ସହ ଅଛନ୍ତି । ଆନ୍ଧ୍ର ପକ୍ଷରୁ କୋଟିଆରେ ବାରମ୍ବାର ଅନୁପ୍ରବେଶ ଜାରି ରଖିଛି । ତେବେ କୋଟିଆରେ ଓଡିଶା ସରକାରଙ୍କ ତରଫରୁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ତଥା ଜୀବନଜୀବିକାକୁ ନେଇ ଯେଉଁଭଳି କାର୍ଯ୍ୟ କରାଯାଇଛି ତାକୁ ଅନୁଭବ କରିଥିବା କୋଟିଆବାସୀ ଓଡିଶା ସରକାରଙ୍କ ସହ ରହିଛନ୍ତି ।"

କୋରାପୁଟ ବିଧାୟକ, ଲକ୍ଷ୍ମୀପୁର ବିଧାୟକ, କେସିସି ବ୍ୟାଙ୍କ ସଭାପତି ସମେତ ବିଜେଡିର ଶତାଧିକ କର୍ମୀ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ତୁଷାର କାନ୍ତି ବେହେରାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । କୋରାପୁଟ ସ୍ବତନ୍ତ୍ର ସର୍କିଟ ହାଉସରେ କର୍ମୀମାନଙ୍କ ସହ ଆଲୋଚନା କରିବା ପରେ ଉଭୟ ମନ୍ତ୍ରୀ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ।


ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.