ETV Bharat / state

Koraput Heritage Sites Restoration: ପୁନରୁଦ୍ଧାର ହେବ ଐତିହ୍ୟ ସ୍ଥଳୀ, ଆସିବେ ପର୍ଯ୍ୟଟକ

author img

By

Published : Apr 20, 2023, 4:15 PM IST

Updated : Apr 21, 2023, 3:58 PM IST

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ କୋରାପୁଟର ପୁରୁଣା ଐତିହ୍ୟ ସ୍ଥଳୀ । ଜିଲ୍ଲା ପ୍ରଶାସନ ତରଫରୁ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

koraput old heritage sites are being restored
koraput old heritage sites are being restored

ପୁନରୁଦ୍ଧାର ହେବ ଐତିହ୍ୟ ସ୍ଥଳୀ

କୋରାପୁଟ: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ ଜିଲ୍ଲା । ଏଠି କଥା କୁହେ ମାଟି ପବନ । ଆଦିବାସୀଙ୍କ ଜୀବନ ଶୈଳୀ ହେଉ ଅବା ପ୍ରକୃତିର ବିଭବ... ସର୍ବଦା ପ୍ରକୃତି ପ୍ରେମୀକୁ ନିଜ ଆଡକୁ ଆକର୍ଷିତ କରେ । ଏଠାକୁ ଯିଏ ଥରେ ଆସେ କୋରାପୁଟ ଜିଲ୍ଲାକୁ ମନ ଦେଇ ବସେ । ଖାସ୍‌ ସେଥିପାଇଁ ତ ପର୍ଯ୍ୟଟକଙ୍କୁ ଆଉ ଟିକେ ଆକର୍ଷିତ କରାଇବା ପାଇଁ ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଇଂରେଜ ଶାସନ ଅମଳରେ ଏଠାରେ ଅନେକ ସୁଉଚ୍ଚ ଭବନ ମାନ ନିର୍ମାଣ କରାଯାଇଥିଲା । ଯେଉଁଠାରେ ଆଜି ଆଦିବାସୀ ସଂଗ୍ରହାଳୟ, ସ୍ବତନ୍ତ୍ର ସର୍କିଟ ହାଉସ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରି ବହୁ କାର୍ଯ୍ୟାଳୟ ମାନ ଗଢି ଉଠିଛି । ପର୍ଯ୍ୟଟକଙ୍କ ଅବଗତ ନିମନ୍ତେ ଏଠାରେ ସାଇନ ବୋର୍ଡର ବ୍ୟବସ୍ଥା କରାଯାଇଛି । ସେହିପରି ଗରାହାଣ୍ଡି ଓ ଫଉପୁ ଗାଁରେ ଥିବା ଜୈନ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଏବେ ପ୍ରତ୍ନତତ୍ତ୍ବ ବିଭାଗ ହାତକୁ ନେଇଛି। ଜୟପୁରରେ ଥିବା ରାଜାଙ୍କ ଗେଷ୍ଟ ହାଉସ ଓ ମନ୍ଦିର ନିକଟରେ ମଧ୍ୟ ଏକ ସୂଚନା ବୋର୍ଡ ନିର୍ମାଣ କରାଯିବ । ଯାହା ଦ୍ବାରା ପର୍ଯ୍ୟଟକ କୋରାପୁଟର ପୁରୁଣା କୀର୍ତ୍ତିରାଜି ବିଷୟରେ ଅବଗତ ହୋଇପାରିବେ ।

ଇଂରେଜ ଶାସନ ସମୟରେ ଜାଗାର ଅଭାବ ନଥିବା ଯୋଗୁଁ ବିସ୍ତୀର୍ଣ୍ଣ ପରିଧି ମଧ୍ୟରେ ଅନେକ ଭବନ ନିର୍ମାଣ କରାଯାଉଥିଲା । ଯାହାର ଉଚ୍ଚତା ବର୍ତ୍ତମାନ ନିର୍ମାଣ କରାଯାଉଥିବା ଭବନଠାରୁ ବି ଢେର ଅଧିକ। ଏହି ବିଶାଳ ଭବନଗୁଡିକର ସୁଉଚ୍ଚ କବାଟ , ଝରକା ଓ କାବାଟକୁ ଦେଖିଲେ ସେ ସମୟର କଳାତ୍ମକ ରୁଚି ସମ୍ପର୍କରେ ଜଣାପଡ଼ିଥାଏ । ଏହିପରି ନିର୍ମିତ ଘରଗୁଡିକରେ ପବନ, ମୁକ୍ତ ଭାବେ ପ୍ରବାହିତ ହୋଇପାରୁଥିବା ଯୋଗୁଁ ଗ୍ରୀଷ୍ମ ଦିନରେ ଏଠାରେ ଥଣ୍ଡା ଅନୁଭୂତ ହୋଇଥାଏ । ବର୍ତ୍ତମାନ ଭବନଗୁଡିକ ଅକ୍ଷତ ଅବସ୍ଥାରେ ରହିଥିଲେ ହେଁ ଭବିଷ୍ୟତ ପିଢ଼ି ପାଇଁ ଏହି ଭବନ ଗୁଡିକୁ ସ୍ମାରକୀ ଭାବେ ସଂରକ୍ଷଣ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ସେହିପରି କୋଟିଆ ପଞ୍ଚାୟତର ନେରେଡିବାଲାସା ପର୍ଯ୍ୟନ୍ତ ଲମ୍ବିଛି ବ୍ରିଟିଶ ଶାସନ ସମୟର ଟର୍ନର ରୋଡ଼ ଏବଂ ସୁଙ୍କି ଘାଟିର ରାସ୍ତା । ଯାହା ଜିଲ୍ଲାର ଐତିହ୍ୟକୁ ବର୍ଣ୍ଣନା କରିଥାଏ। କୋରାପୁଟ ଜିଲ୍ଲାର ଗୌରବମୟ ଇତିହାସକୁ ଲିପିବଦ୍ଧ କରିବା ଏବଂ ଗାରିମା ଯୁକ୍ତ ଐତିହ୍ୟର ସୁରକ୍ଷା କିପରି କରିହେବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଅନେକ ପଦକ୍ଷେପ ନିଆଯାଉଛି । ସେହିପରି ଗରାହାଣ୍ଡି ଓ ଫୁଫୁ ଗାଁରେ ଥିବା ଜୈନ ମନ୍ଦିରର ପୁନଃଉଦ୍ଧାର କାର୍ଯ୍ୟ ଏବେ ପ୍ରତ୍ନତତ୍ତ୍ବ ବିଭାଗ ହାତକୁ ନେଇଛି । ଜୟପୁରରେ ଥିବା ରାଜାଙ୍କ ଗେଷ୍ଟ୍‌ ହାଉସ ଓ ମନ୍ଦିର ନିକଟରେ ମଧ୍ୟ ଏକ ସୂଚନା ବୋର୍ଡ ନିର୍ମାଣ କରାଯିବ । ଯାହା ଦ୍ବାରା ପର୍ଯ୍ୟଟକ କୋରାପୁଟର ପୁରୁଣା କୀର୍ତ୍ତିରାଜି ବିଷୟରେ ଅବଗତ ହୋଇପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ ।

ଗଦବା ଜନଜାତିର କେରେଙ୍ଗ ବସ୍ତ୍ର ଓ ତନ୍ତକୁ ପୁନର୍ଜୀବିତ କରିବା ପାଇଁ ଇନ୍ଟାକ, କୋଟସ ଓ କୋରାପୁଟ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଏକ ଅଭିନବ ପ୍ରକଳ୍ପ ଆରମ୍ଭ କରାଯାଇଛି । କୋରାପୁଟ ଜିଲ୍ଲାର ବିଶେଷ କରି ପଟ୍ଟାଙ୍ଗି, ନନ୍ଦପୁର ଓ ଲମତାପୁଟ ବ୍ଲକରେ ରହୁଥିବା ଗଦବା ଜନଜାତିର ଲୋକେ କେରେଙ୍ଗ ଗଛର ଛାଲିରୁ ପ୍ରସ୍ତୁତ ସୂତାରେ ବସ୍ତ୍ର ବୁଣି ତାକୁ ପିନ୍ଧି ଆସୁଥିଲେ । କିନ୍ତୁ ଗତ କିଛି ବର୍ଷ ହେବ ସେମାନଙ୍କ ପାଖରେ ଏହି ପାରମ୍ପରିକ ବସ୍ତ୍ର ଓ ଏହାକୁ ବୁଣିବା ପାଇଁ ବ୍ୟବହାର କରାଯାଉଥିବା ତନ୍ତର ବ୍ୟବହାର କମିବାରେ ଲାଗିଛି । ଜଙ୍ଗଲରେ କେରେଙ୍ଗ ବୃକ୍ଷର ସୁରକ୍ଷା ତଥା ପୁନଃ ପ୍ରସାର ପାଇଁ ପ୍ରୟାସ କରାଯିବା ସହ ତନ୍ତର ମରାମତି ଓ ଉତ୍ପାଦର ବଜାର ଯୋଗାଇଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ।

ଇଟିଭି ଭାରତ, କୋରାପୁଟ

Last Updated :Apr 21, 2023, 3:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.